ଛାତ୍ର ଆନ୍ଦୋଳନକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସୋନିଆ : ନିର୍ମଳା ସୀତାରମଣ

ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍‌ ଏହି ବିଲ୍‌କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।

ନାଗରିକତ୍ବ ସଂଶୋଧନ ଆଇନ ଉପରେ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ ଆମନ୍ତ୍ରଣ

ନାଗରିକତ୍ବ ବିଲ୍‌ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍‌ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହା ସହିତ କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ଶାହା ମତ ଦେଇଛନ୍ତି ।

Jamia Milia cancels exams over CAA protest

The Jamia Millia Islamia University here on Saturday cancelled the odd undergraduate and postgraduate semester examinations due to a protest at its premises against the Citizenship (Amendment), Act (CAA), 2019.”All students of odd semesters of UG and PG programmes are hereby informed that the examinations scheduled for December 14 stands postponed.The date of the postponed papers shall be notified in due course.

ନାଗରିକତ୍ବ ସଂଶୋଧନ ଆଇନ୍‌କୁ ବିରୋଧ : ମୁର୍ଶିଦାବାଦ ରେଳ ଷ୍ଟେସନରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

ନାଗରିକତ୍ବ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଲାଗି ରହିଥିବା ଆନ୍ଦୋଳନ ଉତ୍ତର ପୂର୍ବ ଭାରତ ପରେ ବର୍ତ୍ତମାନ କଲିକତାରେ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆନ୍ଦୋଳନ ଡାକରା ଦେବା ପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମୁର୍ଶିଦାବାଦର ବେଲଡାଙ୍ଗ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ।