କରୋନା ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସମ୍ବିତ ପାତ୍ର

ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଲକ୍ଷଣ ଦେଖାଦେବା ପରେ ପାତ୍ରଙ୍କୁ ଗୁରଗାଓଁ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରଗାଓଁ ସ୍ଥିତ ମେଦାନ୍ତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ନଜର ଆସୁଥିବା ଏବଂ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ । ନିକଟରେ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ।

ସିନ୍ଧିଆଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟଙ୍କୁ ଭେଟିଲେ 22 ବିଦ୍ରୋହୀ ବିଧାୟକ

କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ ।

ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କଲେ ବିଜେପି ବିଧାୟକ : ଝାଡଖଣ୍ଡ ବିଧାନସଭାରେ ହଙ୍ଗାମା

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

କଂଗ୍ରେସ ବିଧାୟକଙ୍କୁ କିଣିବାକୁ ବିଜେପି ଖର୍ଚ୍ଚ କରିଛି 65 କୋଟି : ଅମିତ ଚାଭଡା

ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗୁଜରାଟ କଂଗ୍ରେସ ମୁଖ୍ୟ ଚାଭଡା ଅଭିଯୋଗ କରିଛନ୍ତି । 5 ବିଧାୟକଙ୍କୁ କିଣାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିଧାନସଭାରେ ହଟ୍ଟଗୋଳ କରାଯାଇଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏହି 65 କୋଟି ଟଙ୍କା ବିଧାୟକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟ ମାନେ ଚାଭଡାଙ୍କ ନେତୃତ୍ବରେ କକ୍ଷତ୍ୟାଗ କରିଥିଲେ ।

Save Bharat Mata from Frankenstien Monster BJP: Sena to RSS

Implying that the Bharatiya Janata Party is like the ‘Frankenstein Monster’ a top Shiv Sena leader on Monday urged the Rashtriya Swayamsevak Sangh (RSS) Chief Mohan Bhagwat to ‘save Bharat Mata’ from the BJP’s rampage.He said that all sections of society are demanding reservations in education-jobs since past six years which were supported by the BJP-Hindutva groups.

ବିଜେପିରେ ଯୋଗ ଦେଲେ ବୀରାପ୍ପାନଙ୍କ ଝିଅ

ବିଜେପିରେ ଯୋଗ ଦେଇଛନ୍ତି ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ । ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତାମିଲନାଡୁର କ୍ରିଷ୍ଣାଗିରିରେ ବିଜେପିର ବରିଷ୍ଠ ନେତା ମୁରଲୀଧର ରାଓ ଏବଂ ପନ୍‌ ରାଧାକ୍ରିଷ୍ଣନ୍‌ଙ୍କ ଉପସ୍ଥିତିରେ ବିଦ୍ୟା ବିଜେପିରେ ଯୋଗ ଦେଇଛନ୍ତି । ବିଦ୍ୟାଙ୍କ ସମେତ ଏକ ହଜାରରୁ ଅଧିକ ବ୍ୟକ୍ତି ଦଳରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରକୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାରାଣୀ ପ୍ରକାଶ କରିଛନ୍ତି ।

Twitter blocks K’taka BJP account, “It is unfortunate ” says BJP

Social media giant Twitter has blocked the Karnataka BJP’s account for tweeting on people with “liberal views”, the party said on Wednesday. “It is unfortunate that our handle was locked out by Twitter for speaking the truth about liberals,” tweeted BJP. BJP vowed that it will not step back in its efforts to bring out the truth in the public domain.

ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ବିପ୍‌ ଜାରି କଲା ବିଜେପି

ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ହ୍ବିପ୍‌ ଜାରି କରାଯାଇଛି । ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ପାଇଁ ହ୍ବିପ୍‌ ଜାରି କରାଯାଇଛି । ବିଜେପି ପକ୍ଷରୁ ଏହି ହ୍ବିପ୍‌ ଜାରି କରାଯିବା ପରେ ୟୁନିଫର୍ମ ସିଭିଲ୍‌ କୋଡ୍‌ ଲାଗୁ କରାଯିବାର ସମ୍ଭାବନା ଦେଖାଦେଇଛି । ଏହି ବିଲ୍‌ ନେଇ ଆଲୋଚନା ହେଉଥିଲେ ମଧ୍ୟ ରାଜ୍ୟସଭାର ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ କୌଣସି ନୂତନ ବିଲ୍‌ ନେଇ ଆଲୋଚନା ହୋଇନଥିବା ସ୍ପଷ୍ଟ କରାଯାଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ : ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ

ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍‌ରରେ ସେୟାର କରିଛନ୍ତି । (ଏଜେନ୍ସି)

ବିଜେପିକୁ ରାମ ମଧ୍ୟ ବଞ୍ଚେଇ ପାରିବେ ନାହିଁ : ସଞ୍ଜୟ ସିଂ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ଏବଂ ଆପକ୍‌ ନେତା ପରସ୍ପର ବିରୋଧରେ ମତ ଦେଇଛନ୍ତି । ଦିଲ୍ଲୀରେ ବିଜେପିକୁ ଭଗବାନ ରାମ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ଶନିବାର ସକାଳୁ ପ୍ରଥମେ ମନୋଜ ତିଓ୍ବାରୀ କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିବା ପରେ ସଞ୍ଜୟ ସିଂ ଏହି ମତ ଦେଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅସ୍ପୃଶ୍ୟ ବୋଲି ଅଭିହିତ କରିବା ଏକ ଭୁଲ୍‌ ଜିନିଷ ବୋଲି ସିଂ କହିଛନ୍ତି ।

BJP to visit voters personally after poll campaign ends

As the campaigning for Delhi assembly elections ends at 5 p.m. on Thursday, political parties are leaving no stone unturned to woo the voters. However, on the final day of campaigning, Bharatiya Janata Party (BJP) president J.P. Nadda has asked all its party cadres to personally visit door-to-door without banners and posters and appeal to the people to exercise their franchise.

ମୁଖ୍ୟମନ୍ତ୍ରୀ ନୁହନ୍ତି ମୁଖ୍ୟ ଛଳନାକାରୀ କେଜ୍ରିଓ୍ବାଲ : ଗମ୍ଭୀର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ବୋଲି ଗମ୍ଭୀର କହିଛନ୍ତି ।

BJP slams AAP over shooting in Shaheen Bagh

After the Delhi police claimed that Kapil Gurjar, the person who fired gunshot at Shaheen Bagh, is a Aam Aadmi Party (AAP) worker, the Bharatiya Janata Party (BJP) has launched an attack on the AAP.

BJP national president J.P. Nadda on Tuesday evening said slammed the AAP and Chief Minister Arvind Kejriwal while Union Minister Prakash Javdekar in a press conference said this has exposed the AAP.

ବିଜେପିରେ ଯୋଗ ଦେଲେ ସାଇନା ନେହ୍ବାଲ

ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଇନା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପୂର୍ବରୁ ସାଇନା ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ସମର୍ଥକ ରହିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିଥାନ୍ତି । ହରିୟାଣା ଜନ୍ମିତ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ ଖେଳାଳି ଜଣକ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହା ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାଇନା ବିଜେପି ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି ।

ବିଜେପିର ଜାତି ଓ ଧର୍ମର ରାଜନୀତି ଦିଲ୍ଲୀରେ ବିଫଳ ହେବ : କେଜ୍ରିଓ୍ବାଲ

ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଆପ୍‌ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି ।

ବିମାନବନ୍ଦର ଦୁର୍ଘଟଣା ମାମଲାରେ ବିଜେଡିର ସମବେଦନା

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି ।

ବିଜେପିକୁ ଧକ୍କା : ମେଣ୍ଟ ପ୍ରସ୍ତାବକୁ ଜେଜେପିର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । ପୂର୍ବରୁ ଅନ୍ୟତମ ସହଯୋଗୀ ଅକାଳୀ ଦଳ ମଧ୍ୟ ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ମଙ୍ଗଳବାର ଅପରାହ୍ନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି । ଦଳୀୟ ପ୍ରାର୍ଥୀ ଅନ୍ୟ ଚିହ୍ନରେ ନିର୍ବାଚନ ଲଢିଲେ ଏହା ସର୍ବସାଧାରଣରେ ଏକ ଅଲଗା ପ୍ରତିଛବି ସୃଷ୍ଟି କରିବ । ତେଣୁ ଦଳ ଚଳିତ ନିର୍ବାଚନରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି ବୋଲି ଚୌତାଲା ପ୍ରକାଶ କରିଛନ୍ତି ।

Fissures in BJP: Law cannot be implemented through threats: BJP’s Chandra Bose

Going totally against the party line, BJP’s West Bengal unit vice president and revolutionary hero Netaji Subhash Chandra Bose’s grand nephew Chandra K. Bose has called for bringing Muslims within the ambit of the Citizenship (Amendment) Act (CAA), and said that a legislation cannot be implemented through threats and intimidation. Bose  has been articulating his dissenting views for quite some time.

ଗୀତା ଗୋପୀନାଥଙ୍କ ଆକ୍ରମଣ ପାଇଁ ପ୍ରସ୍ତୁତ ବିଜେପି କର୍ମୀ : ଚିଦାମ୍ବରମ୍‌

ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର ହ୍ରାସ ନେଇ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ସୋମବାର ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର 4.8 ପ୍ରତିଶତକୁ ହ୍ରାସ ପାଇବା ନେଇ ଆକଳନ କରାଯାଇଥିଲା । ଦେଶର ଅର୍ଥନୀତିକୁ ନେଇ ଯିଏବି ସଠିକ୍‌ ତଥ୍ୟ ପ୍ରକାଶ କରେ ମୋଦି-ଶାହାଙ୍କ ଅନୁଗତଙ୍କ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇଥାଏ ।

As ‘ekadashi’ sets in, Nadda to replace Shah by afternoon

Just ahead of Delhi election and as the “ekadashi” sets in, the “world’s largest political party” – BJP will have a new President on Monday by 2.30 p.m., bringing an end of Amit Shah era. Party Working President Jagat Prakash Nadda is all set to win unopposed. The choice of the announcement date on an “ekadashi”, was done keeping in the auspiciousness aspect in mind.

ନିର୍ଭୟା ଫାଶୀ ମାମଲା : ରାଜନୀତି କରୁଥିବାରୁ ଆପ୍‌ ଓ ବିଜେପିକୁ ଆଶାଦେବୀଙ୍କ ସମାଲୋଚନା

ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାଜନୀତିକରଣ କରାଯାଉଥିବାରୁ ଆଶାଦେବୀ ବିଜେପି ଏବଂ ଆପ୍‌କୁ ସମାଲୋଚନା କରିଛନ୍ତି । ଯେଉଁମାନେ, 2012 ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଆଜି ରାଜନୀତି କରୁଛନ୍ତି ବୋଲି କହି ଆଶାଦେବୀ ଉଭୟ ଆପ୍‌ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଏବଂ ଆପ୍‌ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି ।

BJP’s Rs 2,410 crore income is 2/3rd of 6 national parties

The ruling BJP has shown the highest income amongst the political parties at Rs 2,410.08 crore during financial year 2018-19, which forms 65.16 per cent of the total income of six national parties put together.  According to analysis of income and expenditure of national political parties for FY 2018-19 by Association for Democratic Reforms (ADR), BJP declared a total income of Rs 2,410.08 crore but spent only 41.71 per cent (Rs 1,005.33 crore) of the total income.

ବିହାରରେ ବିଜେପି-ଜେଡିୟୁ ବାକ୍‌ଯୁଦ୍ଧ

ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍‌ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରଥମେ କିଶୋରଙ୍କୁ ଆକ୍ରମଣ କରିଥିବା ବେଳେ କିଶୋର ଏହାର ଯବାବ ଦେଇଛନ୍ତି । ଲାଭ ପାଇଁ ରାଜନୀତିର ବ୍ୟବସାୟ କରୁଥିବା ନେତା କେବ ଦେଶର ହିତ ପାଇଁ ଚିନ୍ତା କରିପାରିବେ ନାହିଁ ବୋଲି ମୋଦି ମତ ଦେଇଥିଲେ । ମୋଦି କାହାର ନାମ ନେଇନଥିଲେ ମଧ୍ୟ ପରୋକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଡକୁ ପରୋକ୍ଷରେ ଇଙ୍ଗିତ କରିଥିଲେ । ଏହାପରେ କିଶୋର ଏହାର ଜବାବ ଦେବା ସହିତ ସୁଶୀଲ ମୋଦିଙ୍କୁ ସମାଲୋଚନା କରିଥିଲେ ।

ଦଳରୁ ଇସ୍ତଫା ଦେଲେ ଜେଜେପି ବିଧାୟକ

ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜେଜେପିର ବରିଷ୍ଠ ନେତା ରାମ କୁମାର ଗୌତମ ଦଳର ଉପ ସଭାପତି  ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସହିତ ମେଣ୍ଟକୁ ନେଇ ଜେଜେପି ପକ୍ଷରୁ ସମାଲୋଚନା କରିଛନ୍ତି ଗୌତମ । ଗୌତମ କହିଛନ୍ତି ଦଳୀୟ ବିଧାୟକଙ୍କ ସମର୍ଥନ କାରଣରୁ ହିଁ ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାତ୍ର ବିଜେପି ସହିତ ମେଣ୍ଟ ପୂର୍ବରୁ କୌଣସି ସଦସ୍ୟଙ୍କ ପରାମର୍ଶ ନେଇନଥିଲେ ଦୁଷ୍ୟନ୍ତ ।

2003ରେ ନାଗରିକତ୍ବ ସଂଶୋଧନ ବିଲ୍‌ ଦାବି କରିଥିଲେ ମନମୋହନ ସିଂ

ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି ।

ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନାଗରିକତ୍ବ ସଂଶୋଧନ ବିଲ୍‌କୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡିର ସମର୍ଥନ ନେଇ ଘୋଷଣା କରିଛନ୍ତି । ଏହି ବିଲ୍‌ରେ କୌଣସି ଅସୁବିଧା ନଥିବାରୁ ଦଳ ଏହାକୁ ସମର୍ଥନ କରିଛି ବୋଲି ମହତାବ ସୂଚନା ଦେଇଛନ୍ତି । ବିଜେଡି ଏହି ବିଲ୍‌ରେ 3ଟି ସଂଶୋଧନର ପ୍ରସ୍ତାବ ଦେଇଥିବା ବେଳେ ତନ୍ମଧ୍ୟରୁ ଦୁଇଟି ଗୃହୀତ ହୋଇଥିବାରୁ ଦଳ ଏହି ବିଲ୍‌ ପ୍ରତି ସମର୍ଥନ ଜାହିର କରିଛି ବୋଲି ସେ କହିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନ : 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ରହିଛି ଅପରାଧିକ ପୃଷ୍ଠଭୂମି

ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନରେ 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାପଡିଛି । ଆସନ୍ତା 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । 67 ପ୍ରତିଶତଙ୍କ ମଧ୍ୟରୁ 17 ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ 50 ପ୍ରତିଶତ ଜେଏମ୍‌ଏମ୍‌ ପ୍ରାର୍ଥୀ, 42 ପ୍ରତିଶତ ଏଜେଏସ୍‌ୟୁ ପ୍ରାର୍ଥୀ ଏବଂ ବିଜେପି ଓ ଜେଭିଏମ୍‌ପିର 40 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ସମୁଦାୟ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବାର ସୂଚନା ମିଳିଛି ।

ସଂଖ୍ୟା ଗରିଷ୍ଠତା ପ୍ରମାଣ କଲେ ଉଦ୍ଧବ : ବିଜେପିର ଗୃହ ପରିତ୍ୟାଗ

ମହା ଅଘାଡି ବିକାଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ମହା ଅଘାଡି ବିକାଶ ସପକ୍ଷରେ 169ଟି ଭୋଟ ପଡିଥିବା ବେଳେ ବିଜେପି ସଦସ୍ୟମାନେ ଗୃହତ୍ୟାଗ କରିଥିଲେ । ଏଆଇଏମ୍‌ଆଇଏମ୍‌ , ସିପିଆଇ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ବିଧାୟକ ମାନେ ନିରପେକ୍ଷ ରହିଥିଲେ । ଫ୍ଲୋର ଟେଷ୍ଟ ପୂର୍ବରୁ ଉପସ୍ଥିତ ସଦସ୍ୟଙ୍କ ଉପସ୍ଥାନ ନିଆଯାଇନଥିବା ଅଭିଯୋଗ କରି ଫଡନବିସ୍‌ଙ୍କ ନେତୃତ୍ବରେ ବିଜେପି ସଦସ୍ୟ ଗୃହତ୍ୟାଗ କରିଥିଲେ ।

ଆସନ ହରାଇବା ନେଇ ମମତା ଭୟଭୀତ : ଓଓ୍ବେସୀ

ପଶ୍ଚିମବଙ୍ଗରେ ଆସନ ହରେଇବା ନେଇ ମମତା ଭୟଭୀତ ଅଛନ୍ତି ବୋଲି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ ମତ ଦେଇଛନ୍ତି । ଗତକାଲି ଓଓ୍ବେସୀଙ୍କ ଦଳ ଏଆଇଏମଆଇଏମ ପଶ୍ଚିମବଙ୍ଗରେ ନିର୍ବାଚନରେ ଅଂଶଗ୍ରହଣ ନେଇ ଘୋଷଣା କରିଥିଲା । ଏହା ପରେ ମମତା ଓଓ୍ବେସୀଙ୍କ ଦଳକୁ ଉଗ୍ର ମୁସଲିମ ମାନସିକତା ଦଳ ବୋଲି କହିଥିଲେ । ଏହି ଘୋଷଣା ପରେ ମଙ୍ଗଳବାର ଦିନ ଓଓ୍ବେସୀ ମମତାଙ୍କୁ ପ୍ରତି ଆକ୍ରମଣ କରିଛନ୍ତି । ସାମାଜିକ ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗ ପଛୁଆ ରହିଥିବା ବେଳେ ଦିଦି ଏଆଆଇଏମଏମ୍‌କୁ ଆକ୍ରମଣ କରିବା ପରାଜୟକୁ ନେଇ ସେ କେତେ ଭୟଭୀତ ତାହା ପ୍ରମାଣ କରୁଛି ।

Kejriwal asks BJP about it’s 2014 promise of statehood to Delhi

Chief Minister and Aam Aadmi Party (AAP) leader Arvind Kejriwal on Monday attacked the BJP for not including the promise of granting full statehood to Delhi in it’s manifesto for 2019 Lok Sabha elections, and said it is cheating the people of the national capital. Taking to micro-blogging site Twitter, Mr Kejriwal said,”Modi Sir,   you did not do it

ବିଜେପି ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କୁ ମୋଦି ଓ ଶାହାଙ୍କ ଅଭିନନ୍ଦନ

ଏପ୍ରିଲ୍‌ ୬ ତାରିଖ ଶନିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଧ୍ୟକ୍ଷ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୦ ମସିହାରେ ବିଜେପି ଆନୁଷ୍ଠାନିକ ଭାବେ ସ୍ଥାପିତ ହୋଇଥିଲା। ୧୯୫୧ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଭାରତୀୟ ଜନ ସଂଘରୁ ବିଜେପିର ସୃଷ୍ଟି ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି କହିଛନ୍ତି, ବର୍ତ୍ତମାନ ଜନସାଧାରଣଙ୍କ ପସନ୍ଦର ଦଳ ଭାବେ ବିଜେପି ରହିଛି ତେଣୁ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଦଳର ଏହି ସ୍ଥାନ ବଜାୟ ରଖିବା ପାଇଁ ଦିନରାତି ପରିଶ୍ରମ କରିବା ଆବଶ୍ୟକ।

ବିଜେପିରେ ଯୋଗଦେଲେ ରବି ମଲ୍ଲିକ

ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେପିରେ ଯୋଗଦେଇଛନ୍ତି। ଆଜି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ବିଜେଡି ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଜାହିର କରି ଇସ୍ତଫା ପ୍ରଦାନ କରିଛନ୍ତି ଶ୍ରୀ ମଲ୍ଲିକ। ଆଜି ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତେବେ ଶ୍ରୀମଲ୍ଲିକ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି।

BJP announces candidates for 4 Assembly seats in Odisha

The BJP has released the list of candidates for four Vidhan Sabha seats for the upcoming polls. The candidates to have secured the tickets in this phase are: Champua – Murali Sharma, Bhograi – Manas Mohanty, Basta – Raghunath Mohanty and Niali – Chhabi Mallick.

BJD fielding MLAs, MPs in election involved in chit fund scam- BJP

Senior Odisha BJP leader Pratap Sarangi has alleged that the ruling BJD had fielded candidates involved in chit fund scam and demanded a white paper on the multi-crore scam. Addressing newsmen here on Wednesday Sarangi said the state government had created a corpus fund in 2014 to refund the money of the small depositors cheated by the chit fund companies.

୪ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

 

Odisha govt yet to accept resignation of BJP candidate, party leaders resort to dharna

Odisha BJP leaders today sat on a dharna in front of the Naveen Niwas protesting against the inordinate delay by the state government in accepting the resignation of their candidate for the Saraskana Assembly seat Bhudan Murmu, who continues to serve the government. Odisha state BJP vice-president Samir Mohanty, spokesperson Lekhasree Samantaray along with Murmu sat on dharna in protest after meeting the political secretary of Chief Minister Naveen Patnaik.

Cong accuses BJP of ‘cash for vote’ ahead of PM rally

Congress on Wednesday accused the BJP of a ‘cash for votes’ scam ahead of Prime Minister Narendra Modi’s rally in Pasighat in Arunachal Pradesh. Addressing a presser in New Delhi, party spokesperson Randeep Surjewala demanded the resignation of chief minister Pema Khandu following the revelation and suspension of the candidature of Tapir Gao, the BJP candidate from West Arunachal.

BJP reposes faith in ally BDJS to fight Rahul in Wayanad

BJP chief Amit Shah on Monday announced that NDA constituent leader Thushar Vellappally, president of Bharat Dharma Jana Sena (BDJS), will be their nominee against Congress president Rahul Gandhi from Wayanad in Kerala. The BDJS is a political party formed by leaders of influential but economically backward Ezhava community aiming to make inroads into Kerala’s bipolar political space.

ବିଜେପିର ୩ ଲୋକସଭା ଏବଂ ୧୧ ବିଧାନସଭା ପ୍ରାର୍ଥୀ ଘୋଷଣା

ବିଜେପି ନିଜର ବଳକା ୩ ଲୋକସଭା ଏବଂ ୧୧ଟି ବିଧାନସଭା ନିମନ୍ତେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୟୂରଭଞ୍ଜରୁ ବିଶେଶ୍ଵର ତୁଡୁ, ଭଦ୍ରକରୁ ଅଭିମନ୍ୟୁ ଶେଠୀ ଏବଂ ଅମିୟ ମଲ୍ଲିକ ଯାଜପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ, ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ହେଲେ….  ୧-ମହାକାଳପଡା : ବିଜୟ ପ୍ରଧାନ, ୨-ପୁରୀ : ଜୟନ୍ତ ଷଡଙ୍ଗୀ, ୩-ଭୁବନେଶ୍ବର ଉତ୍ତର : ଅପରାଜିତା ମହାନ୍ତି, ୪-ଆଠମଲ୍ଲିକ : ଭାଗୀରଥି ପ୍ରଧାନ, ୫-ଆନନ୍ଦପୁର :: ଆଲୋକ ସେଠୀ, ୬-ପାଟକୁରା : ବିଜୟ ମହାପାତ୍ର, ୭-ନିଳଗିରି : ସୁକାନ୍ତ ନାୟକ, ୮-ଆଠଗଡ : :ବ୍ରଜେନ୍ଦ୍ର ରାୟ, ୯-ରାଇରଙ୍ଗପୁର :ନବଚରଣ ମାଝି, ୧୦-ମୋରଡା : କୃଷ୍ଣଚନ୍ଦ୍ର ମହାପାତ୍ର, ୧୧-ବାଙ୍କି : ଶୁଭ୍ରାଂଶୁ ଶେଖର ପାଢୀ।

 

 

 

 

 

 

 

 

 

Modi govt is anti-poor: Cong slams Arun Jaitley

Slamming the BJP  and Arun Jaitley for terming the Minimum Income Guarantee (MIG) scheme proposed by   Congress as a ‘bluff scheme ‘, the party on Tuesday described the Modi government as anti-poor. Addressing a press conference here, AICC media in-charge Randeep Surjewala said, ‘Hypocrite Modi can forgive Rs 3,50,000 crore of handful of businessmen but giving Rs 72,000 for India’s poor is troublesome for him.

Jaya Prada joins BJP

Actor-turned-politician and close associate of former Samajwadi Party leader Amar Singh, Jaya Prada joined the BJP on Tuesday. Welcoming her at the party headquarters here, BJP general secretary Bhupender Yadav said Ms Prada has vast political experience. It was an important moment of her life, Ms Prada said.
‘Whether films or politics, anything I chose, I have accepted it wholeheartedly

Paralympian Deepa Malik joins BJP

First Indian woman to win a medal in Paralympic Games Deepa Malik joined the BJP here on Monday.
INLD chairman Kehar Singh Rawat also joined the saffron party at the party headquarters here where BJP national general secretary Anil Jain and Haryana BJP chief Subhash Barala were also present.
Malik praised Prime Minister Narendra Modi for the work done for women and their welfare.

Prakash Mishra for Cuttack and Swain in Kandhamal Lok sabha seats

Hours after joining the Bharatiya Janata Party the former DGP Prakash Mistra has been named to contest for the prestigious Cuttack Lok sabha seat where a battle royal seems to be on the cards. On the other , Kharavela Swain, on Sunday made a come-back to the saffron camp has been named to contest for the Kandhamal Lok sabha seat,

Former DGP Prakash Mishra joins the BJP

Former Director General of Police Prakash Mishra today joined the Bharatiya Janata Party in Bhubaneswar. This has come as a surprise to many in the administrative apparatus those who knew Mishra from close quarters for his dislike towards politics and having a sound track record as an officer. However, after initial hitches Midhra has at last hold the lotus

Influx into BJP continues, Pratyusha holds lotus

Denied the ticket for the Kandhamal Lok sabha, sitting BJD MP Pratyusha Rajeswari Singh of Nayagarh has today joined the Bharatiya Janata Party . Pratyusha was the BJD Mp for Kandhamal had urged the BJD chief to renominate her for the same seat or field her as an MLA for Nayagarh.

ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କରାଯାଇଛି।

(୧)-ସୁନ୍ଦରଗଡ଼- ଜୁଏଲ ଓରାମ,(୨)-କେନ୍ଦୁଝର- ଅନନ୍ତ ନାୟକ, (୩)-ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ, (୪)-ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି, (୫)-ନବରଙ୍ଗପୁର- ବଳଭଦ୍ର ମାଝୀ, (୬)-କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା, (୭)-ଭୁବନେଶ୍ଵର- ଅପରାଜିତ ଷଡ଼ଙ୍ଗୀ, (୮)-ଆସ୍କା- ଶ୍ରିମତୀ ପ୍ରିୟଦର୍ଶିନୀ, (୯)-ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର, (୧୦)-ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ।

ବିଜେପିରେ ଯୋଗଦେଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ପ୍ରତିଦିନି କିଛି ନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ଆଉ କିଛି ବ୍ୟକ୍ତି ସକ୍ରିୟ ରାଜନୀତିରେ ଭାଗ ନେବାକୁ ଆସି ଦଳରେ ଯୋଗ ଦେଉଛନ୍ତି। ଆଜି ବିଜେଡି ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବର ଆୟୋଜନରେ ରିଷଭ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେଭି ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ।

ଅରୁଣାଚଳ- ସିକ୍କିମ୍‌ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଆଜି ଅରୁଣାଚଳପ୍ରଦେଶ ଏବଂ ସିକ୍କିମ୍‌ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସିକ୍କିମ୍‌ ପାଇଁ ୧୨ ଜଣଙ୍କ ନାମ ଓ ଅରୁଣାଚଳ ପାଇଁ ୬ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ସେଣ୍ଟ୍ରାଲ ଇଲେକ୍ସନ୍‌ କମିଟି ସିଇସି ବୈଠକରେ ଏହାର ଅନୁମୋଦନ ପରେ ଏହି ତାଲିକା ଘୋଷଣା କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ସିଇସିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

ବିଜେପିରେ ଯୋଗ ଦେଲେ ଚନ୍ଦ୍ରପ୍ରକାଶ ମିଶ୍ର

ବିଏସ୍‌ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି କେନ୍ଦ୍ରମନ୍ତ୍ରୀ ଇରାନୀ ପ୍ରକାଶ କରିଥିଲେ। ୨୦୦୪ରେ ଶ୍ରୀ ମିଶ୍ର ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରି ସମୁଦାୟ ଭୋଟର ୧୬.୮୫ ପ୍ରତିଶତ ଭୋଟ ହାସଲ କରିଥିଲେ।

ବିଜେପିରେ ମିଶିଲେ ନାରାୟଣ ରାଓ

ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି ତରଫରୁ ଶ୍ରୀମତୀ କଲ୍ୟାଣୀ ଗଜପତିଙ୍କୁ ଚୟନ କରାଯାଇଛି। ତେବେ ନୂଆକରି ଯୋଗ ଦେଉଥିବା ନେତାଙ୍କୁ ଦଳ ଟିକେଟ ଦେଇ ପୁରୁଣା ଲୋକ ତଥା ଦଳ ପାଇଁ ପରିଶ୍ରମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଛି କହି ନାରାୟଣ ଅଭିଯୋଗ ଆଣିବା ସହିତ ଇସ୍ତଫା ପ୍ରଦାନ କରିଥିଲେ।