Women bring wings of change in naxal-infested Dantewada

The very mention of Dantewada brings the Naxal problem to the forefront, but now the winds of change are blowing, and the effect of that is clearly visible among women here. The women here run e-rickshaws, prepare goods from forest produce, and they have started showing a lot of awareness on health as well.

 

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ , ବିଧାୟକ ମୃତ, ୫ ଯବାନ ସହିଦ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ମାଓ ହମଲା। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ପିଏସ୍‌ଓ ଓ ୫ଜଣ ଯବାନ ସହିଦ  ହୋଇଛନ୍ତି। ଦନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି। ଏପ୍ରିଲ୍‌ ୧୧ ତାରିଖରେ ଏଠାରେ ମତଦାନ ହେବାକୁ ରହିଛି। ଦନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରକୁ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ। ଆକ୍ରମଣ ପରେ ଘଟଣାସ୍ଥଳ ତଥା ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି।

ଦାନ୍ତେଓ୍ବାଡାରେ ମାଓ ଆକ୍ରମଣରେ ୬ ସିଆରଏପଏଫ୍‌ ଆହତ

ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।