ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହେଲେ ଫଡନବିସ୍‌

ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଦେବେନ୍ଦ୍ର ଫଡନବିସ୍‌ ନିର୍ବାଚିତ ହୋଇଛନ୍ତି । ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥୋରାଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତିଙ୍କ ବିରୋଧୀ ଘୋଷଣା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ ।

ଅପରାଧିକ ମାମଲା ଲୁଚାଇବା କାରଣରୁ ଫଡନବିସ୍‌ଙ୍କୁ ନୋଟିସ୍‌

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ପ୍ରଦାନ କରାଯାଇଛି । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଫଡନବିସ୍‌ ନିଜର ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଠାକ୍‌ରେଙ୍କ ଶପଥ ଗ୍ରହଣର ଏକ ଦିନ ପରେ ଫଡନବିସ୍‌ଙ୍କ ଘରେ ନୋଟିସ୍‌ ପହଞ୍ଚିଛି । ସଦର ପୋଲିସ୍‌ ଷ୍ଟେସନ୍‌ ପକ୍ଷରୁ ଫଡନବିସ୍‌ଙ୍କୁ ଏହି ନୋଟିସ୍‌ ମିଳିଛି । ନାଗପୁରର ବିଧାୟକ ରହିଥିବା ଫଡନବିସ୍‌ଙ୍କ ବିରୋଧରେ 1996 ଏବଂ 1998ରେ ଦୁଇଟି ମାମଲା ଜାରି କରାଯାଇଥିଲା ।

Fadnavis becoming CM is honour of people’s mandate: Javadekar

Congratulating the people of Maharashtra, Union Minister Prakash Javadekar on Saturday said Devendra Fadnavis becoming the chief minister was an honour of their mandate and the ‘khichdi’ that was cooking was ‘grossly anti-mandate’. ‘Devendra Fadnavis, Congratulations on becoming the Chief Minister of Maharashtra again. His becoming CM is an honor for the mandate rather than a ‘kichhdi’ combination.