ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି ।

ସ୍କୁଲରେ ଭଗବଦ ଗୀତା ଶିକ୍ଷା ଦିଆଯିବା ଉଚିତ୍‌ : ଗିରିରାଜ ସିଂ

ସ୍କୁଲରେ ଭଗବଦ ଗୀତା ଶିକ୍ଷା ପ୍ରଦାନ କରାଯିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ବେଗୁସରାଇରୁ ବିଜେପିର ସାଂସଦ ରହିଥିବା ଗିରିରାଜ ଏହି ମତ ଦେଇଛନ୍ତି । ମିଶନାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ବିଦେଶ ପାଠପଢିବା ପାଇଁ ଯାଇ ଗୋ ମାଂସ ଖାଉଛନ୍ତି ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୀତାପାଠ କରାଇବା ଉଚିତ୍‌ ବୋଲି ଗିରିରାଜ ବୁଧବାର କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉନଥିବାରୁ ଏହ ଘଟୁଛି ତେଣୁ, ସ୍କୁଲରେ ଗୀତାପାଠ ବାଧ୍ୟତାମୂଳକ କରାଯିବା ଉଚିତ୍‌ ବୋଲି ଗିରିରାଜ ପ୍ରକାଶ କରିଛନ୍ତି ।