ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ପୁଲଓ୍ବାମାର ତ୍ରାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ଜାରି ରହିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ ଘେରି ରଖାଯାଇଛି । ଉଭୟ ପକ୍ଷଙ୍କ ତରଫରୁ ଗୁଳିଚାଳନା ଜାରି ରହିଛି । : ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ଘେରା କରାଯାଇଥିବାରୁ ଏହି ଆତଙ୍କୀ ମାନେ ଫସିଥିବା ଜଣାପଡିଛି । ଏନକାଉଣ୍ଟରର ନିକଟବର୍ତ୍ତୀ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ଗୁଳିଚାଳନା ଜାରି ରହିଛି ।

କାଶ୍ମୀରରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କୀ ସହିତ ଦୁଇ ସୁରକ୍ଷା ଅଧିକାରୀଙ୍କ ପ୍ରାଣହାନି

ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ମଙ୍ଗଳବାର ସଙ୍ଗଠିତ ଏହି ଏନ୍‌କାଉଣ୍ଟରରେ ଦୁଇ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁଇ ସୁରକ୍ଷା ଅଧିକାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ସେନାର ଯବାନ ହୋଇଥିବା ବେଳେ ଅନ୍ୟ ଜଣେ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ପିଓ ଅଟନ୍ତି । ଟ୍ରାଲର ଜାଣ୍ଡ ଗ୍ରାମରେ ପୋଲିସ୍‌ ଏବଂ ସେନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଗୁଳିଚାଳନା ଘଟିଥିଲା । ହସ୍ପିଟାଲ ନିଆଯିବା ରାସ୍ତାରେ ଦୁଇ ସୁରକ୍ଷା ଅଧିକାରୀଙ୍କର ମୃତ୍ୟୁ ଘଟିଥିଲା ।

ଜମ୍ମୁ କାଶ୍ମୀରର ସୋପିଆଁରେ ତିନି ଆତଙ୍କୀ ନିହତ

ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋମବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ସୋପିଆଁରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିମାଡରେ ତିନି ଆତଙ୍କୀ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ସୁରକ୍ଷା ବଳ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

ତ୍ରାଲ୍‌ରେ ଏନ୍‌କାଉଣ୍ଟର : 3 ଆତଙ୍କୀ ମୃତ

ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନାରେ ତିନି ଆତଙ୍କୀ ପ୍ରାଣ ହରାଇଥିଲେ । ଗୁଳିଚାଳନା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା ।

Hyderabad encounter: HC orders second autopsy

The Telangana High Court on Saturday ordered second autopsy on the bodies of four accused of Hyderabad veterinarian’s rape and murder case who were gunned down by the police in an alleged encounter on December 6. The court directed Superintendent of Gandhi Hospital to get the autopsy done by a team of forensic experts from the All India Institute of Medical Sciences (AIMS).

କଟକ ପୋଲିସର ରାତିଅଧିଆ ଏନ୍‌କାଉଣ୍ଟର : କୁଖ୍ୟାତ ଅପରାଧୀ ଗିରଫ

କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ କମିଶନରେଟ ପୋଲିସ୍‌ ପକ୍ଷରୁ ରାତିଅଧିଆ ଚଢାଉ କରାଯାଇଥିଲା । ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବଲୁ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ବବ୍‌ଲୁକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ 3ଟା ବେଳେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢଉ କରାଯାଇଥିଲା । ଆତ୍ମସମର୍ପଣ କରିବା ବଦଳରେ ବବ୍‌ଲୁ ପୋଲିସ୍‌ ଉପରକୁ ଗୁଳି ଚଳାଇବାରୁ ତିନି ପୋଲିସ୍‌ କର୍ମୀ ଆହତ ହୋଇଥିଲେ ।

ପୁଲଓ୍ବାମାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ରବିବାର ମଧ୍ୟରାତ୍ରରୁ ଏହି ଏନ୍‌କାଉଣ୍ଟର ଜାରି ରହିଛି । ଆର୍ମି ପୁଲିସ୍‌ ଏବଂ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ସମୟରେ ଆତଙ୍କୀଙ୍କ ଏହି ଗୁପ୍ତ ଠିକଣାର ସନ୍ଧାନ ମିଳିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଘଟଣା ସ୍ଥଳରେ ତିନି ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । ଖବର ପ୍ରସ୍ତୁତି ବେଳକୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଛି ।

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟର : ବିଭିନ୍ନ କ୍ରୀଡାବିତଙ୍କ ପ୍ରଶଂସା

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍‌ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ।

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ହିଜ୍‌ବୁଲ ଆତଙ୍କୀ ନିହତ

ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହିଜବୁଲ ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି । ଆତଙ୍କବାଦୀମାନେ ଆର୍ମି ପେଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ କରିବା ପରେ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଈରଫାନ ଅହମଦ ରଥହର ବୋଲି ଜଣାପଡ଼ିଛି । ଆହୁରି 2-3 ଆତଙ୍କୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ଅନୁସନ୍ଧାନ ଜାରି ରହିଛି ।

ରାୟଗଡା ପୋଲିସ୍‌ର ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଶିବା ଗିରଫ

ପ୍ରାୟ 50 ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ସହିତ ଗୁଳିବିନିମୟ ବେଳେ ଶିବା ନାମକ ଅପରାଧୀ ଜଣକ ଧରାପଡ଼ିଛି । ସହରରେ ସୋମବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି । ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ସମୟରେ 2 ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଶିବା ନିକଟରୁ ପୋଲିସ ଏକ ବାଇକ ଏବଂ ବନ୍ଧୁକ ଜବତ କରିଛି ।

ସୋପିଆଁରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ, ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ମୂଲୁ ଚିତ୍ରଗାମରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ଆତଙ୍କୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କାଶ୍ମୀର ଉପତ୍ୟାକାରେ ନିହତ ହେଉଥିବା ୭୫ ପ୍ରତିଶତ ଲୋକ ସ୍ଥାନୀୟ ବୋଲି ଜଣାପଡିଛି। ଦୁଇ ନିହତଙ୍କ ମରଶରୀରର ସନ୍ଧାନ କରୁଛି ପୋଲିସ୍‌।

ତ୍ରାଲ୍‌ରେ ସେନାର ଏନ୍‌କାଉଣ୍ଟର : କୁଖ୍ୟାତ ଜାକିର୍‌ ମୁଷା ନିହତ

ଜମ୍ମୁ କଶ୍ମୀରର ତ୍ରାଲ୍‌ରେ ସେନାର ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁଷା ନିହତ ହୋଇଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏନ୍‌କାଉଣ୍ଟରରେ ମୁଷା ପ୍ରାଣ ହରାଇଥିବା ବେଳେ ଆଜି ସକାଳ 6ଟାରେ ମୃତ ଦେହ ଉଦ୍ଧାର କରାଯାଇଛି। ଅନସର ଘଜଓ୍ବତ୍‌ ଉଲ୍‌ ହିନ୍ଦ ଦଳର ମୁଖ୍ୟ ତଥା ବୁରହାନ୍‌ ଓ୍ବାନିର ଉତ୍ତରାଧିକାରୀକୁ ଏକ ଔଷଧ ଦୋକାନରେ ଏନ୍‌କାଉଣ୍ଟର କରିଛି ସୁରକ୍ଷା ବଳ। ଦାଦସାରା ଗ୍ରାମରେ ସୁରକ୍ଷା ବଳ ଏବଂ ମୂଷା ମଧ୍ୟରେ ଗୁଳିଚାଳନା ହେଉଥିବା ବେଳେ ମୂଷାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା ମାତ୍ର ମୁଷା ପକ୍ଷରୁ ଗୁଳିଚାଳନା କରାଯିବାରୁ ସୁରକ୍ଷା ବଳ ଔଷଧ ଦୋକାନଟିକୁ ଉଡାଇ ଦେଇଥିଲେ।

Two militants killed in Shopian encounter

Two militants were killed by security forces in an encounter which ensued during a Cordon and Search Operation (CASO) in south Kashmir district of Shopian on Saturday, official sources said. Meanwhile, mobile internet service in Shopian has been suspended as a precautionary measure to prevent rumours. The identity of militants was being ascertained, they said adding the operation was going on when the reports last came in.

ସେନା ଏନ୍‌କାଉଣ୍ଟରରେ ଲସ୍କର ଏ ତୋଏବାର ୪ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲସିପୋରାଠାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନେ ଲଶ୍କର-ଏ-ତଇବା ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୨ଟି ଏକେ-୪୭, ଗୋଟିଏ ଏସଏଲଆର ଏବଂ ଏକ ପିସ୍ତଲ ରହିଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯିବା ସହ ସର୍ଚ୍ଚ ଅପରେଶନକୁ କଡ଼ାକଡ଼ି କରାଯାଇଛି। ଏହି ଆକ୍ରମଣରେ ଜଣେ ଲସ୍କର କମାଣ୍ଡର ନିହତ ହାେଇଥିବାର ସୂଚନା ମିଳିଛି।

ହନ୍ଦଓ୍ଵାଡ଼ା ଏନ୍‌କାଉଣ୍ଟର୍‌: ପାଞ୍ଚ ସୁରକ୍ଷା କର୍ମଚାରୀ ସହିଦ, ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର ହନ୍ଦଓ୍ଵାରାଡାରେ ଆତଙ୍କବାଦୀମାନଙ୍କ ସହ ତିନି ଦିନ ଧରି ଚାଲିଥିବା ଗୁଳି ବିନମୟ କାରଣରୁ ପାଞ୍ଚଜଣ ସୁରକ୍ଷା କର୍ମଚାରୀ ସହିଦ ଓ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ସିଆର୍‌ପିଏଫ୍‌ର ଏବଂ ଅନ୍ୟ ଦୁଇ ଜଣ ହେଉଛନ୍ତି ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ। ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଏହି ଗୁଳିବିନିମୟ ସମୟରେ ନିହତ ହୋଇଛନ୍ତି। ଗତ ଶୁକ୍ରବାରଠାରୁ ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଘେରାବନ୍ଦୀ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା।

କାଶ୍ମୀରର କୁପୱାଡାରେ ୨ ଆତଙ୍କବାଦୀ ନିହତ : ସର୍ଚ୍ଚ ଅପରେସନ୍‌ ଜାରି

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଜାମ୍ମୁ ଓ କାଶ୍ମୀରରେ କିନ୍ତୁ ଭାରତୀୟ ସେନା ତାହାର ଅଭିଯାନ ବଜାୟ ରଖିଛି । ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହିନ୍ଦୱାଡ ଅଂଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଏନକାଉଣ୍ଟର ପରେ ସେନା ୨ ଆତଙ୍କବାଦୀଙ୍କୁ ନିପାତ କରିଦେଇଛି । ସେନା ପକ୍ଷରୁ ନିକଟସ୍ଥ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା ପକ୍ଷରୁ ସୂଚନା ମିଳିଥିଲା ଯେ ହିନ୍ଦୱାଡର ଲାଙ୍ଗେଟ ଅଂଚଳରେ କେତେକ ଆତଙ୍କବାଦୀ ଲୁଚିଛନ୍ତି । ଏହା ପରେ ସେନା ପକ୍ଷରୁ ସଂପୃକ୍ତ ଅଂଚଳକୁ ଘେରାଉ କରାଯାଇଥିଲା ଓ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ଟଳିପଡିଥିଲେ ।

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ଓରଫ ଜଗା ଆହତ

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଓରଫ ଜଗା ଆହତ । ଆଜି ଭୋର ୫ଟା ରେ ପିପିଲି ବାରିମୂଳ ନିକଟରେ ପୋଲିସ ସହ ଗୁଳି ବିନିମୟ ବେଳେ ଜଗା ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଛି । ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାର ଅନ୍ୟ ଜଣେ ସହେଯାଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗତ ଡିସେମ୍ବର ମାସରେ ପୁରୀର ଅପରାଧୀ ପାରା ହତ୍ୟାକାଣ୍ଡ ଘଟଣାରେ ଜଗାର ସଂପୃକ୍ତି ଥିଲା ।