ଆଫଗାନିସ୍ତାନରେ ବିମାନ ଆକ୍ରମଣ : ଶିଶୁ ସମେତ 8 ମୃତ

କାବୁଲ :1/12 : ଆଫଗାନିସ୍ତିାନରେ ଏକ ବିମାନ ଆକ୍ରମଣରେ ଜଣେ ନବଜାତ ଶିଶୁ ସମେତ 8 ଜଣଙ୍କ ପ୍ରାଣହାନି ଘଟିଛି । ଆଫଗାନିସ୍ତାନର ଖୋସ୍ତ ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଆମେରିକୀୟ ସେନା ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ଶୁକ୍ରବାର ଜନ୍ମ ନେଇଥିବା ଜଣେ ନବଜାତ ଶିଶୁ ପ୍ରାଣ ହରାଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ମହିଳା, ଦୁଇ ଜଣ ଶିଶୁ ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିଲେ । ପରିବାରର ପାଞ୍ଚ ଜଣଙ୍କ ବ୍ୟତିତ ଅନ୍ୟ ତିନି ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । (ଏଜେନ୍ସୀ)

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ସହ ନିର୍ବାଚନର କୌଣସି ପ୍ରକାର ସଂପର୍କ ନାହିଁ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ପାକିସ୍ତାନର ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ୍‌ କଲା, ତାହାର ନିର୍ବାଚନ ସହ କୌଣସି ପ୍ରକାରର ସଂପର୍କ ନାହିଁ। ପାକିସ୍ତାନ ମାଟିରେ ଯେଉଁ ଏୟାର ଷ୍ଟ୍ରାଇକ୍‌ କରାଗଲା, ତାହା ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା। ପାକିସ୍ତାନ ମାଟିରେ ଭାରତ ବିରୋଧରେ ଆତଙ୍କବାଦୀ ହାମ୍‌ଲା ପାଇଁ ଯେଉଁ ଷଡ୍‌ଯନ୍ତ୍ର ଚାଲିଥିଲା ସେ ସଂପର୍କରେ ଗୁଇନ୍ଦା ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

No politics should be done on air strikes : Salman Khurshid

Senior Congress leader and former Union minister Salman Khurshid has suggested that no politics should be done over the air strikes by IAF in Pakistan.”Politics over air strikes will send a wrong message in the world and even our enemy would think we are not united,” he said. Congress leader said the government should also clarify and answer any queries of the people.

ମୃତ୍ୟୁ ସଂଖ୍ୟା ଗଣିବା ଆମ କାମ ନୁହେଁ, ଆକ୍ରମଣ କରିବା ଆମ କାମ: ବିଏସ୍‌ ଧାନୋଆ

ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ବିରୋଧୀ ପ୍ରମାଣ ସ୍ୱରୂପ ବିସ୍ତୃତ ବିବରଣୀ ଚାହୁଁଛନ୍ତି। ତେବେ ଏହି ସମୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍‌ ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧନୋଆ। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଭାରତୀୟ ସେନା ସବୁ ପ୍ରତିକୂଳ ପରିସ୍ଥିତିର ଯବାବ ଦେବାକୁ ଶକ୍ତି ରଖିଛି। ହେଲେ ପାକିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ କେତେଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଆମର କାମ ହେଲା ଲକ୍ଷ୍ୟ ଭେଦ କରିବା ମୃତଦେହ ଗଣିବା ନୁହେଁ। ଏହାର ସଠିକ ବିବରଣୀ ସରକାରଙ୍କ ପାଖରେ ଅଛି। ଯଦି ଆକ୍ରମଣ ହୋଇନାହିଁ, ତେବେ ପାକିସ୍ତାନ ପ୍ରତିଆକ୍ରମଣ କ’ଣ ପାଇଁ କଲା ବୋଲି ଧନୋଆ କହିଛନ୍ତି ।

Odisha CM lauds IAF air strike on JeM terrorist camps

Odisha Chief Minister Naveen Patnaik today lauded the Indian Air Force (IAF) for the pre-dawn air strike on the training camp of the Jaish-e-Mohammed (JeM) terrorist group in Pakistan. In a tweet , Patnaik said ‘’Salute the #IndianAirForce for pre-dawn air strikes on terror camps in defence of our Nation. #JaiHind.

ସମଗ୍ର ଦେଶ ଏବେ ସରକାର ଓ ପିଏମ୍‌ଙ୍କ ସହ ଅଛନ୍ତି : ଅରବିନ୍ଦ କେଜ୍‌ରୀଓ୍ବାଲ

ଫୁଲ୍ଓ୍ବାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ସ୍ବରୂପ ଭାରତ ପକ୍ଷରୁ କରାଯାଇଥିବା ବାୟୁସେନାର ପିଓକେ ଉପରେ ଆକ୍ରମଣକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ । ସେ ସେନାରକୁ ପ୍ରଶଂସା କରିବା ସହିତ ଏହି ସମୟରେ ସମଗ୍ର ଦେଶ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ସମଗ୍ର ଦେଶ ଏବେ ଗର୍ବିତ ଅନୁଭବ କରୁଛି କହିବା ସହିତ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

 

Naveen inaugurates Five high performance sports centres in Kalinga stadium

Odisha government has launched five High -Performance centers in a continuous bid to promote sports and sports culture in the state. Chief Minister Naveen Patnaik launched the high-quality, international level high-performing centers at the Kalinga Stadium here last night in presence of several high-level dignitaries, sporting professionals, and government officials. “Its a historic day for sports in Odisha” Patnaik said.

 

ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସାରା ଦେଶ ପ୍ରଶଂସା କରୁଛି। ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ବାୟୁସନୋକୁ ସାଲ୍ୟୁଟ୍‌ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ  ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌।’

ଭାରତର ଆକ୍ରମଣକୁ ବଲିଉଡ୍‌ର ପ୍ରଶଂସା

ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି । ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ବଲିଉଡ କମେଡିଆନ୍‌ ତଥା ବିଜେପି ସାଂସଦ ପରେଶ୍‌ ରାୱଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍‌ଙ୍କୁ ଧନ୍ୟବାଦ୍‌, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍‌’ ବୋଲି ଟ୍ୱିଟ୍‌ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି । ସେହିପରି ଅଭିନେତା ଅଭିଷେକ ବଚ୍ଚନ, ତୁଷାର କପୁର, ଅଶୋକ ପଣ୍ଡିତ ପ୍ରମୁଖ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି ।

India confirms airstrike in Balakot

The government on Tuesday confirmed carrying out a finely executed operation against terror forces and claimed to have destroyed key hubs of terror outfit JeM.
” In an intelligence lead operation in the early hours, India struck the biggest training camp of Jaish-e-Mohammed in Balakot. In this operation, a very large number of JeM terrorists, trainers, senior commander and Jihadis were eliminated”, Union Foreign Secretary Vijay Gokhale said.