ସ୍ପେନ୍‌ରେ ଗୋଟିଏ ଦିନରେ ପ୍ରାଣ ହରାଇଲେ 769 : ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର

କରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍‌ରେ ଏହି ଭାଇରସ୍‌ ତାଣ୍ଡବ ମଚାଇଛି । ସ୍ପେନ୍‌ରେ ଏହି ଭାଇରସ୍‌ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି ।

କରୋନା ଆତଙ୍କ : ଆମେରିକୀୟ ଜେଲ୍‌ରୁ ଚମ୍ପଟ ମାରିଲେ 9 ମହିଳା କଏଦୀ

ଆମମେରିକୀୟ ଜେଲ୍‌ରୁ ଚମ୍ପଟ ମାରିଛନ୍ତି 9 ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି 9ମହିଳା କଏଦୀ ଜେଲ୍‌ରୁ ଚମ୍ପଟ ମାରିଛନ୍ତି । ସାଉଥ୍‌ ଡାକୋଟାର ଏହି ଜେଲ୍‌ରୁ 9 ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଜେଲ୍‌ର ଜଣେ କଏଦୀ କରୋନା ଆକ୍ରାନ୍ତ ଥିବା ଜଣା ପଡିବ ପରେ ଭୟରେ ଏହି କଏଦୀ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସୋମବାର ଏହି କଏଦୀ ମାନେ ଚମ୍ପଟ ମାରିଥିବା ବେଳେ ବୁଧବାର ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଦଶମ ମୁଣ୍ଡ ନେଲା କରୋନା : ହିମାଚଳରେ ପ୍ରଥମ ମୃତ୍ୟୁ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ ହେବା ସହିତ ମୃତକଙ୍କ ସଂଖ୍ୟା 10ରେ ପହଞ୍ଚିଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 490 ଛୁଇଁଛି । ମୃତକ ଜଣକ ଟାଟା ମେମୋରିଆଲ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି ।

ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌-13ର ଭାଗ୍ୟ ନିର୍ଦ୍ଧାରଣ!

ଦେଶରେ କୋରୋନା ଭାଇରସ୍‌ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍‌ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌ର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ଦିନ କନ୍‌ଫରେନ୍ସିଂ କଲ୍‌ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ ।

କୋରୋନା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ଫଣ୍ଡରୁ 225 କୋଟି ସହାୟତା

କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ ଏହି ଘୋଷଣା କରାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 225 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରାଶିକୁ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରାଇବା, ନମୁନା ସଂଗ୍ରହ, ରୋଗୀଙ୍କ ସାମୟିକ ରହଣି, ଖାଦ୍ୟ ଏବଂ ଔଷଧରେ ଏହି ଅର୍ଥ ବିନିଯୋଗ କରାଯିବ ।

ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ : ଉଦ୍ଧବଙ୍କୁ ଫୋନ୍‌ କଲେ ମୋଦି

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ଉଦ୍ଧବଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିବା ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମଧ୍ୟ ମୋଦି ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମହାରାଷ୍ଟ୍ରରେ 12 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 724ରେ ଛୁଇଁଲା

ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

କୋରୋନା ମୁକାବିଲା : ସାର୍କ ସମୁଦାୟ ରାଷ୍ଟ୍ରକୁ ଭାରତର 10 ମିଲିୟନ୍‌ ଡଲାର ସହାୟତା

କୋରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଏକତ୍ର ଛିଡା ହୋଇଥିବା ବେଳେ ଭାରତ ମଧ୍ୟ ପଛରେ ରହିନାହିଁ । ଦକ୍ଷିଣ ଏସୀୟ ରାଷ୍ଟ୍ର ସୁମଦାୟ (ସାର୍କ)କୁ ଭାରତ 10 ମିଲିୟନ୍‌ ଡଲାରର ସହାୟତା ରାଶି ପ୍ରଦାନ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି । କୌଣସି ରାଷ୍ଟ୍ର ଆବଶ୍ୟକ କଲେ ମେଡିକାଲ୍‌ ଟିମ୍‌ ପଠାଯିବ ବୋଲି ମୋଦି କହିଛନ୍ତି ।

କେରଳରେ 5 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ

କେରଳରେ 5 ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ 5 ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା 5 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । କେରଳର ପଥନମଥିଟ୍ଟାରେ ଏହି 5 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇଟାଲୀ ଯାଇଥିବା ବେଳେ ଅନ୍ୟମାନେ ତାଙ୍କର ସମ୍ପର୍କୀୟ ବୋଲି ଜଣା ପଡିଛି ।

1200 ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ୟେସ୍‌ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ

ଦେଶରେ କୋରୋନା ଭାଇରସ୍‌ର ଆତଙ୍କ ବଢି ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି । ଶୁକ୍ରବାର ସପ୍ତାହର ଅନ୍ତିମ ଟ୍ରେଡିଂରେ ୟେସ୍‌ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ସହିତ ସେନସେକ୍ସ 1200 ପଏଣ୍ଟ ତଳକୁ ଖସିଛି । 1294 ପଏଣ୍ଟ ତଳକୁ ଖସିବା ସହିତ ସେନ୍‌ସେକ୍ସ 37011.09 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 441.60 ପଏଣ୍ଟ ତଳକୁ ଖସି 10827.40 ପଏଣ୍ଟରେ ରହିଛି । ଏହି ସମୟରେ ସବୁଠାରୁ ଅଧିକ କ୍ଷତି ସହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟ 35 ଟଙ୍କାରୁ ଖସି 18.46 ପଇସାରେ ପହଞ୍ଚିଛି ।

27 ଶହ ଅତିକ୍ରମ କଲା କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା

ଚୀନ୍‌ରେ ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 27 ଶହ ଅତିକ୍ରମ କରିଛି । ଧୀରେ ଧୀରେ ଏହି ଭାଇରସ୍‌ର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏପ୍ରିଲ୍‌ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଦମନ କରିହେବ ନାହିଁ । ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟ 78,497ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ 57 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୂତନ ଭାବରେ 433 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 32495 ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି ।

2663ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ରୋକିବାର ନାମ ନେଉନାହିଁ । ସୋମବାର ଏହି ଭାଇରସ୍‌ ପ୍ରଭାବରେ 71 ଜଣଙ୍କ ପ୍ରାଣହାନି ଘଟିଛି । ନୂତନ ଭାବରେ 71 ଜଣଙ୍କ ମୃତ୍ୟୁ ପରେ କୋରୋନା ମୃତ୍ୟୁ ସଂଖ୍ୟା 2600 ଅତିକ୍ରମ କରିଛି । ଏହାପରେ ମୃତ୍ୟୁ ସଂଖ୍ୟା 2663 ଛୁଇଁଛି । କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ନୁହେଁ ଦକ୍ଷିଣ କୋରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ସୋମବାର ଦିନ ନୂତନ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି : 409 ନୂତନ କେସ୍‌ ପଞ୍ଜୀକୃତ

କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି ପାଇଛି । ରବିବାର 150 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 409ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି । ଚୀନ୍‌ ଏବଂ ଜାପାନରେ ଏହି ଭାଇରସ୍‌ ତାଣ୍ଡବ ମଚାଇଥିବା ବେଳେ ଦକ୍ଷିଣ କୋରିଆରେ ଏହି ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଛି । ରବିବାର ଦକ୍ଷିଣ କୋରିଆରେ ନୂତନ ଭାବରେ 161 ଜଣ ଆକ୍ରାନ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 763ରେ ପହଞ୍ଚିଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା 77 ହଜାର ବ୍ୟକ୍ତି ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ଚୀନ୍‌ରେ 1800 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ : ସୋମବାର 98 ଜଣଙ୍କ ପ୍ରାଣହାନି

ଚୀନ୍‌ରେ ଏହାର ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚୀନ୍‌ରେ ଦୈନିକ ଶହ ଶହ ଲୋକ ପ୍ରାଣ ହରାଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ସୋମବାର ଦିନ ନୂତନ ଭାବରେ 1886 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 98 ଜଣଙ୍କ ପ୍ରାଣହାନି ଘଟିଛି । 98 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ତାହା ମଧ୍ୟରୁ 93 ଜଣ ହୁବେଇ ପ୍ରଦେଶର ରହିଛନ୍ତି । ହେନାନ୍‌ ପ୍ରଦେଶରୁ ତିନି ଜଣ ରହିଥିବା ବେଳେ ହେବେଇ ଏବଂ ହୁନାନ୍‌ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

1477ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାର

କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ ନିଜର ତାଣ୍ଡବ ମଚାଇଛି । ଗୁରୁବାର ଦିନ ନୂତନ ଭାବରେ 120 ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁବାର ଦିନ ହୁବେଇ ପ୍ରଦେଶରେ 4823 ଜଣ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ବେଳେ ଉହାନ୍‌ ପ୍ରଦେଶରେ ନୂତନ ଭାବରେ 1486 ଜଣ ଆକ୍ରାନ୍ତ ହୋଇଛନ୍ତି ।

Hubei, the epicentre of coronavirus sees 15,000 new cases

The epicentre of the outbreak, Hubei province in China is now changing the way it counts coronavirus infected persons which led to total cases jumping by almost 15,000 on Thursday. Till now, the China death toll is at 1,367, up 254 as cases rise to 59,804. In Hubei, the infections have jumped by 14,840 as the death toll reads 242. Wuhan, the worst affected city is the capital of Hubei province.

1357ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର

କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1357ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରେ ପହଞ୍ଚିଛି । ଚୀନ୍‌ର ହୁବେଇ ପ୍ରଦେଶରେ ନୂତନ ଭାବରେ 242 ଜଣ ପ୍ରାଣ ହରାଇଛନ୍ତି । ବୁଧବାର 13332 ଜଣ ନୂତନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶ୍ବର 20 ଟି ରାଷ୍ଟ୍ର ଏହି ଭାଇରସ୍‌ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ଭାଇରସ୍‌ ପ୍ରଭାବରେ ବିଶ୍ବ ମୋବାଇଲ୍‌ କଂଗ୍ରେସକୁ ବାତିଲ କରାଯାଇଛି ।

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି

ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି ପାଇଛି । ଏହା ସହିତ 2002-03 ମସିହାରେ ଘଟିଥିବା ସାର୍ସ ଏପିଡେମିକ୍‌ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 89 ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 37200ରେ ପହଞ୍ଚିଛି । 2002-03ରେ ସାର୍ସ ଭାଇରସ୍‌ ପ୍ରଭାବରେ ବିଶ୍ବବ୍ୟାପୀ 774 ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଚଳିତ ବର୍ଷର ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ମୃତ୍ୟୁ ସଂଖ୍ୟା 800ରେ ପହଞ୍ଚିଛି ।

ଚୀନ୍‌ରେ କୋରୋନା ତାଣ୍ଡବ : ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି

ଚୀନ୍‌ର କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 28018ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 73 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ହୁବେଇ ପ୍ରଦେଶରେ ମୃତ୍ୟୁ ସଂଖ୍ୟା 269ରେ ପହଞ୍ଚିଥିବା ବେଳେ ବାକି ସମସ୍ତ ମୃତକ ଉହାନ୍‌ ପ୍ରଦେଶର ବୋଲି ଜଣାପଡିଛି । 3859 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

3,694 new cases of coronavirus in China, 73 new deaths

Chinese health authorities on Thursday said it received reports of 3,694 new confirmed cases of novel coronavirus infection and 73 deaths on Wednesday from 31 provincial-level regions and the Xinjiang Production and Construction Corps. Among the deaths, 70 were in Hubei Province, one in Tianjin, one in Heilongjiang and one in Guizhou, according to China’s National Health Commission, Xinhua news agency reported.

ଚୀନ୍‌ରୁ 323 ଭାରତୀୟ ନାଗରିକଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ଚୀନ୍‌ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍‌ରେ ଏହି ଭାଇରସ୍‌ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି ।

କେରଳରେ କୋରୋନା ଭାଇରସ୍‌ର ଦ୍ବିତୀୟ ସଂକ୍ରମିତ ଚିହ୍ନଟ

କେରଳର ଦ୍ବିତୀୟ କୋରୋନା ଭାଇରସ୍‌ ରୋଗୀ ଚିହ୍ନଟ ହୋଇଛି । ତିନି ଦିନ ପୂର୍ବରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ଦ୍ବିତୀୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମିତ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ଗୁରୁବାର ଦିନ ଚୀନ୍‌ର ୟୁହାନ୍‌ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଠାରେ ଗୁରୁବାର ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ।

କୋରୋନା ଭାଇରସ୍‌ ସମ୍ପର୍କରେ ଅଧ୍ୟୟନ ପାଇଁ 100 ମିଲିୟନ୍‌ ଦାନ କଲେ ଜ୍ୟାକ୍‌ ମା

କୋରୋନା ଭାଇରସ୍‌ ସମ୍ପର୍କରେ ଅଧିକ ଅଧ୍ୟୟନ ନିମନ୍ତେ ଅଲୀବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା 100 ମିଲିଅନ୍‌ ୟୁଆନ୍‌ ପ୍ରଦାନ କରିଛନ୍ତି । ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ 132 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 6 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ସର୍ବବୃହତ କମ୍ପାନୀ ଅଲୀବାବାର ମୁଖ୍ୟ ଜ୍ୟାକ୍‌ ମା ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି । ଅଲୀବାବାକୁ ଏକ ନମ୍ବର କମ୍ପାନୀ ଭାବରେ ପ୍ରତିଷ୍ଠିତ କରିବାରେ ଚୀନ୍‌ ବାସୀଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ଏପରି ସମୟରେ ଚୀନ୍‌ବାସୀଙ୍କ ସହାୟତା କରିବା ଅଲୀବାବାର ଦାୟିତ୍ବ ବୋଲି ଜ୍ୟାକ୍‌ ମା କହିଛନ୍ତି ।

କୋରୋନା ଭାଇରସ୍‌ ଆତଙ୍କ : ଚୀନ୍‌କୁ ବିମାନ ବାତିଲ କଲା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ

କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍‌କୁ ଯାତ୍ରା କରୁଥିବା ନିଜର ବିମାନର ଯାତ୍ରା ବାତିଲ କରିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଫେବୃୟାରୀ 1ରୁ ଫେବୃୟାରୀ 20 ମଧ୍ୟରେ ଚୀନ୍‌କୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଯାତ୍ରା ବାତିଲ କରାଯାଇଛି । ଅପରପକ୍ଷରେ ଏୟାର ଇଣ୍ଡିଆ ଜାନୁୟାରୀ 31ରୁ ଫେବୃୟାରୀ 14 ମଧ୍ୟରେ ଚାଲିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଛି ।

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 132କୁ ବୃଦ୍ଧି

କୋରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ କୋରୋନା ଭାଇରସ୍‌ର ଆତଙ୍କରେ ମୃତ୍ୟକୁ ସଂଖ୍ୟା 132ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 6 ହଜାରରେ ପହଞ୍ଚିଛି । ଚୀନ୍‌ର 31 ପ୍ରଦେଶରେ ସମୁଦାୟ 5974 ଜଣ ନୋଭେଲ୍‌ କୋରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ବୋଲି ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ 25 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 840 ଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେହିପରି ଚୀନ୍‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 6000ରେ ପହଞ୍ଚିଥିବା ଜଣାପଡିଛି ।

ଚୀନ୍‌ରେ କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1287କୁ ବୃଦ୍ଧି

ଚୀନ୍‌ରେ କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ ଦେଖାଦେଇଥିବା ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1287 ଜଣ ସଙ୍କ୍ରମିତ ହୋଇଛନ୍ତି । ଶନିବାର ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଶୁକ୍ରବାର 444 ଜଣ ନୂତନ ସଂକ୍ରମିତ ବ୍ୟକ୍ତି ଭର୍ତ୍ତି ହୋଇଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 237 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ 38 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।