Anti-terror operations intensified in J&K, says DGP

Jammu and Kashmir Director General of Police (DGP) Dilbag Singh said that counter terror operations have been intensified in Kashmir lately, which have led to many successful operations against the militants. He was speaking at the wreath laying ceremony of special police officer (SPO) Shahbaz Ahmed at the district police lines in Srinagar. Ahmed was killed in an encounter.

କାଶ୍ମୀରରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କୀ ସହିତ ଦୁଇ ସୁରକ୍ଷା ଅଧିକାରୀଙ୍କ ପ୍ରାଣହାନି

ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ମଙ୍ଗଳବାର ସଙ୍ଗଠିତ ଏହି ଏନ୍‌କାଉଣ୍ଟରରେ ଦୁଇ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁଇ ସୁରକ୍ଷା ଅଧିକାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ସେନାର ଯବାନ ହୋଇଥିବା ବେଳେ ଅନ୍ୟ ଜଣେ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ପିଓ ଅଟନ୍ତି । ଟ୍ରାଲର ଜାଣ୍ଡ ଗ୍ରାମରେ ପୋଲିସ୍‌ ଏବଂ ସେନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଗୁଳିଚାଳନା ଘଟିଥିଲା । ହସ୍ପିଟାଲ ନିଆଯିବା ରାସ୍ତାରେ ଦୁଇ ସୁରକ୍ଷା ଅଧିକାରୀଙ୍କର ମୃତ୍ୟୁ ଘଟିଥିଲା ।

ଜମ୍ମୁ କାଶ୍ମୀରର ସୋପିଆଁରେ ତିନି ଆତଙ୍କୀ ନିହତ

ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋମବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ସୋପିଆଁରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିମାଡରେ ତିନି ଆତଙ୍କୀ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ସୁରକ୍ଷା ବଳ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

J&K strips DSP Davinder Singh of Sher-e-Kashmir medal

The Jammu and Kashmir government on Wednesday stripped DSP Davinder Singh of the Sher-e-Kashmir Police Medal following his arrest. The withdrawal of the medal was done through an order issued today by the Home Department signed by Shaleen Kabra, IAS, Principal Secretary to government, Home Department.

IG Armed Kashmir shifted to Cabinet Secretariat

In a reshuffle in Jammu and Kashmir, Swayam Prakash Pani, IGP, Armed Kashmir has been appointed as Director in the Cabinet Secretariat on deputation basis for a period of four years. According to an order by the J&K Home Department signed by Shaleen Kabra, IAS, Principal Secretary , Pani, IPS officer of J&K cadre, 2000 batch has been relieved to take up the new assignment.

ବରଫ ମଧ୍ୟରେ ଭାରତୀୟ ଯବାନ ନିଖୋଜ

ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍‌ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ ରାଜେନ୍ଦ୍ର ସିଂ ନେଗୀ ନାମକ ଏହି ଯବାନ ଜଣକ ନିଖୋଜ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜିନ୍ଦର ପିଓକେ ପଟକୁ ଚାଲିଯାଇଥିବାରୁ ଉଦ୍ଧାର ସମ୍ଭବ ହୋଇପାରିନଥିବା ସେନା ପକ୍ଷରୁ କୁହାଯାଇଛି । ହାବିଲଦାରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।

Cop held with militants will be dealt as terrorist: J&K IG

A day after Jammu and Kashmir DSP Devinder Singh was arrested along with two militants, the state police have confirmed that he will be dealt as a “terrorist”. Addressing  the media on Sunday, IG of Police Vijay Kumar said: “We consider DSP Devender Singh’s involvement as a heinous crime and he will be dealt in the same manner as other arrested militants.”

ତ୍ରାଲ୍‌ରେ ଏନ୍‌କାଉଣ୍ଟର : 3 ଆତଙ୍କୀ ମୃତ

ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନାରେ ତିନି ଆତଙ୍କୀ ପ୍ରାଣ ହରାଇଥିଲେ । ଗୁଳିଚାଳନା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା ।

ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ଏକ ସୁରକ୍ଷା ପଦକ୍ଷେପ : ସୁପ୍ରିମକୋର୍ଟ

ଜମ୍ମୁ କାଶ୍ମୀରରେ ଟେଲିଫୋନ୍‌ ଏବଂ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବାକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ଅଗଷ୍ଟ 5ରେ ଧାରା 370 ଉଚ୍ଛେଦ ପରଠାରୁ କାଶ୍ମୀରରେ ଫୋନ୍‌ ଏବଂ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଇଣ୍ଟରନେଟ୍‌ ସେବା ସାଧାରଣ ଜନତାଙ୍କ ମୌଳିକ ଅଧିକାର ମାତ୍ର କାଶ୍ମୀରରେ ହିଂସା ରୋକିବା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । କାଶ୍ମୀରରେ ଅତୀତରେ ଅନେକ ହିଂସାକାଣ୍ଡ ଘଟିଛି । ଏପରି ପରସ୍ଥିତି ଏଡାଇବା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି ବୋଲିୁ ଜଷ୍ଟିସ ଜେ ରମନା ପ୍ରକାଶ କରିଛନ୍ତି ।

କାଶ୍ମୀରରେ ଗ୍ରେନେଡ ମାଡ : 2 ସାଧାରଣ ନାଗରିକ ଆହତ

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବୁଧବାର ରାତିରେ ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ଶ୍ରୀନଗରର ଜାକୁରିଆରେ ଏହି ଘଟଣା ଘଟିଥିଲା । ଏକ ଘର ଉପରକୁ ଗ୍ରେନେଡ୍‌ ଫିଙ୍ଗା ଯାଇଥିଲେ ମଧ୍ୟ ଏହା ଘର ଉପରେ ନପଡି ରାସ୍ତାରେ ପଡିବାରୁ ବିଶେଷ କ୍ଷତି ଘଟିନଥିଲା । ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ୍‌ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି ।

ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି : ନରାଓ୍ବଣେ

ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା କାଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ପାକିସ୍ତାନ ଆତଙ୍କବାଦକୁ ମାଧ୍ୟମ ଭାବରେ ବାଛିଥିବା ବେଳେ ଧାରା 370 ଉଚ୍ଛେଦ ଆତଙ୍କବାଦ ମୁକାବିଲାର ଏକ ସଫଳ ସଫଳ ମାଧ୍ୟମ ସାବ୍ୟସ୍ତ ହୋଇଛି ।

ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ ସିବିଆଇର ଚଢାଉ

ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ ନୋଇଡାରେ ଏହି ଚଢାଉ ଏକ କାଳୀନ କରାଯାଇଛି । ସୋମବାର ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢାଉରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଘରକୁ ମଧ୍ୟ ସାମିଲ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରରେ 2 ଲକ୍ଷ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା ।

J&K people have welcomed Union Territory status: Ram Madhav

BJP National General Secretary Ram Madhav on Friday claimed that the people of Jammu and Kashmir have welcomed the formation of the new union territory as the whole region has remained peaceful following the central government’s decision to abrogate Article 370. several delegations, youths and locals in Srinagar and Jammu Everyone is looking forward to a bright future,” Madhav told reporters here.

ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

କଂଗ୍ରେସ ସଂସଦୀୟ ଦଳ ବୈଠକ : ମୋଦି-ଶାହାଙ୍କୁ ସୋନିଆଙ୍କ ସମାଲୋଚନା

କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଏକେ ଅଣ୍ଟୋନୀ ଏବଂ ଗୁଲାମ ନବୀ ଆଜାଦ ପ୍ରମୁଖ ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ଏବଂ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହୋଇଥିବା ସମସ୍ୟା ପାଇଁ କେନ୍ଦ୍ରୀୟ ନେତୃତ୍ବକୁ ଦାୟୀ କରିଥିଲେ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ମୋଦି-ଶାହାଙ୍କ ନେତୃତ୍ବକୁ ଦାୟୀ କରିଥିଲେ ସୋନିଆ ।

ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ : 2 ସାଧାରଣ ନାଗରିକ ନିହତ

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ଆକ୍ରମଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗର ପଞ୍ଚାୟତ ଗୃହ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ଆକ୍ରମଣ । ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ଆକ୍ରମଣରେ ଦୁଇ ନାଗରିକ ଆହତ ହୋଇଥିଲେ ।

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ହିଜ୍‌ବୁଲ ଆତଙ୍କୀ ନିହତ

ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହିଜବୁଲ ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି । ଆତଙ୍କବାଦୀମାନେ ଆର୍ମି ପେଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ କରିବା ପରେ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଈରଫାନ ଅହମଦ ରଥହର ବୋଲି ଜଣାପଡ଼ିଛି । ଆହୁରି 2-3 ଆତଙ୍କୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ଅନୁସନ୍ଧାନ ଜାରି ରହିଛି ।

EC team in Jammu to review situation ahead of LS Polls

The Election Commission team on Tuesday arrived here to review situation ahead of Lok Sabha polls.The team, headed by Chief Election Commissioner Sunil Arora, will also meet political party representatives and officers of other wings. The Commission will also meet CS, BVR Subrahmanium and DGP Dilbag Singh to get an overall security review and deployments of additional deployment of troops for smooth conduct of the elections.

ଜାମ୍ମୁ-କାଶ୍ମୀରରେ ତିଆରି ହେବ ୪୦୦ ଅତିରିକ୍ତ ବଙ୍କର

ଜାମ୍ମୁ-କାଶ୍ମୀର ପ୍ରଶାସନ ପୁଞ୍ଛ ଓ ରାଜୌରୀ ଜିଲ୍ଲାରେ ୪୦୦ ଅତିରିକ୍ତ ବଙ୍କର ତିଆରି କରିବାର ଯୋଜନାକୁ ମଞ୍ଜୁରୀ ମିଳିଯାଇଛି । ଗତ ପାଞ୍ଚ ଦିନ ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ଅନେକ ଥର ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଛି । ତେଣୁ ଅତିରିକ୍ତ ବଙ୍କର ଯଥାଶୀଘ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ନିକଟରେ ପାକିସ୍ତାନ ଗୁଳିମାଡରେ ଚାରି ଜଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାକୁ ନଜରରେ ରଖି ସାଧାରଣ ନାଗରିକମାନଙ୍କ ପାଇଁ ସୁରକ୍ଷିତ କଲୋନି ନିର୍ମାଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି । ପ୍ରାୟ ଅଧିକାଂଶ ସମୟରେ ସେନା ଓ ଆତଙ୍କବାଦୀଙ୍କ ଗୁଳିଗୋଳା କାରଣରୁ ଏଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ଜୀବନ ଉପରେ ସଂକଟ ଭାରି ରହୁଛି ।