ରାଜ୍ୟର ପ୍ରଥମ ଆଇଏଏସ୍‌ ଅଫିସରଙ୍କୁ କରୋନା

ରାଜ୍ୟର ପ୍ରଥମ ଆଇଏଏସ୍‌ ଅଫିସର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । 1987 ବ୍ୟାଚ୍‌ ଓଡିଶା କ୍ୟାଡରର ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିନିବେଶ ବିଭାଗରେ କାର୍ଯ୍ୟ କରୁଥିବା ତୁହିନଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।

ସଙ୍ଗରୋଧରୁ ଦୂରେଇ ରହିଥିବା ଆଇଏଏସ୍‌ ଅଧିକାରୀ ନିଲମ୍ବିତ

କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍‌ ଅଫିସରଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍‌ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍‌ଦୁଲ୍‌ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।

ଲାଞ୍ଚ ନେଇ ଆଇଏଏସ୍‌ ଗିରଫ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଆଇଏଏସ୍‌ ଅଫିସର । 2009 ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ ଏକ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏକ ବିଲ୍‌ ପାଶ୍‌ କରାଇବା ପାଇଁ ଉପାଧ୍ୟାୟ ଏହି ଲାଞ୍ଚ ନେଉଥିବା ଜଣାପଡିଛି ।