ଭାରତ ଚୀନ୍‌ ସୀମା ସଂଘର୍ଷ : 20 ଭାରତୀୟ ଯବାନ ଏବଂ 43 ଚୀନ୍‌ ଯବାନ ନିହତ

ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଏବଂ 43 ଜଣ ଚୀନ୍‌ ଯବାନ ଶହୀଦ ହୋଇଛନ୍ତି । ଲଦାଖର ଗଲଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ସୋମବାର ରାତିରେ ସଂଘର୍ଷ ହୋଇଥିଲା । ଭାରତୀୟ ସେନା ପକ୍ଷରୁ 20 ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ଏହି ଲଢେଇରେ 43ରୁ ଅଧିକ ଚୀନ୍‌ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି ।