87 କୋଟିର ନକଲି ନୋଟ୍‌ ଜବତ : ଯବାନଙ୍କ ସହିତ 6 ଗିରଫ

87 କୋଟିର ନକଲି ନୋଟ୍‌ ଜବତ କରିବା ସହିତ 6 ଜଣଙ୍କୁ ଗିରଫ କରାଯାଇଛି । ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ପୁନେ ପୋଲିସ୍‌ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ କରାଯାଇଥିଲା । ଏହି ଅପରେସନ୍‌ରେ 87 କୋଟିର ନକଲି ନୋଟ୍‌ ଜବତ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ 6 ଜଣଙ୍କୁ ଗିରଫ କରାଯାଇଛି । ଲାନ୍ସ ନାୟକ ଶେଖ୍‌ ଅଲିମ୍‌ ବିଗତ 5 ବର୍ଷ ଧରି ପୁନେରେ କାର୍ଯ୍ୟରତ ଅଛନ୍ତି । ଏହା ବ୍ୟତିତ ସୁନୀଲ ସାରଦା, ରୀତେଶ ରତ୍ନାକର, ତୁହାଉଲ ଅହମଦ୍‌ ଇଶକ୍‌ ଖାନ୍‌, ଅବ୍‌ଦୁଲ ଗନୀ ଖାନ୍‌ ଏବଂ ଅବ୍‌ଦୁଲ ଖାନ୍‌ଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି ।