ଝାରଖଣ୍ଡ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : 9ଟା ସୁଦ୍ଧା 11.85 ପ୍ରତିଶତ ମତଦାନ

ଝାରଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ 7ଟାରୁ ଆରମ୍ଭ ହୋଇଛି । ସକାଳ 9ଟା ସୁଦ୍ଧା 11.85 ପ୍ରତିଶତ ଭୋଟ ରେକର୍ଡ କରାଯାଇଛି । ଝାରଖଣ୍ଡ ନିର୍ବାଚନ କମିଶନଙ୍କ ଅନୁଯାୟୀ 14.91 ପ୍ରତିଶତ ଭୋଟ ସହିତ ଟୁଣ୍ଡିରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଗିରିଧରେ ସର୍ବନିମ୍ନ 6.6 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଥିବା ବେଳେ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଝାରଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ : ନିର୍ବାଚନ ମଇଦାନରେ 221 ପ୍ରାର୍ଥୀ

ଝାରଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । 15ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ 23 ଜଣ ମହିଳା ରହିଛନ୍ତି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ବୋକାରୋ ବିଧାନସଭା ଆସନରେ ସର୍ବାଧିକ 25 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ନିର୍ସା ଆସନରେ ସର୍ବନିମ୍ନ 8 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

Jharkhand Assembly polls: Voting begins for fourth phase

Voting for 15 Assembly seats in the fourth phase of the Jharkhand Assembly elections begins here on Monday at 7 a.m. There are total 221 candidates including 23 female are in the fray in this phase whose fate will be decided by around 48 lakh voters. The maximum, 25 candidates, are contesting from Bokaro seat while the minimum, eight candidate, are trying their luck from Nirsa seat.

ସକାଳ 9ଟା ସୁଦ୍ଧା ଝାରଖଣ୍ଡରେ 13.05 ପ୍ରତିଶତ ମତଦାନ

ଝାରଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସକାଳ 7ଟାରୁ ଅନୁଷ୍ଠିତ ହୋଇଛି । ସକାଳ 9ଟା ସୁଦ୍ଧା 13.05 ପ୍ରତିଶତ ମତଦାନ ହୋଇଛି । 17ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ସମୟରେ ସିଲ୍ଲିରେ ସର୍ବାଧିକ 16.35 ପ୍ରତିଶତ ମତଦାନ ହୋଇଥିବା ବେଳେ ଧାନବାଦରେ ସର୍ବନିମ୍ନ 7.57 ପ୍ରତିଶତ ଭୋଟଗ୍ରହଣ ହୋଇଛି ।

ଝାରଖଣ୍ଡରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 17ଟି ଆସନ ପାଇଁ ଭୋଟ ଗ୍ରହଣ

ଝାରଖଣ୍ଡରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଆଜି 17ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । କଡା ସୁରକ୍ଷାକ ବ୍ୟବସ୍ଥା ମଧ୍ୟରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । କେବଳ ରାଞ୍ଚି,ହାଟିଆ, କାଙ୍କେ, ରାମଗଡ ଏବଂ ବର୍କଥାରେ ଅପରାହ୍ନ 5ଟା ଯାଐଁ ଭୋଟ ଗ୍ରହଣ ଜାରି ରହିବ ।

Third phase of polling begins for 17 Jharkhand seats

The third phase of polling began on Thursday morning on 17 constituencies in Jharkhand, which votes in five phases to elect 81 members of the legislative assembly. The voting commenced at 7 a.m., amidst tight security arrangements.
While the polling exercise on five seats – Ranchi, Hatia, Kanke, Ramgarh and Barkatha will continue from 7 a.m. to 5 p.m. , voters in the remaining constituencies can vote till 3 p.m.

Two security personnel injured in IED blast in Jharkhand

Two security personnel were injured in an IED blast on the outskirts of Ranchi on Sunday, Police said. According to the Police, the CRPF personnel were returning early on Sunday morning after conducting polls at Tamar assembly seat when Maoist Guerrillas triggered IED blast in which two security personnel were injured. The injured have been admitted to a Ranchi hospital for treatment.

ଝାରଖଣ୍ଡ ନିର୍ବାଚନରେ 10ଟା ସୁଦ୍ଧା 11.2 ପ୍ରତିଶତ ମତଦାନ : ଗୁମ୍‌ଲାରେ ବ୍ରିଜ୍‌ ଉଡାଇଲେ ମାଓବାଦୀ

ଝାରଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶନିବାର ଆରମ୍ଭ ହୋଇଛି । 13ଟି ଆସନରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ 10ଟା ସୁଦ୍ଧା11.2 ପ୍ରତିଶତ ଭୋଟଗ୍ରହଣ ହୋଇଛି । ଛତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମଣିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନବାଦ, ଘରୱା ଓ ଭବନାଥପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟଗ୍ରହଣ ସମୟରେ ମାଓପ୍ରବଣ ଗୁମ୍‌ଲାରେ ମାଓବାଦୀ ମାନେ ଏକ ବ୍ରିଜ୍‌ ଉଡାଇ ଦେଇଛନ୍ତି ।

Polling begins for first phase of Jharkhand Assembly polls

Polling began at 7 a.m. on Saturday for 13 seats of Jharkhand Assembly polls, said officials. In the first phase, polling is taking place in Maoist affected area amid heavy security arrangements. The polling will continue till 3 p.m..As many as 189 candidates are in the fray for the 13 seats. The candidates’ fate will be decided by 37,83,055 voters.

ଝାରଖଣ୍ଡରେ ନକ୍ସଲ ଏନକାଉଣ୍ଟର : 4 ଯବାନ ଶହୀଦ

ଝାରଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ନକ୍ସଲଙ୍କ ସହିତ ସଙ୍ଘର୍ଷରେ 4 ଯବାନ ଶହୀଦ ହୋଇଛନ୍ତି । ଗତକାଲି ରାତିରେ ହୋଇଥିବା ଗୁଳି ବିନିମୟରେ 4 ଜଣ ଯବାନ ଶହୀଦ୍ ହୋଇଛନ୍ତି । ଚାନ୍ଦୱା ପୁଲିସ୍‌ ଥାନା ଅଧୀନରେ ଏକ ଗାଡ଼ିରେ ସୁରକ୍ଷାକର୍ମୀ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଏହି ଆକ୍ରମଣ ସୁରକ୍ଷାବଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।