Anti-CAA: Bengal CM wants every student to visit 1K households

West Bengal Chief Minister and state’s ruling Trinamool Congress supremo Mamata Banerjee on Monday asked every member of the party’s student wing to visit 1,000 houses to convince the people about the party’s stand against the Citizenship Amendment) Act. “I will urge every student to visit 1,000 houses to convince them on the party’s stand against the CAA,” Banerjee said.

ସିଏଏର ତ୍ବରିତ ଶୁଣାଣି ଯାଚିକାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଓକିଲ ବୀନିତ ଧାଣ୍ଡାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ତ୍ବରିତ ବିଚାର ପାଇଁ ମନା କରି ଦେଇଛନ୍ତି । ବୋବଡେଙ୍କ ବ୍ୟତୀତ ଜଷ୍ଟିସ୍‌ ବି ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତ ଏହି ଖଣ୍ଡପୀଠରେ ରହିଥିଲେ ।

ପାକିସ୍ତାନ ପଳେଇଯାଅ ମନ୍ତବ୍ୟକୁ ନେଇ ଅଡୁଆରେ ମିରଟ୍‌ ଏସ୍‌ପି

ଆନ୍ଦୋଳନ ରତ ଭିଡକୁ ପାକିସ୍ତାନ ପଳେଇଯାଅ ବୋଲି ସମ୍ବୋଧନ କରି ଅଡୁଆରେ ପଡିଛନ୍ତି ମିରଟ ଏସ୍‌ପି ଅଖିଳେଶ ନାରାୟଣ ସିଂ । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖା ଦେଇଥିବା ବେଳେ ମିରଟର ଏହି ଘଟଣା ସମ୍ମୁଖକୁ ଆସିଛି । ଏହି ଘଟଣାକୁ ନେଇ ଏସ୍‌ପିଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଘଟଣାକୁ ନେଇ ଏସ୍‌ପି ଶନିବାର ପ୍ରତିକ୍ରିୟା ରଖିଛନ୍ତି । କିଛି ଯୁବକ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିବାରୁ ସେ ଏପରି କହିବାକୁ ବାଧ୍ୟ ହୋଇଥିଲେ ବୋଲି ମିରଟ ଏସ୍‌ପି ପ୍ରକାଶ କରିଛନ୍ତି ।

ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି ।

ସିଏଏ ବିରୋଧୀ ଆନ୍ଦୋଳନ : ଉତ୍ତର ପ୍ରଦେଶରେ 15 ମୃତ, 879 ଗିରଫ

ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପରେ ପୋଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯାଇ ପ୍ରାୟ 5 ହଜାର ଲୋକଙ୍କୁ ଅଟକ ରଖିଥିବା ବେଳେ 879 ଜଣଙ୍କୁ ଗିରଫ କରିଛି । ଏହା ସହିତ ସମୁଦାୟ 15 ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ 288 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଡିଜିପି ଓ ପି ସିଂ ପ୍ରକାଶ କରିଛନ୍ତି ।

Court directs Daryaganj SHO to allow detainees meet lawyers

Central Delhi Chief Metropolitan Magistrate Arul Varma on late Friday directed the Daryaganj Police Station SHO to allow the detained persons meet their advocates. Varma passed the order while hearing an application filed by Kirti Awasthi seeking the court’s direction to police to let advocates meet the detained individuals.

2003ରେ ନାଗରିକତ୍ବ ସଂଶୋଧନ ବିଲ୍‌ ଦାବି କରିଥିଲେ ମନମୋହନ ସିଂ

ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି ।

ସିଏଏ ପ୍ରତିବାଦ : ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ବିକ୍ଷୋଭକାରୀ

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ସମୟରେ ପ୍ରତିବାଦକାରୀ ମାନେ ଏକ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ବିଭିନ୍ନ ସହରକୁ ଏହି ହିଂସା ବ୍ୟାପିଥିଲା । ସମ୍ଭଲରେ ଏକ ବସ୍‌କୁ ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ୍‌ 17 ଜଣଙ୍କୁ ଅଟକ ରଖିବା ସହିତ ପଶ୍ଚିମ ଉତ୍ତର ପ୍ରଦେଶରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିଲା ।

‘Anti-CAA protest misguided, Rahul supports infiltrators’

The Vishwa Hindu Parishad (VHP) on Sunday lashed out at opponents of the Citizenship Amendment Act 2019, terming those indulging in violent protests as “anti-national”. But more interestingly, it trained it’s guns against Congress leader Rahul Gandhi for his “empathy for Pak-Bangladeshi infiltrators.”