ଭାରତ ଚୀନ୍‌ ସୀମା ସଂଘର୍ଷ : 20 ଭାରତୀୟ ଯବାନ ଏବଂ 43 ଚୀନ୍‌ ଯବାନ ନିହତ

ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଏବଂ 43 ଜଣ ଚୀନ୍‌ ଯବାନ ଶହୀଦ ହୋଇଛନ୍ତି । ଲଦାଖର ଗଲଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ସୋମବାର ରାତିରେ ସଂଘର୍ଷ ହୋଇଥିଲା । ଭାରତୀୟ ସେନା ପକ୍ଷରୁ 20 ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ଏହି ଲଢେଇରେ 43ରୁ ଅଧିକ ଚୀନ୍‌ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି ।

24 ଘଣ୍ଟାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା 8852 : 241 ଜଣଙ୍କ ପ୍ରାଣହାନି

ଭାରତରେ ଦିନକୁ ଦିନ ସଙ୍କଟମୟ ରୂପ ନେଉଛି କରୋନା । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 8852ଟି ନୂତନ ମାମଲା ସମ୍ମୁଖକୁ ଆସିଥିବା ବେଳେ 5129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଗତ 24 ଘଣ୍ଟାମ ମଧ୍ୟରେ 241 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 7719ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 780ରେ ପହଞ୍ଚି ଥିବା ବେଳେ 1,34,166 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,32,880ରେ ରହିଛି ।

90 ହଜାର ଡେଇଁଲା ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : 2872 ମୃତ

ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି ।

ଜାକିର ନାଏକର ଟିଭି ଚ୍ୟାନେଲ୍‌ ଉପରେ 3ଲକ୍ଷ ପାଉଣ୍ଡର ଜରିମାନା

ଇସଲାମିକ୍‌ ଧର୍ମଗୁରୁ ତଥା ପ୍ରବକ୍ତା ଜାକିର ନାଏକର ଟିଭି ଚ୍ୟାନେଲ ଉପରେ 3 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ୟୁକେରେ ଜାକିର୍‌ ନାଏକର ଦୁଇ ଚ୍ୟାନେଲ ପିସ୍‌ ଟିଭି ଏବଂ ପିସ୍ ଟିଭି ଉର୍ଦ୍ଦୁ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ଘୃଣାଭରା ଭାଷଣ କାରଣରୁ ୟୁକେର ସଂସ୍ଥା ଅଫ୍‌କମ୍‌ ପକ୍ଷରୁ 3 ଲକ୍ଷ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ 2.75 କୋଟି ଟଙ୍କାର ଜରିମାନା ଲଗାଇଛି । ପିସ୍‌ ଟିଭିକୁ 1 ଲକ୍ଷ ପାଉଣ୍ଡ ଏବଂ ପିସ୍‌ ଟିଭି ଉର୍ଦ୍ଦୁକୁ 2 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି ।

ବାହାରିନ୍‌ରେ 210 କୋଟି ନିବେଶ କରିବେ 7 ଭାରତୀୟ କମ୍ପାନୀ

ବାହାରିୁନ୍‌ରେ 210 କୋଟି ନିବେଶ କରିବାକୁ ଯାଉଛନ୍ତି 7 ଭାରତୀୟ କମ୍ପାନୀ । ଆଇଟି, ମହାକାଶ ବିଜ୍ଞାନ ଏବଂ ବୈଷୟିକ କୌଶଳ କ୍ଷେତ୍ରରେ ଏହି 7 କମ୍ପାନୀ ନିବେଶ କରିବାକୁ ଯାଉଛନ୍ତି । ବାହାରିନ୍‌ ମଇକୋନୋମିକ୍‌ ଡେଭେଲପମେଣ୍ଟ ବୋର୍ଡ (ବିଇଡିବି) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପରିବହନ ସଂସ୍ଥା ଆକବର ଟ୍ରାଭେଲ୍‌ସ୍‌ର ସହଯୋଗୀ ସଂସ୍ଥା ବେଞ୍ଜି ଇନ୍‌ଫୋଟେକ୍‌, ଟେକ୍ନୋ ପାଥ୍‌ ସଲ୍ୟୁସନ୍‌ସ, ଜେକେଟି ଟେକ୍ନୋସଫ୍ଟ, ଜେ ଓ୍ବେ ଟେକ୍‌, ଜେରେକ୍‌ ଟେକ୍ନୋଲୋଜି, ହାକ୍‌ଟେକ୍‌ ସଲ୍ୟୁସନ୍‌ କମ୍ପାନୀକୁ 3.1 ମିଲିୟନ୍‌ ଡଲାର ବା ପ୍ରାୟ 210 କୋଟି ଟଙ୍କାର ଚୁକ୍ତି ହୋଇଛି ।

କୋରୋନା ମୁକାବିଲା ପାଇଁ ଭାରତୀୟ ଦଳର ନୂତନ ରଣନୀତି!

କୋରୋନା ଭାଇରସ୍‌ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ଭାରତୀୟ ପେସ୍‌ ବୋଲର ଭୁବନେଶ୍ବର କୁମାର ଏହି ନୂତନ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଶୃଙ୍ଖଳାରେ ଭାରତୀୟ ପେସ୍‌ ବୋଲର ମାନେ ବଲ୍‌ ଉପରେ ଛେପ ଲଗାଇବେ ନାହିଁ ବୋଲି ଭୁବନେଶ୍ବର କୁମାର ପ୍ରକାଶ କରିଛନ୍ତି ।

ମହିଳା ଟି20 ବିଶ୍ବକପ୍‌ ଫାଇନାଲ୍‌ : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିନାୟିକା ମେଗ୍‌ ଲାନିଂ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଉଭୟ ଦଳ ନିଜର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଭାରତୀୟ ଦଳ ନିଜର ପ୍ରଥମ ଫାଇନାଲ୍‌ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ନିଜର ଷଷ୍ଠ ଫାଇନାଲ୍‌ ଖେଳିବ ।

COVID-19 looms: India confirms 31 cases of coronavirus

One more person on Friday tested positive for novel coronavirus or COVID-19, said the Ministry of Health and Family Welfare, taking the total number of cases in the country to 31. “One suspected COVID-19 case has been confirmed as positive,” said the Health Ministry. According to the Ministry the latest patient is a resident of Delhi.

ମହିଳା ଟି 20 ବିଶ୍ବକପ୍‌ : ଫାଇନାଲ୍‌ରେ ଭାରତ

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ବର୍ଷା କାରଣରୁ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍‌ ଧୋଇଯିବାରୁ ଭାରତ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି । ରିଜର୍ଭ ଡେ ରହିନଥିବାରୁ ବର୍ଷା କାରଣରୁ ଭାରତ ବିଜୟୀ ହୋଇଥିଲା । ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ 4 ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ 3ଟିରେ ବିଜୟୀ ହୋଇଥିଲା । ଅଧିକ ପଏଣ୍ଟ କାରଣରୁ ଭାରତ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଫାଇନାଲ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ବିଜେତାକୁ ଭେଟିବ ।

ଟି20 ମହିଳା ବିଶ୍ବକପ୍‌ : ଶ୍ରୀଲଙ୍କାକୁ 7 ଓ୍ବିକେଟରେ ପରାସ୍ତ କଲା ଭାରତ

ଟି20 ମହିଳା ବିଶ୍ବକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ 7 ଓ୍ବିକେଟରେ ପରାସ୍ତ କରିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 113 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 3 ଓ୍ବିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ 47 ରନ୍‌ ସଂଗ୍ରହ କରିଥିଲେ । ଶେଫାଳି 34ଟି ବଲ୍‌ର ସମ୍ମୁଖୀନ ହୋଇ 7 ଚୌକା ଏବଂ ଏକ ଛକ୍କା ସହାୟତାରେ 47 ରନ୍‌ ସଂଗ୍ରହ କରିଥିଲେ । 23 ରନ୍‌ରେ 4ଟି ଓ୍ବିକେଟ୍‌ ପାଇଁ ରାଧା ଯାଦବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

India may face kidney diseases due to air pollution

Researchers have found that people living in countries with higher levels of air pollution such as India and China may face higher risks of developing kidney diseases. The findings may be especially important for parts of the world with higher air pollution where fine particulate matter levels are five to 10 times higher than in the US, the study said.

ପରାଜୟକୁ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ ସମର୍ଥକ : କୋହ୍‌ଲି

ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ସମର୍ଥକ ମାନେ ଯଦି ଗୋଟିଏ ପରାଜୟ ପରେ ହତୋତ୍ସାହିତ ହୋଇ ଦଳକୁ ସମାଲୋଚନା କରିବା ଆରମ୍ଭ କରିବେ ତେବେ ଏହା କ୍ରିକେଟ ପାଇଁ ଶୁଭ ସୂଚନା ନୁହେଁ । ପରାଜୟକୁ ସମର୍ଥକ ମାନେ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ ବୋଲି କୋହ୍‌ଲି ପ୍ରକାଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଥିଲା ।

Chris Hemsworth to visit India in March

Hollywood star Chris Hemsworth is all set to visit India for the promotional tour of his upcoming action film “Extraction”. He will visit Mumbai along with director Sam Hargrave, on March 16. “Extraction”, which was initially titled “Dhaka”, also stars Indian actors Randeep Hooda and Pankaj Tripathi. Hemsworth shot for the Netflix film in India in 2018.The film is scheduled to release on April 24.

India recommended as host for 2022 AFC Women’s Asian Cup

India was recommended as the first South Asian hosts for the AFC Womens Asian Cup 2022 by the AFC Womens Football Committee which met here as part of the AFCs commitment to grow the womens game. As per the AFC’s official website, it was felt that India, who will also have the experience of hosting the FIFA Women’s Under-17 World Cup  this year.

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ : କ୍ଲିନ୍‌ ସୁଇପ୍‌ ରୋକିବା ଲକ୍ଷ୍ୟରେ ଭାରତ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ତୃତୀୟ ମୁକାବିଲା ଆସନ୍ତା କାଲି ବେ ଓଭାଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବେ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ସମ୍ମାନ ରଖିବା ପାଇଁ ଚେଷ୍ଟା କରିବ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଟମ୍‌ ଲାଥାମ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ ।ଅନ୍ତିମ ମ୍ୟାଚ୍‌ରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ଭାରତୀୟ ଅଧିନାୟକ କୋହଲିଙ୍କ ବ୍ୟାଟରୁ ରନ୍‌ ବାହାରିବା ଜରୁରୀ ।

19 ବର୍ଷରୁ କମ୍ ବିଶ୍ବକପ୍‌ : ଟସ୍‌ ଜିତି ବାଂଲଶଦେଶର ବୋଲିଂ ନିଷ୍ପତ୍ତି

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବାଂଲାଦେଶ ଅଧିନାୟକ ଆକବର ଅଲୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ହସନ ମୁରାଦଙ୍କ ସ୍ଥାନରେ ଅଭିଷେକ ଦାସଙ୍କୁ ଦଳରେ ସାମିଲ କରାଯାଇଛି ।

Taylor stands tall as India restrict NZ to 273 in 2nd ODI

Indian bowlers came out with a much improved performance as they restricted New Zealand to 273/8 in the second ODI at the Eden Park on Saturday. Taylor, who had guided the hosts to a thrilling victory in Hamilton, once again starred with the bat as she played a crucial knock of unbeaten 72. Put into bat, the Black Caps were provided with a great start.

ତ୍ରୀରାଷ୍ଟ୍ରୀୟ ସିରିଜ୍‌ : ଅଷ୍ଟ୍ରେଲିଆକୁ 7 ଓ୍ବିକେଟ୍‌ରେ ପରାସ୍ତ କଲେ ଭାରତୀୟ ମହିଳା

ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ନେଇ ଅନୁଷ୍ଠିତ ହେଉଥିବା ତ୍ରୀରାଷ୍ଟ୍ରୀୟ ମହିଳା ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାକୁ ଭାରତ 7 ଓ୍ବିକେଟ୍‌ରେ ଜିତି ନେଇଛି । ଶେଫାଳୀ ବର୍ମା (49) ଏବଂ ସ୍ମୃତି ମାନ୍ଧନା(55) ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଗାର୍ଡନରଙ୍କ 93 ରନ୍‌ ସହାୟତାରେ 173 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶେଫାଳି ବର୍ମା 29 ବଲ୍‌ର ସମ୍ମୁଖୀନ ହୋଇ 48 ରନ୍‌ ସଂଗ୍ରହ କରିଥିଲେ । ଶେଫାଳିଙ୍କ ଇନିଂସରେ 8 ଚୌକା ଏବଂ 1 ଛକ୍କା ସାମିଲ ଥିଲା ।

ଆଜି ଅନ୍ତିମ ଟି 20 : ହ୍ବାଇଟ୍‌ ଓ୍ବାସ୍‌ ଲକ୍ଷ୍ୟରେ ଭାରତ

ଆଜି ବେ ଓଭାଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ଶୃଙ୍ଖଳା ହ୍ବାଇଟ୍‌ଓ୍ବାସ୍‌ର ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ମାନ ବଞ୍ଚାଇବାର ଚେଷ୍ଟା କରିବ । ଅନ୍ତିମ ଦୁଇ ମ୍ୟାଚ୍‌ ସୁପର ଓଭରକୁ ଯାଇଥିବାରୁ ଏହି ମ୍ୟାଚ୍‌ ମଧ୍ୟ ରୋମାଞ୍ଚକର ରହିବା ନେଇ ଆଶା କରାଯାଉଛି । ଏହି ମ୍ୟାଚ୍‌ ପାଇଁ ଭାରତ କୋହଲି ଏବଂ ରାହୁଲଙ୍କୁ ବିଶ୍ରାମ ଦେଇ ପାରେ । ସେହିପରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ।

Despite ‘Make in India’ push, India still a laggard: Survey

Despite ‘Make in India and ‘Digital India initiatives, India is still nowhere to be seen when it comes to becoming a major hub for producing final assembly of range of products called Network Products (NP), the Economic Survey 2019-20 said on Friday.  Stressing on to make India an assembly centre for telecom handsets, the survey advised the government to adopt the Chinese formula.

ଓ୍ବେଲିଙ୍ଗଟନ୍‌ ଟି20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 166 ରନ୍‌ର ବିଜୟ ଲକ୍ଷ୍ୟ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଭାରତ 165 ରନ୍‌ ସଂଗ୍ରହ କରିଛି ।  ଭାରତୀୟ ଟପ୍‌ ଅର୍ଡର ଏହି ମ୍ୟାଚ୍‌ରେ ଫେଲ୍‌ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଛି । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ମନୀଷ ପାଣ୍ଡେ 36ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ସହାୟତାରେ 50 ରନ୍‌ ସଂଗ୍ରହ କରିଥିଲେ ।

ହାମିଲ୍‌ଟ୍‌ନ୍‌ ଟି 20 : ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । କର ବା ମର ମୁକାବିଲାରେ ତୃତୀୟ ଥର ପାଇଁ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ଥିବା ବେଳେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବ୍ଲେୟାର ଟିକ୍‌ନରଙ୍କ ସ୍ଥାନରେ ସ୍କଟ୍‌ କ୍ଲୁଗେଜିନ୍‌ଙ୍କୁ ଖେଳାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଦୁଇ ଟି20ରେ ବିଜୟୀ ହୋଇ ଭାରତ 2-0ରେ ଅଗ୍ରଣୀ ରହିଛି ।

India eye maiden T20I series-win in NZ in Hamilton

Team India will aim to continue their rich vein of form and seal their first-ever T20I series win in New Zealand when they take on the Black Caps in the third match at the Seddon Park on Wednesday. The visitors dominated New Zealand in all the departments in the two games played so far.

 

ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟିଭ୍‌ ଓ୍ବ

ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ପୁନର୍ବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ଷ୍ଟିଭ୍‌ ଓ୍ବ ଏଥର ଭିନ୍ନ ଦାୟିତ୍ବରେ ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବେଙ୍ଗଲ ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଷ୍ଟିଭ୍‌ ଫଟୋଗ୍ରାଫର ଭାବରେ ପଡିଆରେ ପ୍ରବେଶ କରିଥିଲେ । ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ନାମକ ପୁସ୍ତକୁ ଲେଖୁଥିବା ଷ୍ଟିଭ୍‌ ଭାରତୀୟ କ୍ରିକେଟର ମକ୍କାରେ ପ୍ରବେଶ କରିବା ସହିତ କିଛି ଫଟୋ ଉତ୍ତୋଳନ କରିଥିଲେ ।

ଟି 20 ବିଶ୍ବକପ୍‌ ବର୍ଜନ ନେଇ ପାକିସ୍ତାନର ଧମକ

ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ପିସିବି ପକ୍ଷରୁ ଏକ ବଡ ବୟାନ ପ୍ରଦାନ କରାଯାଇଛି । ଯଦି ଭାରତ ପାକିସ୍ତାନରେ ଆୟୋଜିତ ଏସିଆ କପ୍‌ରେ ଅଂଶ ଗ୍ରହଣ ନକରେ ତେବେ 2021ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌କୁ ପ୍ରତ୍ୟାଖ୍ୟାନର ଧମକ ଦେଇଛି ପାକିସ୍ତାନ । ବାଂଲାଦେଶ ପକ୍ଷରୁ ପାକିସ୍ତାନ ଗସ୍ତ କରାଯିବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର କ୍ଷମତା ହାସଲ କରିଛି । ମାତ୍ର ସୁରକ୍ଷାଗତ କାରଣ ଦର୍ଶାଇ ବିସିସିଆଇ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ । ଯଦି ବିସିସିଆଇ ଭାରତୀୟ ଟିମ୍‌କୁ ନପଠାଏ ତେବେ ପିସିବି ମଧ୍ୟ ଟି 20 ବିଶ୍ବକପ୍‌ ବର୍ଜନ କରିବ ବୋଲି ପିସିବି ମୁଖ୍ୟ ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି ।

ଭାରତରେ ହ୍ରାସ ପାଇଛି ସାଇବର୍‌ ଆକ୍ରମଣ!

ଭାରତରେ ସାଇବର୍‌ ଆକ୍ରମଣ ହ୍ରାସ ପାଇଛି । ମଙ୍ଗଳବାର କାସ୍ପରସ୍କାଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ ସାଇବର ଆକ୍ରମଣରେ 40.4 ପ୍ରତିଶତ ହ୍ରାସ ପାଇଛି । 2018ରେ ଦେଶରେ ସାଇବର ଆକ୍ରମଣ 38.8 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ 2019ରେ ହ୍ରାସ ପାଇବା ଏକ ଭଲ ସଙ୍କେତ ବୋଲି କାସ୍ପରସ୍କାଏ ପକ୍ଷରୁ ପ୍ରକାଶ କରାଯାଇଛି । କାସ୍ପରସ୍କାଏ ବ୍ୟବହାରକାରୀଙ୍କୁ ବାର୍ଷିକ ଅନ୍ତତଃ ଥରେ ଆକ୍ରମଣ କରାଯାଇଛି ଯାହାକି ବିଗତ ବର୍ଷ ମାନଙ୍କ ତୁଳନାରେ ସର୍ବନିମ୍ନ ବୋଲି କାସ୍ପରସ୍କାଏ ଦକ୍ଷିଣ ଏସିଆ ଜେନେରାଲ ମ୍ୟାନେଜର ଦୀପେଶ କରୁଆ ପ୍ରକାଶ କରିଛନ୍ତି ।

19 ବର୍ଷରୁ କମ୍‌ ବିଶ୍ବକପ୍‌ : ଜାପାନକୁ 41 ରନ୍‌ରେ ଅଲ୍‌ଆଉଟ କଲା ଭାରତ

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଜାପାନ୍‌କୁ ,ମାତ୍ର 41 ରନ୍‌ରେ ଅଲ୍‌ଆଉଟ୍‌ କରିଛି । ଭାରତ ପକ୍ଷରୁ ଲେଗ୍‌ ସ୍ପିନର ରବି ବିଷ୍ଣୋଇ 5 ରନ୍‌ ବିନିମୟରେ 4 ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗୀ 10 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂ 2ଟି ଏବଂ ବିଦ୍ୟାଧର ପାଟିଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଜାପାନର 5 ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ପାରିନଥିଲେ ।

ଭାରତରେ ଅଚଳ ହେଲା ହ୍ବାଟ୍ସଆପ୍‌ !

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଦୁଃସମ୍ବାଦ । ଭାରତରେ ଅଚଳ ହେଲା ହ୍ବାଟ୍ସଆପ୍‌ । ରବିବାର ଦିନ ଅପରାହ୍ନ 4.15ରୁ ଏହି ମେସେଜିଂ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଛି । ଷ୍ଟିକର ଏବଂ ଫଟୋ ପଠାଇବାରେ ବ୍ୟବହାରକାରୀ ଅସଫଳ ହୋଇଥିଲେ । ଏହା ପରେ ହ୍ବାଟ୍ସଆପ୍‌ ପକ୍ଷରୁ ଏକ ସ୍ପଷ୍ଟୀକରଣ ସହିତ ବିଶ୍ବର କେଉଁ କେଉଁ ସ୍ଥାନରେ ମେସେଜିଂ ଆପ୍‌ରେ ସମସ୍ୟ ଦେଖାଦେଇଛି ତାହାର ଏକ ଫଟୋ ସେୟାର କରାଯାଇଥିଲା । କେବଳ ଭାରତ ନୁହେଁ ବରଂ ୟୁରୋପ୍‌, ମାଲେସିଆ, ଇଣ୍ଡୋନେସିଆ ଏବଂ ବ୍ରାଜିଲରେ ମଧ୍ୟ ହ୍ବାଟ୍ସଆପ୍‌ ଅଚଳ ରହିଥିଲା ।

ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ/ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ କ୍ଷେତ୍ରରକ୍ଷଣର ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚ୍‌ରେ କେନ୍‌ ରିଚାର୍ଡସନ୍‌ଙ୍କ ସ୍ଥାନରେ ଜୋଶ୍‌ ହାଜେଲ୍‌ଉଡ୍‌ଙ୍କୁ ଖେଳାଯାଇଛି । ଭାରତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଘରୋଇ ପରିବେଶରେ ପ୍ରଥମ ଥର ପାଇଁ କେ ଏଲ୍‌ ରାହୁଲ୍‌ ଓ୍ବିକେଟ୍‌ କିପିଂ କରିବାକୁ ଯାଉଛନ୍ତି ।

2025 ସୁଦ୍ଧା ଭାରତରେ 10 ଲକ୍ଷ ନୂତନ ନିଯୁକ୍ତି ନେଇ ଘୋଷଣା କଲେ ଏହି ବ୍ୟକ୍ତି । ଜାଣନ୍ତୁ କିଏ?

ଭାରତୀୟ ବଜାରରେ ଆସନ୍ତା 5 ବର୍ଷ ମଧ୍ୟରେ 10 ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଛନ୍ତି ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ । ପ୍ରାଥମିକ ଭାବରେ ଭାରତରେ 71 ହଜାର କୋଟି ନିବେଶ ନେଇ ଘୋଷଣା କରିଥିଲେ ବେଜୋସ୍‌ । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ ଶୁକ୍ରବାର ନୂତନ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଆମାଜନ୍‌ ଭାରତରେ ନିରନ୍ତର ନିବେଶ କରିବ ଯାହା ଫଳରେ ଅନ୍ୟୁନ 10 ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହି ସମସ୍ତ ନିଯୁକ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କରାଯିବ ବୋଲି ବେଜୋସ୍‌ ସୂଚନା ଦେଇଛନ୍ତି ।

ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ସମସ୍ୟା ଦେଖାଦେଇଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ସହିତ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ ।

Ponting predicts Australia will beat India in ODI series

Former Australia captain Ricky Ponting believes Team India will be keen to “redeem themselves” but Aaron Finch’s men will be able to beat the hosts in the three-match ODI series beginning Tuesday at the Wankhede. “Australia will be full of confidence after an excellent World Cup and a great summer of Test cricket but India will be keen to redeem themselves from the last ODI series loss against Australia. Prediction: 2-1 Australia.

ଆଜି ପୁନେରେ ଅନ୍ତିମ ଟି20 ମୁକାବିଲା : ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ ଆଜି ପୁନେରେ ଖେଳାଯିବ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ସିରିଜ୍‌ ବରାବର ଲକ୍ଷ୍ୟରେ ରହିବ । ସନ୍ଧ୍ୟା 7ଟାରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ସମାନ ଏକାଦଶ ସହିତ ଖେଳିବ ବୋଲି କୋହଲି ସୂଚନା ଦେଇଛନ୍ତି । ଅପର ପକ୍ଷରେ ଇସୁରୁ ଉଡାନା ଶ୍ରୀଲଙ୍କା ପକ୍ଷରୁ ପ୍ରତ୍ୟାବର୍ତ୍ତନ କରିବେ । ଉଲ୍ଲେଖଯୋଗ୍ୟ ଯେ, ଗୌହାଟୀରେ ଅନୁଷ୍ଠିତ ପ୍ରଥମ ଟି 20 ବର୍ଷାରେ ଧୋଇଯିବା ପରେ ଇନ୍ଦୋରରେ ମୁକାବିଲାକୁ ଭାରତ ଅନାୟାସରେ ଜିତି ନେଇଥିଲା ।

Increase of 5,188 sq kms in India’s forest, tree cover

There has been an increase of 5,188 sq kms in the total forest and tree cover of the country as compared to the assessment of 2017. Out of this, the increase in the forest cover has been observed as 3,976 sq km and that in tree cover is 1,212 sq km, the government said on Monday. Under the current assessment the total carbon stock in countr”s forest is estimated 7,124.6 million tonnes

ବାରବାଟୀରେ ଆଜି ଅନ୍ତିମ ଦିନିକିଆ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବ । ସିରିଜ୍‌ 1-1ରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଉଭୟ ଦଳ ସିରିଜ୍‌ କବ୍‌ଜା କରିବାର ଉଦ୍ୟମ କରିବେ । ଅପରାହ୍ନ 1.30 ମିନିଟରେ ଏହି ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଆରମ୍ଭ ହେବ । ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳି ଦିନ 11ଟା ସୁଦ୍ଧା ଷ୍ଟାଡିୟମ୍‌ରେ ପହଞ୍ଚିବେ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ବାରବାଟୀରେ ଅଭ୍ୟାସ କରିଛନ୍ତି ।

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍‌ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ବିସିସିଆଇ ପକ୍ଷରୁ ମେ’ଫେୟାର ସମୁଦାୟ 85ଟି ରୁମ୍‌ ବୁକ୍‌ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।

ରୋହିତ-ରାହୁଲଙ୍କ ଶତକ : 35 ଓଭର ସୁଦ୍ଧା ଭାରତ 220/0

ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍‌ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍‌ରେ ବ୍ୟାଟିଂ କରୁଛନ୍ତି । ରୋହିତ 33 ତମ ଓଭରରେ 108 ବଲ୍‌ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ରାହୁଲ 102ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ ଶତକ ପୂରଣ କରିଥିଲେ ।

ଭାରତ- ଓ୍ବିଣ୍ଡିଜ୍‌ ଦ୍ବିତୀୟ ଦିନିକିଆ : ଟସ୍‌ ଜିତି ପୋଲାର୍ଡଙ୍କ ବୋଲିଂ ନିଷ୍ପତ୍ତି

ଭାରତ ଏବଂ ଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ବିଶାଖାପଟ୍ଟନମ୍‌ରେ ଖେଳା ଯାଉଛି । ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ଅଧିନାୟକ ପୋଲାର୍ଡ ଟସ୍‌ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଛି । ଶିବମ ଦୁବେଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି ।

ଶ୍ରେୟସ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ : ଓ୍ବେଷ୍ଟଇଣ୍ଡିଜ୍‌ ସମ୍ମୁଖରେ 288 ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 287 ରନ୍‌ ସଂଗ୍ରହ କରିଛି । ଏହା ଫଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ 288 ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍‌ ଜିତ ୱେଷ୍ଟଇଣ୍ଡିଜ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 25 ରନ୍‌ରେ ଦୁଇଟି ଓ୍ବିକେଟ୍‌ ହରାଇବା ସହିତ ଭାରତ ସଙ୍କଟରେ ପଡିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ(71) ଓ ଶ୍ରେୟସ ଆୟର(70) ରନ୍‌ର ଇନିଂସ ଫଳରେ ଭାରତ 287 ରନ୍‌ ସଂଗ୍ରହ କରିଥିଲା ।

ଶ୍ରେୟସ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ : ଭାରତ 173/3

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରେୟସ୍‌ ଆୟାର ଏବଂ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ 173/3 ରନ୍‌ ସଂଗ୍ରହ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କଟରେଲ(2/12) ଫଳରେ 25 ରନ୍‌ ମଧ୍ୟରେ ରାହୁଲ ଏବଂ କୋହଲିଙ୍କ ଓ୍ବିକେଟ ହରାଇଥିଲା । ରୋହିତ ଶର୍ମା(36) ଆୟାରଙ୍କ ସହିତ 55 ରନ୍‌ ଯୋଡିଥିଲେ । 33 ଓଭର ଶେଷ ସୁଦ୍ଧା ଆୟାର(59) ଏବଂ ପନ୍ତ(51) ରନ୍‌ରେ ବ୍ୟାଟିଂ କରୁଛନ୍ତି ।

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି : ଶିବମ ଦୁବେଙ୍କ ଦିନିକିଆ ପଦାର୍ପଣ

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ର ଟି ଟ୍ବେଣ୍ଟି ସିରିଜ୍ ପରେ ଆଜିଠୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ କେଦାର ଜାଦବ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶିବମ ଦୁବେ ଦିନିକିଆ ପଦାର୍ପଣ କରିଛନ୍ତି । ସେହିପରି ଧଓ୍ବନ୍‌ଙ୍କ ଅନୁପସ୍ଥିତିରେ ରାହୁଲ୍‌ ଓପନିଂ ଦାୟିତ୍ବ ସମ୍ଭାଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଦୀପକ ଚହର ଦଳରେ ସ୍ଥାନ ପାଇଛନ୍ତି ।

2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର ଛୁଇଁବ 100 ଜିଗାଓ୍ବାଟ : ଜାଭଡେକର

2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର 100 ଜିଗାଓ୍ବାଟକୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ମାଦ୍ରିଦ୍‌ରେ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ମାତ୍ର 33 ଜିଗାଓ୍ବାଟର ସୌରଶକ୍ତି ବ୍ୟବଡୃତ ହେଉଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତର ସୌରଶକ୍ତି ବ୍ୟବହାରରେ ବୃଦ୍ଧି କରାଯାଇ 100 ଜିଗାଓ୍ବଟର ଲକ୍ଷ୍ୟ ରଖାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି । 2015ର ପରିବେଶ ସମ୍ମିଳନୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୌର ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା ।

ଡେଭିସ୍‌ କପ୍‌ : ପାକିସ୍ତାନକୁ 4-0 ରେ ପରାସ୍ତ କଲା ଭାରତ

ଡେଭିସ୍‌ କପ୍‌ରେ ପାକିସ୍ତାନକୁ 4-0 ରେ ପରାସ୍ତ କରିଛି ଭାରତ । ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ ରେକର୍ଡ 44ତମ ବିଜୟ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିତ ଭାରତ 2020 ବିଶ୍ବଗ୍ରୁପ୍‌ ପାଇଁ ଯୋଗ୍ୟତା ହାସଲ କରିଛି । ସୁମିତ୍‌ ନାଗଲ୍‌ ଏବଂ ରାମକୁମାର ରାମନାଥନ ସିଙ୍ଗିଲ୍ସରେ ବିଜୟୀ ହୋଇଥିବା ବେଳେ, ପେସ୍‌-ଜୀବନ ଡବଲ୍ସ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ରିଭର୍ସ ସିଙ୍ଗିଲ୍ସ ମ୍ୟାଚ୍‌ରେ ସୁମିତ୍‌ ନାଗଲ୍‌ ବିଜୟୀ ହେବା ସହିତ ଭାରତକୁ 4-0ରେ ଅଗ୍ରଣୀ କରାଇଥିଲେ ।

ଇଣ୍ଡିଜ୍‌ ଟି20 ପାଇଁ ଧଓ୍ବନଙ୍କ ସ୍ଥାନରେ ସାମ୍‌ସନ୍‌

ଆହତ ହୋଇ ଭାରତୀୟ ଦଳରୁ ବାଦ୍‌ ପଡିଥିବା ଓପ୍‌ନର ଶିଖର ଧଓ୍ବନ୍‌ଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ସ୍ଥାନ ମିଳିଛି । ସୈଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ଆହତ ହେବାରୁ ଧଓ୍ବନ୍‌ । ବିସିସିଆଇର ମେଡିକାଲ ଟିମ୍‌ ପକ୍ଷରୁ ଦିଆଯାଇଥିବା ଧଓ୍ବନଙ୍କ ଆହତ ରିପୋର୍ଟ ଅନୁଯାୟୀ ଧଓ୍ବନଙ୍କ କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗିବ । ତେଣୁ ଧଓ୍ବନଙ୍କ ବଦଳ ଖେଳାଳି ଭାବରେ ବିସିସିଆଇ ବୁଧବାର ଦିନ ସଞ୍ଜୁ ସାମସନ୍‌ଙ୍କ ନାମ ଘୋଷଣା କରାଯାଇଛି । ସେହିପରି କୋଲକାତା ଟେଷ୍ଟରେ ଆହତ ରିଦ୍ଧିମାନ ଶାହାଙ୍କୁ 4 ସପ୍ତାହ ବିଶ୍ରାମର ପରାମର୍ଶ ଦିଆଯାଇଛି ।

ଲଗାତାର ଚତୁର୍ଥ ଇନିଂସ ବିଜୟ ସହ 142 ବର୍ଷର ରେକର୍ଡ ଭାଙ୍ଗିଲା ଭାରତ

ଭାରତ ଲଗାତାର ଚତୁର୍ଥ ଥର ଇନିଂସ ବିଜୟୀ ହୋଇ ଟେଷ୍ଟ କ୍ରିକେଟର 142 ବର୍ଷର ରେକର୍ଡ ଭାଙ୍ଗିଛି । ଭାରତ ବାଂଲାଦେଶକୁ ଲଗାତାର 2ଟି ଟେଷ୍ଟରେ ଇନିଂସ ବ୍ୟବଧାନରେ ପରାସ୍ତ କରିଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ 2ଟି ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଥିଲା । ଏହା ସହିତ ଭାରତ ଲଗାତାର ଭାବେ 7ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ରେକର୍ଡ ଭାଙ୍ଗିଛି । କୋଲକାତା ଟେଷ୍ଟରେ ଭାରତୀୟ ପେସ୍‌ ବୋଲର 19ଟି ୱିକେଟ୍ ନେଇଛନ୍ତି ।

29 ତାରିଖରେ ଭାରତ ଗସ୍ତରେ ରାଜପକ୍ଷା

ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ । ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢ଼ିଥିଲା । ରାଜପକ୍ଷା ଭାରତ ଅପେକ୍ଷା ଚୀନକୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରାଜପକ୍ଷା ଶପଥ ନେବା କ୍ଷଣି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ । ଆସନ୍ତା 29ତାରିଖରେ ଭାରତ ଆସିବା ନେଇ ରାଜପକ୍ଷା ସମ୍ମତି ପ୍ରଦାନ କରିଥିବା ନେଇ ଜୟଶଙ୍କର ଟ୍ବିଟ୍‌ କରିଛନ୍ତି ।

ଫିଫା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା : କର ବା ମର ମୁକାବିଲାରେ ଭାରତ

ଫିଫା 2022 ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପାଇଁ ଆଜି ଭାରତ ଓମାନର ସମ୍ମୁଖୀନ ହେବ । ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ । ଗ୍ରୁପ୍‌ ଇରେ କାତାର ପରେ ଓମାନ୍‌ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭାରତର ଆଶା ବଳବତ୍ତର ରହିବ । ସୁନୀଲ ଛେତ୍ରୀ ଏବଂ ଜେଜେଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଫରଓ୍ବାର୍ଡ ବିଭାଗ ମଜବୁତ ହୋଇଛି ।

Indian DHC summoned to warn his country against misadventure: Pakistan Foreign Ministry

Pakistan Ministry of Foreign Affairs has announced that it summoned the Indian Deputy High Commission (DHC) to warn his country against any misadventure targeting Pakistan. Pakistan Foreign Office Spokesperson Dr Mohammad Faisal tweeted on Sunday, “Indian DHC was summoned for demarche in line with FM’s briefing of today & Warned against any misadventure.”

Indo-US military training exercise ends

United States military forces from the 1st Battalion of 1st Special Forces Group (Airborne) have completed an extensive military training exercise with the Indian National Security Guard (INSG) in Hyderabad. US Consul General Katherine Hadda addressed the soldiers on Friday at the closing ceremony. The month-long exercise prepared U.S and Indian soldiers for a wide range of challenging scenarios.

ଗୁଗୁଲ୍‌ ଇଣ୍ଡିଆ ସିଇଓଙ୍କ ଇସ୍ତଫା

ଗୁଗୁଲ୍‌ ଇଣ୍ଡିଆ ସିଇଓ ତଥା ଦକ୍ଷିଣ ପୂର୍ବ ଏସିଆର ଉପ ସଭାପତି ରାଜନ ଆନନ୍ଦନଙ୍କ ଇସ୍ତଫା। ଭାରତୀୟ ବଜାରରେ ପୂର୍ଣ୍ଣକାଳୀନ ନିବେଶ ଏବଂ ଷ୍ଟାର୍ଟଅପ୍‌ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ସେ ଅବସର ଗ୍ରହଣ କରିଛନ୍ତି ବାେଲି ଜଣାପଡିଛି।୨୦୧୧ରେ ଗୁଗୁଲ୍‌ରେ ଯୋଗ ଦେଇଥିଲେ ରାଜନ୍‌। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ନିଜର ଡିଗ୍ରୀ ହାସଲ କରିଥିବା ରାଜନଙ୍କ ସ୍ଥାନରେ ନିର୍ଦ୍ଦେଶକ ବିକାଶ ଅଗ୍ନିହୋତ୍ରୀ ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡିଛି। ଚଳିତ ଏପ୍ରିଲ୍‌ ମାସର ଶେଷ ଭାଗରେ ରାଜନ୍‌ କମ୍ପାନୀ ଛାଡିବେ ବୋଲି ଗୁଗୁଲ୍‌ ଏସିଆ ପାସିଫିକ୍‌ ସଭାପତି ସ୍କଟ୍‌ ବିଉମୋଣ୍ଟ ପ୍ରକାଶ କରିଛନ୍ତି।