ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ : ଗୌତମ ଗମ୍ଭୀର

କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ସର୍ବଦା ନିଜର ଖୋଲାକଥା ପାଇଁ ଚର୍ଚ୍ଚାରେ ରହିଥିାନ୍ତି । ଗତକାଲି ହିଜବୁଲ ଆତଙ୍କବାଦୀ ରିୟାଜ୍‌ ନାଇକୁର ଏନ୍‌କାଉଣ୍ଟର ପରେ ଗମ୍ଭୀରଙ୍କ ଏକ ଟ୍ବିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସର୍ବଦା ଭାରତୀୟ ସେନାର ସମର୍ଥନରେ ଟ୍ବିଟ୍‌ କରୁଥିବା ଗମ୍ଭୀର ନିଜ ଟ୍ବିଟ୍‌ରେ ଭାରତୀୟ ସେନାର ବୀରତ୍ବ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ ବୋଲି ଟ୍ବିଟ୍‌ କରିବା ସହିତ କେବେ ଭାରତୀୟ ସେନା ସହ ଲାଗିବାର ଦୁଃସାହସ କରନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ ।

ଭାରତ ଓ ପାକ୍‌ ସେନା ମଧ୍ୟରେ କୌଣସି ପ୍ରଭେଦ ନାହିଁ : ତପନ ବୋଷ

ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ସାମାଜିକ କର୍ମୀ ତପନ ବୋଷ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉଭୟ ରାଷ୍ଟ୍ରର ସେନା ନିଜ ଲୋକଙ୍କୁ ହତ୍ୟା କରିଥାନ୍ତି ତେଣୁ ଭାରତୀୟ ସେନା ଏବଂ ପାକିସ୍ତାନୀ ସେନାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ ବୋଲି ବୋଷ କହିଛନ୍ତି । ଜନ୍ତର ମନ୍ତରରେ ଆୟୋଜିତ ସିଏଏ ଏବଂ ଏନ୍‌ଆରସି ବିରୋଧୀ ସଭାରେ ବୋଷ ଏହି ମତ ଦେଇଥିଲେ । ପାକିସ୍ତାନ ଏକ ଶତ୍ରୁରାଷ୍ଟ୍ର ନୁହେଁ ଏବଂ ଉଭୟ ରାଷ୍ଟ୍ରର ଶାସକ ମଧ୍ୟ ଏକାପରି ବୋଲି ବୋଷ କହିଥିଲେ ।

ବରଫ ମଧ୍ୟରେ ଭାରତୀୟ ଯବାନ ନିଖୋଜ

ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍‌ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ ରାଜେନ୍ଦ୍ର ସିଂ ନେଗୀ ନାମକ ଏହି ଯବାନ ଜଣକ ନିଖୋଜ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜିନ୍ଦର ପିଓକେ ପଟକୁ ଚାଲିଯାଇଥିବାରୁ ଉଦ୍ଧାର ସମ୍ଭବ ହୋଇପାରିନଥିବା ସେନା ପକ୍ଷରୁ କୁହାଯାଇଛି । ହାବିଲଦାରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।