ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଙ୍କୁ କରୋନା ସନ୍ଦେହ : ମାକ୍ସ ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଜ୍ୟୋତିରାଦିତ୍ୟଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଧବୀଙ୍କ ଠାରେ ଜ୍ବର ଏବଂ ତଣ୍ଟି ଦରଜର ଲକ୍ଷଣ ଦେଖା ଦେଇଥିଲା । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନମୂନାର ରିପୋର୍ଟ ଆସିବା ବାକି ରହିଛି ।

ବିଜେପିରେ ଯୋଗ ଦେଲେ ସିନ୍ଧିଆ

କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ନଡ୍ଡା ବିଜେପି ମୁଖ୍ୟାଳୟରେ ଫୁଲତୋଡା ଦେଇ ସିନ୍ଧିଆଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନୀଲ ଜୈନ, ବିନୟ ସହସ୍ରବୁଦ୍ଧେ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସିନ୍ଧିଆ : ଅଶୋକ ଗେହଲଟ

କଂଗ୍ରେସ ନେତା ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ସିନ୍ଧଆ ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଗେହଲଟ୍‌ ମତ ଦେଇଛନ୍ତି । ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ତାଙ୍କର ରାଜନୈତିକ ହୀନମନ୍ୟତାକୁ ଦର୍ଶାଉଛି ବୋଲି ଗେହଲଟ ମତ ଦେଇଛନ୍ତି । ଦେଶ ଅର୍ଥନୈତିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ନିଜର ରାଜନୈତିକ ଫାଇଦା ପାଇଁ ସିନ୍ଧିଆ ଜନମତକୁ ପ୍ରତ୍ୟାଖ୍ୟାନ କରିବା ଆଦୌ ସମିଚୀନ ନୁହେଁ ବୋଲି ଗେହଲଟ ପ୍ରକାଶ କରିଛନ୍ତି ।