ମହିଳାଙ୍କ ବେକରୁ ଝାମ୍ପିନେଲେ ୨ ସୁନା ଚେନ୍‌

ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମାଣିକ ନଗରଠାରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ବେକରୁ ଚେନ୍‌ ଚୋରି ହୋଇଛି । ବାଇକ୍‌ରେ ଆସି ୨ ଜଣ ଦୁର୍ବୃତ୍ତ ପ୍ରାୟ ୪ ଭରି ଓଜନର ୨ଟି ସୁନା ଚେନ୍‌ ଝାମ୍ପି ନେଇଛନ୍ତି । ଏନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ, ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମର ବାଲାଜୀ ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ ସସ୍ମିତା ପଦ୍ମାବତୀ ନଗର ଜଣେ ସମ୍ପର୍କୀୟଙ୍କ ଘରକୁ ବାହାଘର ଭୋଜିରେ ଯୋଗଦେବାକୁ ଚାଲିକରି ଯାଉଥିବା ବେଳେ ଏହି ଘଟଣା ଘଟିଥିଲା ।