7ଟି ଜିଲ୍ଳାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସହ ବଜ୍ରପାତର ସତର୍କ ସୂଚନା ପ୍ରଦାନ କରାଯାଇଛି । ସତର୍କସୂଚନା ଜାରି କରାଯାଇଥିବା 7 ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ।

ପାଣିପାଗ ବିଭାଗ ପକ୍ଷରୁ 7 ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କସୂଚନା

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ, ପୁରୀ, ବାଲେଶ୍ବର, ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି 7 ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ ଘଡଘଡିର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।