ପୁରୀ ଗଣଦୁଷ୍କର୍ମ ମାମଲା :କନେଷ୍ଟବଳଙ୍କ ସମେତ 4 ଗିରଫ

ନିମାପଡାରୁ ଉଠାଇ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଆଜି 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନିଲମ୍ବିତ କନେଷ୍ଟବଳ ରହିଛନ୍ତି । ଜିତେନ୍ଦ୍ର ସେଠୀ ନାମକ ଏହି କନେଷ୍ଟବଳ ଜଣକ ଯୁବତୀଙ୍କୁ ଝାଡେଶ୍ବରୀ କ୍ଲବ ନିକଟସ୍ଥ କ୍ବାର୍ଟରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ପଚରା ଉଚୁରା କରାଯାଇଥିଲା । ଆଜି କନେଷ୍ଟବଳଙ୍କ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପଚରା ଉଚୁରା କରୁଛି ପୋଲିସ୍‌ ।

ନିଶା ବେପାର ଅଭିଯୋଗ : କନେଷ୍ଟବଳ ନିଲମ୍ବିତ

ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।

Constable commits suicide in UP

A constable committed suicide owing to domestic issues in the Modinagar area of this district of Uttar Pradesh, police  said on Wednesday. According to sources, Constable Nitin Kumar Sharma (35), a resident of Phaphran in the Modinagar area, joined police service in 2011.  Sharma was currently posted as a PRB at the Titawi police station in Muzaffarnagar ,was absent from duty since November 15.