ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି : ନରାଓ୍ବଣେ

ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା କାଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ପାକିସ୍ତାନ ଆତଙ୍କବାଦକୁ ମାଧ୍ୟମ ଭାବରେ ବାଛିଥିବା ବେଳେ ଧାରା 370 ଉଚ୍ଛେଦ ଆତଙ୍କବାଦ ମୁକାବିଲାର ଏକ ସଫଳ ସଫଳ ମାଧ୍ୟମ ସାବ୍ୟସ୍ତ ହୋଇଛି ।

ଝାରଖଣ୍ଡ ପରସ୍ଥିତି ସିଏଏ ଏବଂ ଧାରା 370 ଉଚ୍ଛେଦର ପ୍ରତିଫଳନ : କଂଗ୍ରେସ

ଝାରଖଣ୍ଡରେ ବିଜେପିର ଅପ୍ରତ୍ୟାଶିତ ପରାଜୟ ପରସ୍ଥିତି ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଧାରା 370 ଉଚ୍ଛେଦ ଏବଂ ସିଏଏର ପ୍ରଣୟନ କାରଣରୁ ବିଜେପି ପରାଜୟର ଦ୍ବାରଦେଶରେ ପହଞ୍ଚିଛି ବୋଲି କଂଗ୍ରେସ ସମ୍ପାଦକ ପ୍ରଣବ ଝା ପ୍ରକାଶ କରିଛନ୍ତି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ 40 ଆସନରେ ଅଗ୍ରଣୀ ହାସଲ କରିଛି । ଧାରା 380 ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ରଘୁବର ଦାସଙ୍କ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଚିବ ପ୍ରଣବ ଝା ପ୍ରକାଶ କରିଛନ୍ତି ।