ପାକିସ୍ତାନରେ ଯାତ୍ରୀବାହୀ ବିମାନ ଧ୍ବଂସ : ବିମାନରେ ଥିଲେ 90 ଯାତ୍ରୀ

ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଲାହୋରରୁ କରାଚୀ ଯାଉଥିବା ଏହି ବିମାନଟି କରାଚୀରେ ଧ୍ବଂସ ପାଇଥିଲା । ବିମାନରେ 90 ଜଣ ଯାତ୍ରୀ ଉପସ୍ଥିତ ରହିଥିବା ବେଳେ ବିମାନଟି ଲ୍ୟାଣ୍ଡିଂର ଠିକ୍‌ ପୂର୍ବରୁ ଧ୍ବଂସ ପାଇଯାଇଥିଲା । ଏହି ଏ 320 ବିମାନଟିର ଧ୍ବଂସର କାରଣ ଜଣାପଡିନଥିବା ବଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

90 ମିନିଟ୍‌ ମଧ୍ୟରେ 4ଟି ବିସ୍ଫୋରଣରେ ଥରିଲା କାବୁଲ୍‌

ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଆଜି 4ଟି ଭୟାବହ ବିସ୍ଫୋରଣ ଘଟିଛି । ମାତ୍ର 90 ମିନିଟ୍‌ର ବ୍ୟବଧାନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ୍‌ର ଟାହିଆ ମସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ସକାଳ 7.45ରୁ 9ଟା ମଧ୍ୟରେ ଏହି 4ଟି ବିସ୍ଫୋରଣ ଘଟିଥିଲା । ନ୍ୟାସନାଲ ଡିରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ୍‌) ଏବଂ ସରକାରୀ ଗାଡି ଗୁଡିକ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହିବି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ ।

କ୍ବେଟ୍ଟାରେ ବିସ୍ଫୋରଣ : 7 ମୃତ, 21 ଆହତ

କାବୁଲର କ୍ବେଟ୍ଟା ସହରରେ ସୋମବାର ଏକ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିଥିବା ନେଇ ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଲିଆକତ୍‌ ଶାହଓ୍ବାନି ପ୍ରକାଶ କରିଛନ୍ତି । ନିହତ 7 ଜଣଙ୍କ ମଧ୍ୟରେ ଦୁଇ ଜଣ ପୋଲିସ୍‌ କର୍ମୀ ରହିଛନ୍ତି । କ୍ବେଟ୍ଟା ପ୍ରେସ୍ କ୍ଲବ୍‌ ନିକଟରେ ରହିଥିବା ଶାରାହ ଇ ଅଦାଲତରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ସମସ୍ତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ମଜାରି ରହିଛି ।

ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ

ପଞ୍ଜାବର ଟାର୍ନ ଟରନ୍‌ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 15 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନଗର କୀର୍ତ୍ତନ ଚାଲିଥିବା ସମୟରେ ଟ୍ରାକ୍ଟର ପଛପଟେ ବସି ଶ୍ରଦ୍ଧାଳୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଭୟାବହତା ଏତେ ରହିଥିଲା କି ଘଟଣାସ୍ଥଳରେ 15 ଜଣଙ୍କର ପ୍ରାଣହାନି ଘଟିଥିଲା । 3 ଜଣ ଗୁରୁତର ଭାବରେ ଆମହତ ହୋଇଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ୟୁଏଇ ସୀମାରେ ତୈଳ ଟ୍ୟାଙ୍କର ବିସ୍ଫୋରଣ, 2 ଭାରତୀୟ ନାବିକ ନିହତ

ୟୁନାଇଟେଡ୍‌ ଆରବ ଏମିରେଟ୍‌ସ(ୟୁଏଇ) ସୀମାରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି । ୟୁଏଇ ତଟରେ ଏକ ତୈଳ ଟ୍ୟାଙ୍କର ଯାଉଥିବା ଜାହାଜଟିରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଜାହାଜରେ ସମୁଦାୟ 55 ଜଣ ବ୍ୟକ୍ତି ରହିଥିବା ବେଳେ ତନ୍ମଧ୍ୟରୁ 12 ଜଣ ଜାହାଜ କର୍ମଚାରୀ ରହିଛନ୍ତି । ବିସ୍ଫୋରଣ ପରେ ଦୁଇ ଜଣ ଭାରତୀୟ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ରହିଛନ୍ତି ।

ଆଫଗାନିସ୍ତାନରେ ବିସ୍ଫୋରଣ : 2 ଆମେରିକୀୟ ସୈନ୍ୟ ନିହତ

ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କାନ୍ଦାହାରର ଦକ୍ଷିଣ ଆଫଗାନିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଶନିବାର ଆମେରିକୀୟ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସ୍ଥାନୀୟ ଆଇଡି ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି ।

ସୋମାଲିଆରେ କାର୍‌ ବୋମା ବିସ୍ଫୋରଣ : 20ରୁ ଅଧିକ ମୃତ

ସୋମାଲିଆରେ ଏକ କାର ବୋମା ବିସ୍ଫୋରଣରରେ 20 ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ସୋମାଲିଆର ରାଜଧାନୀ ମୋଡିଗାସୁରେ ଶନିବାର ଦିନ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଆହୁରି 30ରୁ 40 ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିସ୍ଫୋରଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନଥିବା ବେଳେ ବିସ୍ଫୋରଣର ତଦନ୍ତ ଜାରି ରହିଛି ବୋଲି ପୋଲିସ୍‌ ଅଧିକାରୀ ଇବ୍ରାହିମ ମହମ୍ମଦ ପ୍ରକାଶ କରିଛନ୍ତି ।

ଚୀନ୍‌ ବାଣ କାରଖାନାରେ ବିସ୍ଫୋରଣ: 7 ମୃତ, 13 ଆହତ

ଚୀନ୍‌ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଚୀନ୍‌ର ହୁନାନ୍‌ ପ୍ରଦେଶରେ ଗୁରୁବାର ଏହି ବିସ୍ଫୋରଣ ଘଟିଥିଲା । ଅନୈତିକ ଭାବରେ ଏହି ବାଣ କାରଖାନାରୁ ବାଣ ଉତ୍ପାଦନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାନୁୟାରୀ 25ରେ ଚୀନ୍‌ ନୂତନ ବର୍ଷ ପାଳନ ପୂର୍ବରୁ ପ୍ରବଳ ବାଣ ତିଆରି ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ବାଣ କାରଖାନାକୁ ସିଲ୍‌ କରିଦିଆଯାଇଛି ।

ସୁଦାନ ଟାଇଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , 23 ମୃତ

ସୁଦାନର ଏକ ଟାଇଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟି 23 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ 130 ଜଣ ଆହତ ହୋଇଛନ୍ତି । ଏକ ତୈଳବାହୀ ଟ୍ୟାଙ୍କର ଫ୍ୟାକ୍ଟ୍ରିକୁ ଧକ୍କା ଦେବାରୁ ଏହି ବିସ୍ଫୋରଣ ଘଟିଥିଲା । ସୁଦାନର ରାଜଧାନୀ ଖାରତୌମ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଗ୍ୟାସ୍‌ ଟ୍ୟାଙ୍କରଟି ଗ୍ୟାସ୍‌ ଅନଲୋଡ୍‌ କରୁ୍ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଖରତୌମ୍‌ରେ ରହିଥିବା 5ଟି ଡାକ୍ତରଖାନାରେ ସମସ୍ତ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି ।

ଇରାକ୍‌ରେ ବିସ୍ଫୋରଣ : 6ମୃତ,17 ଆହତ

ଇରାକର ରାଜଧାନୀ ବାଗଦାଦରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ଏକ ମୋଟର ସାଇକେଲ ବୋମା ରଖାଯାଇ ଏହି ବିସ୍ଫୋରଣ କରାଯାଇଥିଲା । ଦକ୍ଷିଣ ପଶ୍ଚିମ ବାଗ୍‌ଦାଦର ଅଲ ବାଲାଦିୟତ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ଗୋଟେ ପରେ ଗୋଟେ ତିନୋଟି ବୋମା ବିସ୍ଫୋରଣ ଘଟିଥିଲା । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇଏସ୍‌ଆଇଏସ୍‌ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି ।

ଚୀନ୍‌ରେ କାରଖାନାରେ ବିସ୍ଫୋରଣ ଘଟି ୭ ମୃତ

ଆଜି ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର କରାଯାଉଥିବା ଗ୍ୟାସ ଲିକ ହେବା ଫଳରେ ଏହି ବିସ୍ଫୋରଣ ଘଟିଥିଲା। ସକାଳ ପ୍ରାୟ ୭ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। କାରଖାନାରୁ ବାହାରୁଥିବା ବଳକା ସାମଗ୍ରୀ ରଖାଯାଇଥିବା ଷ୍ଟୋରରେ ବିସ୍ଫୋରଣ ଘଟିବା ଫଳରେ ଆହତ ୫ଜଣକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମାର୍ଚ୍ଚ ୨୧ରେ ଜୀୟାଙ୍ଗସୁ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭୮ଜଣଙ୍କ ମୃତ୍ୟୁ ହୋଇଥିଲା।

ବିଜେପି ନେତାଙ୍କ ଘରେ ମାଓବାଦୀ ଆକ୍ରମଣ; ବାସଭବନରେ ବିସ୍ଫୋରଣ

ସାଧାରଣ ନିର୍ବାଚନକୁ ମାଓବାଦୀ ବିରୋଧ କରିଛନ୍ତି। ଓଡ଼ିଶା, ଛତିଶଗଡ଼ ସୀମାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଉ ଥିବାବେଳେ ବିହାରରେ ଜଣେ ବିଜେପି ନେତାଙ୍କ ଘର ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ବିଜେପି ନେତା ଅନୁଜ କୁମାର ସିଂହଙ୍କ ଡୁମରିଆସ୍ଥିତ ବାସଭବନକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀଙ୍କ ଦ୍ବାରା କରାଯାଇଥିବା ବିସ୍ଫୋରଣରେ ଘରର ଅନେକ ଅଂଶ ଉଡିଯାଇଛି। ଆକ୍ରମଣ ପରେ ମାଓବାଦୀମାନେ ସେଠାରେ ଏକ ପୋଷ୍ଟର ଲଗାଇଛନ୍ତି। ନିର୍ବଚାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟରରେ ଦାବି କରାଯାଇଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

26 injured in grenade blast at Jammu bus stand

The powerful explosion was heard at the site of bus stand and people rushed to safer locations for shelter said police. “It was a grenade blast near the SRTC bus,” they added. “Grenade blast took place this afternoon at the bus stand premises and we have reports that eight people have suffered injuries,” Manish Kumar Singh, IGP Jammu Zone. Meanwhile, an eyewitness stated that around dozen people were injured in the explosion and a few of them critically. The injured have been taken to the hospital. He added that the area has been cordoned off.