ଅବିଶ୍ବାସ ହେଲେବି ସତ, ମାତ୍ର 1 ଡଲାରରେ କମ୍ପାନୀ କିଣିଲେ ସିଇଓ

ଏକ କମ୍ପାନୀକୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର 1 ଡଲାରରେ କିଣିଛନ୍ତି । ଅବିଶ୍ବାସ ହେଲେ ମଧ୍ୟ ସତ । ସୋମବାର ଏହି ଘୋଷଣା କରିଛି ଅଷ୍ଟ୍ରେଲିଆର ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ । ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ ଦ୍ବାରା ପରିଚାଳିତ ଖବର ବିତରଣ କମ୍ପାନୀ ଷ୍ଟଫ୍‌ ପ୍ରିଣ୍ଟସ୍‌କୁ ବିକ୍ରି କରିବାର ନିଷ୍ପତ୍ତି ନେଇଛି ମ୍ୟାନେଜମେଣ୍ଟ । ଷ୍ଟଫ୍‌ ପ୍ରିଣ୍ଟସ୍‌ର ସିଇଓ ରହିଥିବା ସିନିଆଡ୍‌ ବାଉଚର୍‌ଙ୍କୁ ଏହି କମ୍ପାନୀ ବିକ୍ରୟ କରାଯିବା ନେଇ ଘୋଷଣା କରାଯାଇଛି । ଚଳି ମାସ ଶେଷ ସୁଦ୍ଧା ମାତ୍ର 1 ଡଲାର ବିନିମୟରେ କମ୍ପାନୀ ବାଉଚରଙ୍କ ନାମରେ ହୋଇଯିବ ।

ୟେସ୍‌ ବ୍ୟାଙ୍କର ନୂତନ ସିଇଓ ନିଯୁକ୍ତ, ଜାଣନ୍ତୁ କିଏ?

କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍‌ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂର୍ବତନ ଷ୍ଟେଟ୍‌ ବ୍ୟାଙ୍କ ବ୍ୟାଙ୍କର ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଏସ୍‌ବିଆଇର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଫିସର ଏବଂ ସହକାରୀ ପରିଚାଳନା ନିର୍ଦ୍ଦେଶକଙ୍କୁ ଶନିବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନନ୍‌ ଏକଜ୍ୟୁକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ସୁନୀଲ ମେହତାଙ୍କୁ ନନ୍‌ ଏକଜ୍ୟୁକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବରେ ଘୋଷଣା କରାଯାଇଛି ।

ଗୁଗୁଲ୍‌ ଇଣ୍ଡିଆ ସିଇଓଙ୍କ ଇସ୍ତଫା

ଗୁଗୁଲ୍‌ ଇଣ୍ଡିଆ ସିଇଓ ତଥା ଦକ୍ଷିଣ ପୂର୍ବ ଏସିଆର ଉପ ସଭାପତି ରାଜନ ଆନନ୍ଦନଙ୍କ ଇସ୍ତଫା। ଭାରତୀୟ ବଜାରରେ ପୂର୍ଣ୍ଣକାଳୀନ ନିବେଶ ଏବଂ ଷ୍ଟାର୍ଟଅପ୍‌ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ସେ ଅବସର ଗ୍ରହଣ କରିଛନ୍ତି ବାେଲି ଜଣାପଡିଛି।୨୦୧୧ରେ ଗୁଗୁଲ୍‌ରେ ଯୋଗ ଦେଇଥିଲେ ରାଜନ୍‌। ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ନିଜର ଡିଗ୍ରୀ ହାସଲ କରିଥିବା ରାଜନଙ୍କ ସ୍ଥାନରେ ନିର୍ଦ୍ଦେଶକ ବିକାଶ ଅଗ୍ନିହୋତ୍ରୀ ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡିଛି। ଚଳିତ ଏପ୍ରିଲ୍‌ ମାସର ଶେଷ ଭାଗରେ ରାଜନ୍‌ କମ୍ପାନୀ ଛାଡିବେ ବୋଲି ଗୁଗୁଲ୍‌ ଏସିଆ ପାସିଫିକ୍‌ ସଭାପତି ସ୍କଟ୍‌ ବିଉମୋଣ୍ଟ ପ୍ରକାଶ କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ସମୟରେ ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲ ନିମନ୍ତେ ଏପ୍ରିଲ୍‌ ୯ ପର୍ଯ୍ୟନ୍ତ ଶେଷ ତାରିଖ ରହିଥିବା ବେଳେ ୧୦ ତାରିଖରେ ପ୍ରାର୍ଥୀପତ୍ର ପରୀକ୍ଷା କରାଯିବ। ଏପ୍ରିଲ୍‌ ୧୨ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ୍‌ ୨୯ ତାରିଖରେ ଭୋଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ୬ଟି ଲୋକସଭା କେନ୍ଦ୍ର ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର।

୪ଟି ପର୍ଯ୍ୟାୟ ନିର୍ବାଚନକୁ ବିରୋଧ କଲା ବିଜେଡି : ନିର୍ବାଚନ କମିସନ ବିଜେପି ଦ୍ବାରା ପ୍ରଭାବିତ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି। ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ପୂର୍ବରୁ ମାଓବାଦୀ ସମସ୍ୟା ପାଇଁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିଲା। ଅଧିକ ଆସନ ଥିବା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି।