ଦିଲ୍ଲୀରେ ଫୋନ୍‌ ସେବା ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି ।