ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ : ଜିଡିପି ଅଭିବୃଦ୍ଧି ପୂର୍ବାନୂମାନ 5 ପ୍ରତିଶତକୁ ହ୍ରାସ

ମୁମ୍ବାଇ,5/12: କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ହ୍ରାସ କରିବା ପରେ ରେପୋ ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇ ରେପୋରେଟ ଅପରିବର୍ତ୍ତିତ ରଖିବା ପରେ ଏହା ପୂର୍ବବତ 4.9 ପ୍ରତିଶତ ରହିଛି । ଗୁରୁବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2020-21 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି ହାର 5 ପ୍ରତିଶତ ରଖାଯାଇଛି । ପୂର୍ବରୁ ଜିଡିପି 6.1 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ।

ଅର୍ଥନୀତି ଜାଣିନାହାନ୍ତି ନିର୍ମଳା ସୀତାରମଣ : ସୁବ୍ରମଣ୍ୟମ ସ୍ବାମୀ

ଦେଶର ଜିଡିପିରେ ହ୍ରାସ ଘଟିବା ନେଇ ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କୁ ବର୍ତ୍ତମାନ ନିଜ ଦଳର ସଦସ୍ୟଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ ସ୍ବାମୀ । ନିର୍ମଳା ସୀତାରମଣଙ୍କୁ ଅର୍ଥନୀତି ଜଣାନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ହାଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ସ୍ବାମୀ ଗୋଟିଏ ଦିନ ପୂର୍ବରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବାସ୍ତବରେ ଜିଡିପି 1.5ରୁ 2 ପ୍ରତିଶତ ରହିଛି ବୋଲି ସ୍ବାମୀ କହିଥିଲେ ।

ଜିଡିପି ହ୍ରାସ : ମୋଦି ସରକାରଙ୍କୁ ମନମୋହନଙ୍କ ଚେତାବନୀ

ଗତକାଲି ସରକାରଙ୍କ ପକ୍ଷରୁ ତୃତୀୟ କ୍ବାର୍ଟର ଅର୍ଥନୈତିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତୀୟ ଘରୋଇ ଅଭିବୃଦ୍ଧି ହାରରେ 0.5 ପ୍ରତିଶତ ହ୍ରାସ ପାଇ 4.5 ପ୍ରତିଶତରେ ପହଞ୍ଚିଛି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ମୋଦି ସରକାରଙ୍କୁ ମନମୋହନ ସିଂ ଚେତାବନୀ ଦେଇ କହିଛନ୍ତି, ଏହି ଅବସ୍ଥା ଜାରି ରହିଲେ ଦେଶର ଅର୍ଥନୀତି ରସାତଳକୁ ଚାଲିଯିବ ବୋଲି ମନମୋହନ ମତ ଦେଇଛନ୍ତି ।