ଆସନ୍ତାକାଲିଠୁ ରାଜ୍ୟରେ ଚାଲିବ ଘରୋଇ ବସ୍‌

ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଚାଲିବ । ଏ ସମ୍ପର୍କରେ ଘୋଷଣା କରିଛନ୍ତି ବସ୍‌ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ବୁଧବାର ବସ୍‌ ମାଲିକ ସଂଘର ବୈଠକ ପରେ ଏହି ଘୋଷଣା କରାଯାଇଛି । ବସ୍‌ରେ ଯେତିକି ସିଟ୍‌ ଥିବ ସେତିକି ଯାତ୍ରୀ ଯିବେ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । ବସ୍‌ରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ପରିତ୍ୟକ୍ତ କୂଅକୁ ଖସିଲା ବସ୍‌ : 7 ମୃତ

ମହାରାଷ୍ଟ୍ରରେ ଏକ ପରିତ୍ୟକ୍ତ କୂଅ ମଧ୍ୟକୁ ବସ୍‌ ଖସି ପଡିବାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ନାସିକ ସ୍ଥିତ ମାଲେଗାଓଁରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ଅଟୋ ସହିତ ଧକ୍କା ଫଳରେ ଭାରସାମ୍ୟ ହରାଇ ବସ୍‌ଟି କୂଅ ମଧ୍ୟକୁ ଖସି ପଡିଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି । ବସ୍‌ଟିକୁ କ୍ରେନ୍‌ ଯୋଗେ ବାହାର କରାଯାଇଛି ।

ଭୁବନେଶ୍ବରରେ ଜଳିଗଲା ବସ୍‌, କାରଣ ଅସ୍ପଷ୍ଟ

ଭୁବନେଶ୍ବରରେ ଜଳିଗଲା ବସ୍‌ । ସହିଦ ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବସ୍‌ଟି ହୁତୁହୁତ ହୋଇ ଜଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସହିଦ ନଗରରେ ଛିଡା ହୋଇଥିବା ଅବସ୍ଥାରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର ତଦନ୍ତ ଜାରି ରହିଛି ।

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ : 15 ମୃତ, 20ରୁ ଅଧିକ ଆହତ

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।