କଟକରେ ଖୋଲିଲା ପାର୍କ : ଟ୍ବିଟ୍‌ କରି ସିଏମ୍‌ସିର ଘୋଷଣା

ଆଜିଠୁ କଟକରେ ଖୋଲିବ ସମସ୍ତ ପାର୍କ । ସକାଳ 7ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ ପାର୍କ ଖୋଲିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି । ତେବେ ପାର୍କରେ ରହିଥିବା ଜିମ୍‌ ଉପକରଣର ବ୍ୟବହାର ଉପରେ ରୋକ୍‌ ଲଗାଯାଇଥିବା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବର ପାଳନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକର ତିଗିରିଆରୁ ଆଉ ଜଣେ ଯୁବକ କରୋନା ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 173ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ମହିଳା ଏବଂ ଜଣେ 26 ବର୍ଷୀୟ ଯୁବକ ରହିଥିବା ବେଳେ ଉଭୟଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । କଟକରେ ଚିହ୍ନିତ ଆକ୍ରାନ୍ତ ଜଣକ 34 ବର୍ଷୀୟ ଯୁବକ ଏବଂ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି ।

Ind vs WI: Hosts aim to carry Vizag run into Cuttack decider

 After clinching a series-levelling win in Visakhapatnam, Team India will look to end the year on a high when they take on the West Indies in the deciding third ODI at the Barabati Stadium on Sunday. India recovered from a crushing eight-wicket defeat in Chennai and made amends in Vizag to clinch a thumping 107-run victory in the second ODI.

 

କଟକରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି । ଖବର ପାଇ କଟକ ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଘରଟିକୁ ସିଲ୍‌ କରି ଦିଆଯାଇଥିବା ବେଳେ ପୁଲିସ୍‌ ମୁତୟନ ହୋଇଛନ୍ତି ।

କଟକ ପୋଲିସର ରାତିଅଧିଆ ଏନ୍‌କାଉଣ୍ଟର : କୁଖ୍ୟାତ ଅପରାଧୀ ଗିରଫ

କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ କମିଶନରେଟ ପୋଲିସ୍‌ ପକ୍ଷରୁ ରାତିଅଧିଆ ଚଢାଉ କରାଯାଇଥିଲା । ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବଲୁ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ବବ୍‌ଲୁକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ 3ଟା ବେଳେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢଉ କରାଯାଇଥିଲା । ଆତ୍ମସମର୍ପଣ କରିବା ବଦଳରେ ବବ୍‌ଲୁ ପୋଲିସ୍‌ ଉପରକୁ ଗୁଳି ଚଳାଇବାରୁ ତିନି ପୋଲିସ୍‌ କର୍ମୀ ଆହତ ହୋଇଥିଲେ ।

କଟକ ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କରେ ଅଗ୍ନିକାଣ୍ଡ

କଟକର ମଙ୍ଗଳାବାଗରେ ଆନ୍ଧ୍ର ବ୍ୟାଙ୍କରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ଅଗ୍ନିକାଣ୍ଡର ଭୟାବହତା ଅଧିକ ରହିଛି । ଅଗ୍ନିଶମ ବିଭାଗର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାର ଚେଷ୍ଟା କରାଯାଉଛି । ବ୍ୟାଙ୍କ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ପ୍ରେମର କରୁଣ ପରିଣତି : ଯୁବକଙ୍କୁ ଏସିଡ୍‌ ମାଡ କଲେ ଯୁବତୀ

ଯୁବକଙ୍କୁ ଏସିଡ୍‌ ମାଡ କଲେ ଯୁବତୀ । ପ୍ରେମ ବ୍ୟାପାରକୁ ନେଇ କଟକ ସହରରେ ଏହିଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକଙ୍କ ଉପରକୁ ଆଉ ଜଣେ ଯୁବତୀ ଏସିଡ୍ ମାଡ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଜଣଙ୍କ ଏପରି କରିଥିବା କୁହାଯାଉଛି । ଜଗତପୁରର ବାରିକସାହିରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

ଅଟୋ କାର ଦୁର୍ଘଟଣା : 7 ଗୁରୁତର

କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି 7 ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ଅଟୋରେ ଡ୍ରାଇଭର ସମେତ 5 ଜଣ ଯାଉଥିଲେ ।ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେବା ଫଳରେ । କାର୍‌ରେ ଡ୍ରାଇଭରଙ୍କ ସମେତ 2 ଜଣ ବ୍ୟକ୍ତି ରହିଥିଲେ । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।