ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ଜି୨୦ ବୈଠକରେ ସାକ୍ଷାତ କରିବାକୁ ସମ୍ମତି

ଭାରତରେ ମୋଦୀଙ୍କ ନେତୃତ୍ବକୁ ବିପୁଳ ସମର୍ଥନ ମିଳିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଭିନନ୍ଦନ କରିଛନ୍ତି। ଟେଲିଫୋନ ଯୋଗେ ଟ୍ରମ୍ପ ମୋଦୀଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଜଣେ ଦକ୍ଷ ନେତା ଏବଂ ଭାରତର ଶାସନ ଭାର ପୁଣି ଥରେ ଭାରତବାସୀ ଦେଇଥିବାରୁ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଭାରତବାସୀ ମୋଦୀଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ପାଇଛନ୍ତି ତାହା ବଡ କଥା ବୋଲି ଟ୍ରମ୍ପ ଟୁଇଟ କରିଛନ୍ତି। ଆସନ୍ତା ଜୁନ ମାସରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାକ୍ଷାତ ହେବ ବୋଲି ମୋଦୀଙ୍କୁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି।