ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ : ଜାଣନ୍ତୁ କିଏ?

2021 ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବାକୁ ଯାଉଛନ୍ତି ଦୁଇ ଅଭିନେତ୍ରୀ । 2020 ମସିହାର ଗୋଲ୍ଡେନ୍‌ ଗ୍ଲୋବ୍‌କୁ ରିକୀ ଗେର୍ଭେସ୍‌ ହୋଷ୍ଟିଂ କରିଥିବା ବେଳେ ଏହି ଅବସରରେ 2021ର ହୋଷ୍ଟଙ୍କ ନାମ ଘୋଷଣା କରାଯାଇଥିଲା । ଅଭିନେତ୍ରୀ ଟିନା ଫେ ଏବଂ ଏମି ପୋହେଲର 2021ର ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବାକୁ ଯାଉଛନ୍ତି । ଏନ୍‌ବିସି ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ 2013, 2014 ଏବଂ 2015ର ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିଥିଲେ । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ ମିନ୍‌ ଗାର୍ଲସ୍‌ ଏବଂ ସିସ୍ଟର୍ସରେ ଏକତ୍ର ନଜର ଆସିଥିଲେ ।

ଘୋଷଣା ହେଲା 2020 ଗୋଲ୍ଡେନ୍‌ ଗ୍ଲୋବ୍‌ ମନୋନୟନ : ଟମ୍‌ ହ୍ୟାଙ୍କସଙ୍କୁ ଜୀବନବ୍ୟାପୀ ପୁରସ୍କାର

2020 ବର୍ଷ ପାଇଁ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାରର ମନୋନୟନ ତାଲିକା ପ୍ରକାଶିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଗୋଲ୍ଡେନ୍‌ ଗ୍ଲୋବ୍‌ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଟିମ୍‌ ଆଲେନ୍‌, ଡାକୋଟା ଫ୍ୟାନ୍ନିଙ୍ଗ ଏବଂ ସୁସାନ କେଲେଚି ଓ୍ବାଟସନ୍‌ଙ୍କ କମିଟି ଏହି ତାଲିକା ଘୋଷଣା କରିଛି । ନୋଆ ବମୁଚାଙ୍କ ନିର୍ଦ୍ଦେଶିତ ମ୍ୟାରେଜ୍‌ ଷ୍ଟୋରୀ ସର୍ବାଧିକ 6ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମାର୍ଟିନ୍‌ ସ୍କୋର୍ସେସ୍‌ଙ୍କ ଦ ଆଇରିସମ୍ୟାନ୍‌ ଏବଂ କ୍ବେଣ୍ଟିନ୍‌ ଟାରାଣ୍ଟିନୋଙ୍କ ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌ 5ଟି ବର୍ଗରେ ମନୋନୀତ ହୋଇଛି ।