ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ 154 ପୂର୍ବତନ ସେନା ଓ ନୌସେନା ଅଧିକାରୀ

ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍‌ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି ।

ସିଏଏ ଏବଂ ଏନ୍‌ଆରସିକୁ ବିରୋଧ କଲେ ନନ୍ଦିତା ଦାସ

ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଗୁରୁବାର ଅନୁଷ୍ଠିତ ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ମାତ୍ର ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ଦେଶର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ନନ୍ଦିତା କହିଛନ୍ତି । ଏହି ଆଇନ ବିପକ୍ଷରେ ଦେଶବାସୀ ଏକତ୍ର ହୋଇ ପ୍ରତିରୋଧ କରିବା ପାଇଁ ନନ୍ଦିତା ଆହ୍ବାନ ଦେଇଛନ୍ତି ।

Pak, B’desh, Afghan citizens given Indian citizenship: FM

Union Finance Minister Nirmala Sitharaman on Sunday said the Citizenship (Amendment) Act (CAA) is a law to confer Indian citizenship to a person and not a law to cancel citizenship. Sitharaman said during the past six years 2,838 persons from Pakistan, 914 persons from Afghanistan and 172 persons from Bangladesh have been conferred Indian citizenship. She added between 1964-2008 over four lakh persons from Sri Lanka have been offered Indian citizenship.

ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି ।

ସିଏଏ ବିରୋଧୀ ବୈଠକ : ଯୋଗ ଦେବେନି ମାୟା ଓ ମମତା

କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍‌ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।

Opposition to meet on CAA to formalise joint strategy

The Congress has invited all like-minded parties to attend a meeting to formalise a joint strategy on the Citizenship (Amendment) Act (CAA), as protests against the new citizenship law continue across the country. The opposition parties will meet at the Parliament annexe here at 2 p.m. on Monday, to chalk out a joint strategy on the CAA, and alleged police brutality against students.

ଜାତୀୟ ଯୁବ ଦିବସରେ ବେଲୁର ମଠରେ ମୋଦି : ନାଗରିତା ପ୍ରଦାନ ପାଇଁ ସିଏଏ ପ୍ରଣୟନ କରାଯାଇଛି

ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠ​‌ରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ଆଲୋଚନା କରିଥିଲେ । ନିଷ୍ପେସିତ ଏବଂ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । କାହାର ନାଗରିକତ୍ବ ଛିନ୍ନ କରିବା ପାଇଁ ଏହି ଆଇନ ନୁହେଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି ।

ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନ୍‌ପିଆର ହେଉଛି ଏନ୍‌ସିଆରର ଛାୟା : ସୋନିଆ

ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍‌ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ ନାମରେ ବିଭାଜନ ସୃଷ୍ଟି କରୁଛନ୍ତି ଏବଂ ଏନ୍‌ପିଆର ଛାୟାରେ ଏନ୍‌ସିଆର ଲାଗୁ କରିବାର ପ୍ରୟାସ କରୁଛନ୍ତି ବୋଲି ସୋନିଆ ପ୍ରକାଶ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ବୋଲି କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ମତ ଦେଇଛନ୍ତି ।

ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ ।

Cong promises no CAA, NPR & NRC in Delhi

The Congress here on Sunday demanded one-day special Delhi Assembly session to clear the ruling Aam Aadmi Party’s (AAP) stand over the Citizenship Amendment Act (CAA) and also announced that if voted to power it would not allow the CAA, the NPR and the NRC in Delhi. Ajay Maken, Delhi Congress manifesto committee chairman, tweeted, “Congress big announcement about CAA, NPR and NRC – will not apply in Delhi if they come to power.”

ମୁଜାଫରପୁରନଗରରେ ଦଙ୍ଗା ପୀଡିତଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶର ମୁଜାଫରପୁରରେ ଦଙ୍ଗା ପୀଡିତଙ୍କୁ ଭେଟିବା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ମୌଲାନା ଅସଦ ରାଜା ହୁସେନୀଙ୍କୁ ଭେଟିଥିଲେ । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ୍‌ ମୌଲାନାଙ୍କ ସମେତ ଛାତ୍ରଛାତ୍ରୀ ଏପରିକି ନାବାଳକ/ନାବାଳିକାଙ୍କୁ ମାଡ ମାରିବା ସହ ଉଠାଇ ନେଇଥିଲା ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ଏହି ଗସ୍ତ ସମୟରେ ପ୍ରିୟଙ୍କାଙ୍କ ସହିତ ଶାହରନ୍‌ପୁରର କଂଗ୍ରେସ ନେତା ଇମ୍ରାନ୍‌ ମାସୁଦ୍‌ ଉପସ୍ଥିତ ଥିଲେ ।

ସିଏଏ ସପକ୍ଷରେ 4 ଗୋଆ କଂଗ୍ରେସ ନେତାଙ୍କ ଇସ୍ତଫା

ନାଗରିକତ୍ବ ସଂଶୋଧନ ଆଇନ୍‌ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍‌ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ କମିଟି ସମ୍ପାଦକ ଦୀନେଶ କାବୁଲ ଏବଂ ଯୁବ ନେତା ଶିବରାଜ ଟରକାର ଗୁରୁବାର ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସିଏଏ ଏବଂ ଏନ୍‌ଆରସିକୁ ଦଳ ବିରୋଧ କରିବା ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟକୁ ଭୁଲ ବାର୍ତ୍ତା ପ୍ରେରଣ କରୁଥିବାରୁ ଏହି 4 ନେତା ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି ।

ସିଏଏକୁ ସମର୍ଥନ କରି ବିଏସ୍‌ପି ବିଧାୟକ ନିଲମ୍ବିତ

ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରି ବିଏସ୍‌ପିର ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ବିଏସ୍‌ପି ବିଧାୟକ ରମାବାଇ ପରିହାର ମଧ୍ୟପ୍ରଦେଶର ଏକ ସଭାରେ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ଉକ୍ତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣା ପରେ ମାୟାବତୀ ପରିହାରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବିଏସ୍‌ପି ଏକ ଶୃଙ୍ଖଳିତ ଦଳ ଏବଂ ଏହି ଦଳରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମାୟାବତୀ ।

CAA: 498 identified as offenders in UP, property to be seized

The Yogi Adityanath government in Uttar Pradesh has notified as many as 498 people for causing damage to public property during the anti-Citizenship Amendment Act protests which turned violent last week. According to a circular, the state government has identified these people as anti-socials who caused damage to public and private property while taking part in anti-CAA protests in different parts .

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ ।

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ ।

18ଟି ବିମାନର ଯାତ୍ରା ଋଦ୍ଦ କଲା ଗୋ ଏୟାର

ଦେଶର ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ଗୋ ଏୟାର ପକ୍ଷରୁ ସୋମବାର ଦିନ 18ଟି ବିମାନ ଚଳାଚଳ ଋଦ୍ଦ କରାଯାଇଛି । ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଗୋଆ, ବେଙ୍ଗାଲୁରୁ, ଦିଲ୍ଲୀ, ଶ୍ରୀନଗର ଏବଂ ପାଟନାକୁ ଚାଲିବାକୁ ଥିବା 18ଟି ବିମାନ ଚଳାଚଳ ବନ୍ଦ ରଖାଯାଇଛି । ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଚାଲିଥିବା ଆନ୍ଦୋଳନ ଏବଂ କିଛି ଏନ୍‌-320 ନିଓ ଏୟାରକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ସମସ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିବା ନେଇ ଗୋ ଏୟାର ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ଝାରଖଣ୍ଡ ପରସ୍ଥିତି ସିଏଏ ଏବଂ ଧାରା 370 ଉଚ୍ଛେଦର ପ୍ରତିଫଳନ : କଂଗ୍ରେସ

ଝାରଖଣ୍ଡରେ ବିଜେପିର ଅପ୍ରତ୍ୟାଶିତ ପରାଜୟ ପରସ୍ଥିତି ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଧାରା 370 ଉଚ୍ଛେଦ ଏବଂ ସିଏଏର ପ୍ରଣୟନ କାରଣରୁ ବିଜେପି ପରାଜୟର ଦ୍ବାରଦେଶରେ ପହଞ୍ଚିଛି ବୋଲି କଂଗ୍ରେସ ସମ୍ପାଦକ ପ୍ରଣବ ଝା ପ୍ରକାଶ କରିଛନ୍ତି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ 40 ଆସନରେ ଅଗ୍ରଣୀ ହାସଲ କରିଛି । ଧାରା 380 ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ରଘୁବର ଦାସଙ୍କ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଚିବ ପ୍ରଣବ ଝା ପ୍ରକାଶ କରିଛନ୍ତି ।

ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ମୋଦି : ଗୋପାଳ ସିଂ ଚାଓ୍ବଲା

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ବୋଲି ପ୍ରୋ ଖଲିସ୍ତାନୀ ନେତା ଗୋପାଳ ସିଂ ଚାଓ୍ବଲା କହିଛନ୍ତି । ପ୍ରୋ ଖଲିସ୍ତାନୀ ନେତା ନାଗରିକତା ସଂଶୋଧନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ମୁସ୍‌ଲିମ୍‌ ସମ୍ପ୍ରଦାୟକୁ ମୋଦି ସରକାର ଟାର୍ଗେଟ କରିଛନ୍ତି । ଯଦି ଭାରତୀୟ ମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତି ତେବେ ଧୀରେ ଧୀରେ ମୋଦି ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରିବେ ।

ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି ।

ରାମଲୀଲା ମୈଦାନରେ ଧନ୍ୟାବାଦ ରାଲି କରିବେ ମୋଦି

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି । ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ସଂଖ୍ୟାଗରିଷ୍ଠ ଧୈର୍ଯ୍ୟ ହରାଇଲେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୁଏ : ସି ଟି ରବି

ବେଙ୍ଗାଲୁରୁର ଜନୈକ ବିଜେପି ମନ୍ତ୍ରୀ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଜେପି ମନ୍ତ୍ରୀ ସି ଟି ରବି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ଦେଶରେ ସଂଖ୍ୟାଗରିଷ୍ଠ ନିଜର ଧୈର୍ଯ୍ୟ ହରାଇଥାନ୍ତି ଦେଶରେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୋଇଥାଏ । କଂଗ୍ରେସ ବିଧାୟକ ୟୁଟି ଖାଦେରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ରବି ଏହି ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକରେ ସିଏଏ ଲାଗୁ କରାଗଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାର ଜବାବ ଦେବେ ବୋଲି ଖାଦେର କହିଛନ୍ତି ।

CAA: Central Delhi in the throes of major stir

The iconic old city area of Delhi — from Jama Masjid to Kashmere Gate remained sealed as security forces put barricades to prevent protestors reaching the Red Fort on Thursday as a major rally was planned . Police personnels frisked people, inquired them about the reason they were in the area and only then they were allowed to enter the roads and bylanes.

ଦିଲ୍ଲୀରେ ଫୋନ୍‌ ସେବା ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି ।

ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ବିରୋଧ : ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ

ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍‌ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା 144 ଲାଗୁ କରାଯିବା ପରେ ଡିଏମ୍‌ଆର୍‌ସି କର୍ତ୍ତୃପକ୍ଷ ଲାଲ କିଲ୍ଲା, ଜାମା ମସଜିଦ୍‌, ଚାନ୍ଦନୀ ଚୌକ୍‌, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍‌ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି । ଗତକାଲି ଠାରୁ 6ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି ।

ଏନ୍‌ଆରସିକୁ ସମର୍ଥନ କରୁନି ବିଜେଡି : ନବୀନ

ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍‌ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ମାତ୍ର ଏନ୍‌ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।

ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବତଲବ

ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଠାର ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏହି ଆଇନ ବିରୋଧରେ ଆଗତ 48ଟି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେ, ଜଷ୍ଟିସ୍‌ ବି ଆର ଗଭାଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ ।

ନାଗରିକତ୍ବ ସଂଶୋଧନ ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନି : ଶାହା

ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍‌ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍‌ ବୋଲି ଶାହା ମତ ଦେଇଛନ୍ତି ।

IPS officer injured in bomb attack at Bengal CAA protest

An IPS officer and two other police personnel were injured when bombs were hurled at them during an anti-CAA demonstration in Sankrail of West Bengal’s Howrah district on Tuesday. Deputy Commissioner (headquarters), Howrah police commissionerate, Ajit Singh Yadav was among the injured, officials said.

Madras varsity students continue sit in against CAA

Students of University of Madras are continuing their sit in strike for second day in succession against the Citizenship Amendment Act (CAA) on Wednesday, a protesting student said. “Around 25 students are inside the University of Madras campus in protest against the CAA. The protesting students belong to different departments.

ଛାତ୍ର ଆନ୍ଦୋଳନକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସୋନିଆ : ନିର୍ମଳା ସୀତାରମଣ

ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍‌ ଏହି ବିଲ୍‌କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।

ନାଗରିକତ୍ବ ସଂଶୋଧନ ଆଇନ ଉପରେ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ ଆମନ୍ତ୍ରଣ

ନାଗରିକତ୍ବ ବିଲ୍‌ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍‌ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହା ସହିତ କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ଶାହା ମତ ଦେଇଛନ୍ତି ।

Jamia Milia cancels exams over CAA protest

The Jamia Millia Islamia University here on Saturday cancelled the odd undergraduate and postgraduate semester examinations due to a protest at its premises against the Citizenship (Amendment), Act (CAA), 2019.”All students of odd semesters of UG and PG programmes are hereby informed that the examinations scheduled for December 14 stands postponed.The date of the postponed papers shall be notified in due course.

ନାଗରିକତ୍ବ ସଂଶୋଧନ ଆଇନ୍‌କୁ ବିରୋଧ : ମୁର୍ଶିଦାବାଦ ରେଳ ଷ୍ଟେସନରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

ନାଗରିକତ୍ବ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଲାଗି ରହିଥିବା ଆନ୍ଦୋଳନ ଉତ୍ତର ପୂର୍ବ ଭାରତ ପରେ ବର୍ତ୍ତମାନ କଲିକତାରେ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆନ୍ଦୋଳନ ଡାକରା ଦେବା ପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମୁର୍ଶିଦାବାଦର ବେଲଡାଙ୍ଗ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ।