ଆଇଏନ୍‌ଏକ୍ସ ମିଡିଆ ମାମଲା : ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ରିହାତି ମିଳିଛି । ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ ତିନି ଜଣିଆ ଖଣ୍ଡପୀଠ ସକାଳ 10.40 ମିନିଟରେ ଚିଦାମ୍ବରମଙ୍କ ଜାମିନ ରାୟ ଶୁଣାଇଥିଲେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଅଯୋଧ୍ୟା ମାମଲା ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ମୁସଲିମ୍‌ ପକ୍ଷ

ଅଯୋଧ୍ୟା ମାମଲା ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି ମୁସଲିମ ପକ୍ଷ । ନଭେମ୍ବର 9ରେ ପ୍ରକାଶିତ ଐତିହାସିକ ରାୟରେ ତ୍ରୁଟି ରହିଥିବା ଅଭିଯୋଗ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଛି । ଏମ୍‌ ସିଦ୍ଦିକିଙ୍କ ଉତ୍ତରାଧିକାରୀ ମୌଲାନା ସୈଦ୍‌ ଅସଦ୍‌ ରସିଦିଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଛି । ସର୍ବୋଚ୍ଚ କୋର୍ଟ ଅନୈତିକ ଭାବରେ ବାବ୍ରୀ ମସ୍‌ଜିଦ୍‌ ଉପରେ ରାମ ମନ୍ଦିର ନିର୍ମାଣର ରାୟ ପ୍ରଦାନ କରିଛନ୍ତି ତେଣୁ ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରାଯାଇଛି ।

Apex court declines to stay release of Modi biopic

The Supreme Court on Monday declined to entertain a plea filed by a Congress spokesperson, Aman Panwar, to defer the release on April 11 of a biopic on Prime Minister Narendra Modi after noting that the petitioner has to bring on record why he is seeking a stay on the film’s launch. The bench was headed by Chief Justice of India Ranjan Gogoi.