ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ନୂତନ ବାୟୁସେନା ୟୁନିଟ୍ କାର୍ଯ୍ୟକ୍ଷମ କରାଯାଇଛି । ସୁଲୁର ସ୍ଥିତ ଏୟାରବେସ୍ରେ ଭାରତୀୟ ବାୟୁସେନାର ନୂତନ ୟୁନିଟ୍ ଫ୍ଲାଇଙ୍ଗ ବୁଲେଟ୍କୁ କାର୍ଯ୍ୟକ୍ଷମ କରାଯାଇଛି । ଏହା ସହିତ ବୁଧବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ ଏକ ତେଜସ୍ ବିମାନ ଉଡାଇଛନ୍ତି । ସୁଲୁର ସ୍ଥିତ ଏୟାର ବେସ୍ରେ ବାୟୁସେନା ମୁଖ୍ୟ ଏହି ଲାଇଟ୍ଓ୍ବେଟ୍ ବିମାନଟିକୁ ଉଡାଇଥିଲେ ।
Tag: airforce
38 ଜଣଙ୍କୁ ନେଇ ଯାଉଥିବା ଚିଲିର ମିଲିଟାରୀ ବିମାନ ନିଖୋଜ
38 ଜଣ ପ୍ରତିରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଚିଲିର ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି । ଚିଲିର ଦକ୍ଷିଣ ଭାଗରେ ରହିଥିବା ଆର୍ଣ୍ଟାକ୍ଟିକା ବେସ୍ରୁ ଛାଡିଥିବା ଏହି ବିମାନଟି ସୋମବାର ଦିନ ନିଖୋଜ ହୋଇଯାଇଛି । ଏ ସି 130 ହରକ୍ୟୁଲେସ୍ ବିମାନଟି ସୋମବାର ଅପରାହ୍ନ 4ଟାରେ ଆର୍ଣ୍ଟାକ୍ଟିକା ବେସ୍ରୁ ଛାଡିଥିଲା । ବିମାନଟି ପୁଣ୍ଟା ଆରେନାସ୍ରେ ପହଞ୍ଚିବାର ଥିବା ବେଳେ ପହଞ୍ଚିବା ପୂର୍ବରୁ ଅଧାରାସ୍ତାରେ ନିଖୋଜ ହୋଇଯାଇଥିଲା । ବିମାନଟିର ବ୍ଲାକ୍ବକ୍ସ ସହିତ ସମ୍ପର୍କ ସ୍ଥାପନ ହୋଇପାରୁନଥିବା ନେଇ ଚିଲି ବିମାନ ବାହିନୀ ପକ୍ଷରୁ କୁହାଯାଇଛି ।