ଅଙ୍କିତ ଶର୍ମା ହତ୍ୟା ମାମଲା : 5 ଜଣଙ୍କୁ ଗିରଫ କଲା ପୋଲିସ୍‌

ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଶନିବାର ପୋଲିସ୍‌ 5 ଜଣଙ୍କୁ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ଆପ୍‌ କାଉନ୍‌ସିଲର୍‌ ତାହିର ହୁସେନ୍‌ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ଆହୁରି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଉଛନ୍ତି ଫିରୋଜ୍‌, ଜାଭେଦ୍‌, ଗୁଲ୍‌ଫାମ୍‌, ଶୋଏବ୍‌ ଏବଂ ଅନାସ୍‌ । ପ୍ରଥମ ଚାରିଜଣ ଦିଲ୍ଲୀର ଚାନ୍ଦ ବାଗର ବାସିନ୍ଦା ହୋଇଥିବା ବେଳେ ଅନାସ୍‌ ମୁସ୍ତାଫାବାଦର ବାସିନ୍ଦା ଅଟନ୍ତି ।

7 ଦିନିଆ ରିମାଣ୍ଡରେ ତାହିର୍‌ ହୁସେନ୍‌

ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାରେ ନିଲମ୍ବିତ ଆପ୍‌ ନେତା ତାହିର ହୁସେନ୍‌ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଗତକାଲି ତାହିର ହୁସେନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟରେ ହାଜର କରାଯାଇଥିଲା । ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରାକେଶ କୁମାର ରାମପୁରୀଙ୍କ ନିକଟରେ ହୁସେନ୍‌ଙ୍କୁ ହାଜର କରାଯାଇଥିବା ବେଳେ ହୁସେନ୍‌ଙ୍କୁ 7 ଦିନିଆ ରିମାଣ୍ଡରେ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିବା ବେଳେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ହୁସେନ୍‌ଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀ ହିଂସାକାଣ୍ଡ : ଗୁଳିଚାଳନାକାରୀ ଶାହରୁଖ୍‌ ଗିରଫ

ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ 24 ତାରିଖରେ ଶାହରୁଖ 8 ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ ।

ନିହତ ଆଇବି ଅଫିସରଙ୍କ ପରିବାରକୁ 1 କୋଟିର ସହାୟତା ରାଶି

ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ପ୍ରାଣ ହରାଇଥିଲେ । ସୋମବାର କେଜ୍ରିଓ୍ବାଲ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ସରକାରୀ ଚାକିରିର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି ।

ଦିଲ୍ଲୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ : ଓଓ୍ବେସୀ

ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି ।

ଦିଲ୍ଲୀ ହିଂସାକାଣ୍ଡ : ପୂର୍ବତନ କଂଗ୍ରେସ କାଉନ୍‌ସିଲର ଇସରତ୍‌ ଜହାଁ ଗିରଫ

ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ପୂର୍ବତନ କଂଗ୍ରେସ କାଉନ୍‌ସିଲର୍‌ ଇସରତ୍‌ ଜହାଁଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଘୃଣା ଭରା ଭାଷଣ ଦେବା କାରଣରୁ ଏବଂ ହିଂସାକାଣ୍ଡକୁ ବଢାଇବାରେ ସହାୟତା କରିଥିବାରୁ ପୂର୍ବତନ କାଉନ୍‌ସିଲରଙ୍କୁ ଗିରଫ କରିବା ସହିତ 14 ଦିନିଆ ରିମାଣ୍ଡରେ ପଠାଯାଇଛି । ଖୁରେଜୀ ଖାସ୍‌ର ପୂର୍ବତନ କାଉନ୍‌ସିଲର୍‌ ବିଗତ ଦୁଇ ମାସ ଧରି ସିଏଏ ବିରୋଧୀ ଆନ୍ଦୋଳନରେ ରାସ୍ତା ବନ୍ଦ କରିଥିଲେ । ଫେବୃୟାରୀ 23 ତାରିଖ ରବିବାର ଦିନ ଘୃଣା ଭରା ଭାଷଣ ଦେଇଥିବାରୁ ଇସ୍‌ରତ୍‌ ଜହାଁଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଗିରଫ କରାଯାଇଛି ।

ଦିଲ୍ଲୀ ହିଂସାକାଣ୍ଡ ପୀଡିତଙ୍କ ପାଇଁ କେଜ୍ରିଓ୍ବାଲଙ୍କ ସହାୟତା ରାଶି ଘୋଷଣା

ଦିଲ୍ଲୀ ହିଂସାକାଣ୍ଡରେ ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଶୁକ୍ରବାର ସନ୍ଧ୍ୟାରେ କେଜ୍ରିଓ୍ବାଲ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି । ହିଂସାକାଣ୍ଡରେ ଜଳାପୋଡା ହୋଇଥିବା ବେଳେ ଜଳିଯାଇଥିବା ଘର ଗୁଡିକ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଜଳି ଯାଇଥିବା ପ୍ରତି ଘର ପାଇଁ 25 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 42 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 200 ଜଣ ଆହତ ହୋଇଛନ୍ତି ।

N-E Delhi violence: Plea seeks compensation, politicians’ arrest

A petition has been moved in the Delhi High Court seeking independent judicial inquiry, compensation for the deceased and arrest of political leaders for inciting violence in north-east Delhi. A large swathe of north-east Delhi — Jaffrabad, Maujpur and Gokulpuri — remains tense following clashes between pro and anti-CAA groups resulting in the death of seven people, including a head constable.