ହୃଦ୍‌ଘାତ ପରେ ଭେଣ୍ଟିଲେଟରରେ ବିଜୟ ମହାନ୍ତି

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିନେ କଳାକାର ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଏହି ସୂଚନା ଦେଇଛନ୍ତି ।

ବିଗତ କିଛିଦିନ ହେବ ଡାଇବେଟିସ ଜନିତ‌ ରୋଗରେ ସେ ଆକ୍ରାନ୍ତ ଥିଲେ। ତାଙ୍କର ହୃଦ୍‌ଘାତ ସମସ୍ୟା ଦେଖା ଦେଇଥିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।