ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ

ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର ନିକଟରେ ପଡି ରହିଥିବା ଏକ ବ୍ୟାଗରୁ ଏହି ବିସ୍ଫୋରକ ଜବତ କରାଯାଇଛି । ସିଆଇଏସ୍‌ଏଫ୍‌ ପକ୍ଷରୁ ବିମାନ ବନ୍ଦରକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । ଏହି ଘଟଣା ପରେ ମାଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖାଯାଇଛି ।

କାଶ୍ମୀରରେ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ : 2 କିଗ୍ରା ଆଇଡି ବିସ୍ଫୋରକ ଜବତ

କାଶ୍ମୀରରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣକୁ ଏଡାଇବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ । ଜମ୍ମୁ କାଶ୍ମୀରରୁ ସୁରକ୍ଷା ବଳଙ୍କ ପକ୍ଷରୁ 2 କିଗ୍ରା ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌ (ଆଇଡି) ଜବତ କରାଯାଇଛି । ପୋଲିସ୍‌ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଚଢାଉରେ ସୋପୋରରେ ଏହି ବିସ୍ଫୋରକ ଜବତ କରାଯାଇଛି । ବାରାମୂଲାର ସୋପୋରରେ ଅବସ୍ଥିତ ରଫିଆବାଦର ଏକ ବ୍ରିଜ୍‌ ତଳୁ ଏହି ବିସ୍ଫୋରକ ଜବତ କରାଯାଇଛି ।