ବଡପାଟି କରିବାରୁ 2 ଝିଅଙ୍କୁ ହତ୍ୟା କଲା ବାପା

ଜୋରରେ ପାଟି କରିବାରୁ ଦୁଇ ଝିଅଙ୍କୁ ପିଟି ପିଟି ହତ୍ୟା କରିଛି ବାପା । ଉତ୍ତର ପ୍ରଦେଶରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ଝିଅଙ୍କ ବୟସ ଯଥାକ୍ରମେ 5 ବର୍ଷ ଏବଂ ଦୁଇ ବର୍ଷ । ଉତ୍ତରପ୍ରଦେଶର ବାନେଥୁ ଜିଲ୍ଲାର ସନ୍ତ କବୀର ନଗର ଗ୍ରାମରେ ଏହି ଘଟଣା ଘଟିଛି । ରବିବାର ରାତିରେ ଦୁଇ ଝିଅ ଖେଳୁଥିବା ସମୟରେ ଜୋର୍‌ରେ ପାଟି କରୁଥିବା କାରଣରୁ ଉତ୍‌କ୍ଷିପ୍ତ ପିତା ଦୁଇ ଝିଅଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ଉକ୍ତ ଗ୍ରାମରେ କୌଣସି ବି ପରିବାର ଇଦ୍‌ ନପାଳିବାର ନିଷ୍ପତ୍ତି ନେଇଛନ୍ତି ।