ପ୍ରଶାନ୍ତ କିଶୋର ଏବଂ ପଓ୍ବନ ବର୍ମାଙ୍କୁ ନିଲମ୍ବନ କଲା ଜେଡିୟୁ

ସାଂସଦ ପ୍ରଶାନ୍ତ କିଶୋର ଏବଂ ପଓ୍ବନ୍‌ ବର୍ମାଙ୍କୁ ଦଳରୁ ନିଲମ୍ବନ କରିଛି ଜେଡିୟୁ । ବୁଧବାର ଦଳର ଉପ ସଭାପତି ତଥା ସାଂସଦ ରହିଥିବା ପ୍ରଶାନ୍ତ କିଶୋର ଏବଂ ପୂର୍ବତନ ସାଂସଦ ପଓ୍ବନ ବର୍ମାଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ନୀତିଶ କୁମାର । ସିଏଏକୁ ନେଇ ପଓ୍ବନ୍‌ ବର୍ମା ନୀତିଶଙ୍କୁ ଚିଠି ଲେଖିଥିବା ବେଳେ ପ୍ରଶାନ୍ତ କିଶୋର ଏହା ବିରୋଧରେ ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ନୀତିଶ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉଭୟ ଚାହିଁଲେ ଦଳ ପରିତ୍ୟାଗ କରିପାରନ୍ତି ବୋଲି ମତ ଦେଇଥିଲେ ।

ପ୍ରଶାନ୍ତ କିଶୋର ଚାହିଁଲେ ଦଳ ଛାଡି ପାରନ୍ତି : ନୀତିଶ

ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପ୍ରଶାନ୍ତ କିଶୋର ଚାହିଁଲେ ଦଳ ଛାଡି ପାରନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ପ୍ରଶାନ୍ତ କିଶୋର ସିଏଏକୁ ନେଇ ନୀତିଶଙ୍କୁ ଚିଠି ଲେଖିବା ସହିତ ଟ୍ବିଟ୍‌ ମଧ୍ୟ କରିଥିଲେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୀତିଶ କହିଛନ୍ତି, ନିଜ ଇଚ୍ଛା ଅନୁସାରେ ପ୍ରଶାନ୍ତ ଚିଠି ଲେଖୁଛନ୍ତି ଏବଂ ଟ୍ବିଟ୍‌ ମଧ୍ୟ କରିଛନ୍ତି । ଯଦି ପ୍ରଶାନ୍ତ ଚାହାନ୍ତି ତେବେ ସେ ଜେଡିୟୁ ପରିତ୍ୟାଗ କରି ପାରନ୍ତି ବୋଲି ନୀତିଶ କହିଛନ୍ତି ।

ବିହାରରେ ବିଜେପି-ଜେଡିୟୁ ବାକ୍‌ଯୁଦ୍ଧ

ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍‌ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରଥମେ କିଶୋରଙ୍କୁ ଆକ୍ରମଣ କରିଥିବା ବେଳେ କିଶୋର ଏହାର ଯବାବ ଦେଇଛନ୍ତି । ଲାଭ ପାଇଁ ରାଜନୀତିର ବ୍ୟବସାୟ କରୁଥିବା ନେତା କେବ ଦେଶର ହିତ ପାଇଁ ଚିନ୍ତା କରିପାରିବେ ନାହିଁ ବୋଲି ମୋଦି ମତ ଦେଇଥିଲେ । ମୋଦି କାହାର ନାମ ନେଇନଥିଲେ ମଧ୍ୟ ପରୋକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଡକୁ ପରୋକ୍ଷରେ ଇଙ୍ଗିତ କରିଥିଲେ । ଏହାପରେ କିଶୋର ଏହାର ଜବାବ ଦେବା ସହିତ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଥିଲେ ।