ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 62 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 205 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ରାଜଧାନୀ ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ 4 ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ବୋଲି ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲିର 4 ସଙ୍କ୍ରମଣ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ଏବଂ ଜଣେ କେନ୍ଦ୍ରାପଡାର ରହିଥିବା ବେଳେ ଅନ୍ୟ ଜଣଙ୍କ ଭୁବନେଶ୍ବରର ବୋଲି ଜଣାପଡିଛି । ତେବେ ଏହି 4 ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ରହିଛି କି ନାହିଁ ଏବଂ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ଅଡ୍‌-ଇଭିନ୍‌ ନିୟମ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଅଡ୍‌ ଇଭିନ୍‌ ନିୟମ । ଶନିବାର ଠାରୁ ଏହି ଅଡ୍‌ ଇଭିନ୍‌ ନିୟମ ଲାଗୁ କରାଯିବା ସହିତ କେବଳ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଯାତାୟତ କରିବ । ତେବେ ବ୍ୟକ୍ତିଗତ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି । କେବଳ ସର୍ବସାଧାରଣ ପରିବହନରେ ବ୍ୟବହୃତ ଗାଡିକୁ ଏହି ନିୟମରେ ସାମିଲ କରାଯିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସାକୁ ଏହି ଅଡ୍‌ ଇଭିନ୍‌ ନିୟମ ମଧ୍ୟରେ ସାମିଲ କରାଯାଇଛି ।

24th Eastern Zonal Council meet begins at Bhubaneswar

 The 24th Eastern Zonal Council (EZC) meeting has begun under the chairmanship of Union Home Minister Amit Shah here on Friday. Odisha Chief Minister Naveen Patnaik is the vice-chairman and host of the meeting. Chief Ministers of Bihar and West Bengal respectively, Nitish Kumar, Mamata Banerjee, are participating in the meeting while Jharkhand is represented by its Finance Minister.

24th meeting of Eastern Zonal Council in Bhubaneswar on Feb 28

The stage is all set for the 24th meeting of the Eastern Zonal Council (EZC) scheduled to be held here on Friday, said an official on Thursday. Union Home Minister Amit Shah will chair the meeting while Odisha Chief Minister Naveen Patnaik will be the vice-chairman and host of the meet.  Nitish Kumar, Mamata Banerjee and Hemant Soren will  participate in the meeting.

 

ଭୁବନେଶ୍ବର-ସୁରତ ବିମାନ ସେବା ଆରମ୍ଭ

ଆଜି ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ସକାଳ 8.40 ମିନିଟ୍‌ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ବିମାନଟି ସୁରତ ଅଭିମୁଖମେ ଯାତ୍ରା କରିଛି । ଏୟାର ଇଣ୍ଡିଆର ଏ-320 ବିମାନଟି 180 ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ବିମାନଟି 10.40ରେ ସୁରତରେ ପହଞ୍ଚିବ । ବିମାନଟି ସପ୍ତାହକୁ ଦୁଇଥର ସୋମବାର ଏବଂ ଗୁରୁବାର ଯାତ୍ରା କରିବ ବୋଲି ଜଣାପଡିଛି । ବେସାମରିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ବିଟ୍‌ କରି ବିମାନ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି ।

ଭୁବନେଶ୍ବର-ମୁମ୍ବାଇ ଏଲ୍‌ଟିଟିର 7 ବଗି ଲାଇନଚ୍ୟୁତ

ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହୋଇଛି । ବି-1 ପରଠାରୁ 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘନ କୁହୁଡି କାରଣରୁ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 6 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଏକ ମେଡିକାଲ୍‌ ଟ୍ରେନ୍‌ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି ।

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍‌ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ବିସିସିଆଇ ପକ୍ଷରୁ ମେ’ଫେୟାର ସମୁଦାୟ 85ଟି ରୁମ୍‌ ବୁକ୍‌ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।

ରାଜଧାନୀରେ ସେକ୍ସ ରାକେଟ୍‌ ଠାବ : 6 ଗିରଫ,4 ଯୁବତୀ ଉଦ୍ଧାର

ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍‌ ଚେର ଲମ୍ବିବାରେ ଲାଗିଛି । ଖଣ୍ଡଗିରିର ଏମ୍ସ ନଗରର ଏକ ହୋଟେଲ୍‌ରରେ ଚଢାଉ କରି ପୋଲିସ 2 ଦଲାଲଙ୍କ ସମେତ 6 ଜଣଙ୍କୁ ଗିରଫ କରିଛି । ଏହା ସହିତ 6 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି । ଏହି ଘଟଣା ସହ ନିଜର ସମ୍ପୃକ୍ତିକୁ ହୋଟେଲ ମାଲିକ ଅସ୍ବୀକାର କରିଛନ୍ତି ।