ଏନ୍‌ଆରସିକୁ ସମର୍ଥନ କରୁନି ବିଜେଡି : ନବୀନ

ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍‌ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ମାତ୍ର ଏନ୍‌ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।