ଦୁଇଟି ପୃଥକ ଦୁର୍ଘଟଣାରେ 5 ପ୍ରବାସୀ ଶ୍ରମିକ ମୃତ

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଦୁଇଟି ପୃଥକ ଦୁର୍ଘଟଣାରେ 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକ୍‌ଡାଉନ୍‌କୁ ଦୁଇ ମାସ ପୁରିବାକୁ ବସିଥିବା ବେଳେ ପ୍ରବାସୀଙ୍କ ଦୁଃଖ ସରୁନାହିଁ । ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଭ୍ୟାନ୍‌ଟି ଓଲଟି ପଡିବାରୁ ଦୁଇ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଭ୍ୟାନ୍‌ଟି ଏକ ଇଲେକ୍ଟ୍ରିକ୍‌ ପୋଲ୍‌ରେ ଧକ୍କା ହେବା ସହିତ ଓଲଟି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଶ୍ରମିକ ମାନେ ସୁରଟରୁ ବିଜ୍‌ନୋର ପର୍ଯ୍ୟନ୍ତ ଫେରୁଥିଲେ ।

ଦାର୍ଜିଲିଂରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର 5 ଓଡିଆ ମୃତ

ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 5 ଜଣ ଓଡିଆଙ୍କ ମୃତ୍ୟୁ ଘଟିଛି । ଗାଙ୍ଗଟକରୁ ସିଲିଗୁଡି ଯାଉଥିବା ବେଳେ ଘାଟିରୁ ଗାଡିଟି ଖସିଯିବାରୁ 5 ଜଣ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ପରିବାରର ସ୍ବାମୀ, ସ୍ତ୍ରୀ, ଜ୍ବାଇଁ ଏବଂ ଦୁଇ ସମ୍ପର୍କୀୟ ମଉସା ମାଉସୀ ପ୍ରାଣ ହରାଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ 3 ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ଟ୍ରକ୍‌କୁ ଧକ୍କା ଦେଲା କାର୍‌ : ନବଦମ୍ପତିଙ୍କ ସମେତ 11 ମୃତ

ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜନୈକ ନବଦମ୍ପତ୍ତିଙ୍କ ସମେତ 11 ଜଣ ପ୍ରାଣ ହରାଇଛନ୍ତି । ଯୋଧପୁରର ଶେଗଡ ନିକଟସ୍ଥ ସୋଇଁତାରା ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା । ନବଦମ୍ପତିଙ୍କ ସହିତ ଏକାଧିକ ମହିଳା ଏବଂ ଶିଶୁ ରହିଥିବା ବେଳେ ସମସ୍ତେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ବାଲୋତ୍ରା-ଫାଲୋଡି ରାଜପଥରେ ଘଟିଥିବା ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲା କି ଟ୍ରକ୍‌ଟି କାର୍‌ ଉପରକୁ ମାଡି ଯାଇଥିଲା ।

କର୍ଣ୍ଣାଟକରେ ଭୟଙ୍କର ଦୁର୍ଘଟଣା : 13 ମୃତ, 2 ଆହତ

କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟି 13 ଜଣଙ୍କର ମୃତ୍ୟୁ ଘଟିଛି । ମାଙ୍ଗାଲୁରୁ-ବେଙ୍ଗାଲୁରୁର 75 ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଏସ୍‌ୟୁଭି ମଧ୍ୟରେ ଦୁର୍ଘଟଣା ଘଟିବାରୁ 13 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 4 ଜଣ ମହିଳା ଏବଂ 2 ଜଣ ଶିଶୁ ରହିଥିବା ଜଣାପଡିଛି । ମୃତ 13 ଜଣଙ୍କ ମଧ୍ୟରୁ 10 ଜଣ ଲୋକ ତାମିଲନାଡୁର କ୍ରିଷ୍ଣାଗିରି ଅଞ୍ଚଳର ବୋଲି ଜଣାପଡିଛି । ଦକ୍ଷିଣ କନ୍ନଡ ଜିଲ୍ଲାର ଧର୍ମସ୍ଥଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା

ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଛି । ଏନ୍‌ଟିପିସିର ଦୁଇ ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହିତ ଶତାଧିକ ରେଳବାଇ କର୍ମଚାରୀ ଫସି ରହିଛନ୍ତି ।ଏନ୍‌ଟିପିସି ପ୍ଲାଣ୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ସହିତ ଏକ ଖାଲି ଟ୍ରେନ୍‌ ଧକ୍କା ହେବା ଫଳରେ ଦୁଇଟି ଯାକ ଟ୍ରାକ୍‌ ବନ୍ଦ ପଡିଛି । ଏହି ରାସ୍ତା ଦେଇ ଅନ୍ୟାନ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ : 4 ଆହତ

ଭଦ୍ରକରେ ଦୁଇ ଆମ୍ବୁଲାନ୍ସ ମଧ୍ୟରେ ଦୁର୍ଘଟଣା ଘଟି 4 ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ଥାନା ଡାହାଣିଗଡ଼ିଆ ନିକଟରେ ଏକ ଆମ୍ବୁଲାନ୍ସ ଅନ୍ୟ ଏକ ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା 4 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

ଗଞ୍ଜାମ ବସ୍‌ ଦୁର୍ଘଟଣା : ମିଳିଲା ମୃତକଙ୍କ ପରିଚୟ

ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ 9 ଜଣ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ହେଉଛନ୍ତି ବି ଏରେମା ରେଡ୍ଡୀ, ବି ଆଚିଆମ୍ମା ରେଡ୍ଡୀ, କେ ସଂଧ୍ୟା, କାମରାଜୁ ରେଡ୍ଡୀ, ବି ମୋହିନି, ବି ରାମେୟା, ସି,ଏଚ ତୁଳସୀ ଆମ୍ମା, ସନ୍ତୋଷୀନି ସାହୁ ଏବଂ ତନୟା ରେଡ୍ଡୀ । ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ଗଞ୍ଜାମ ବସ୍‌ ଦୁର୍ଘଟଣା : ମୃତକଙ୍କୁ 2 ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୁଜଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯୁବକ ମୃତ

କଟକ-ପାରାଦୀପ ରାଜ୍ୟ ରାଜପଥ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାଜପଥର ଲୋକନାଥ ଗଡରେ ଘଟିଥିବା ଏହି ଦୁର୍ଘଟଣାରେ ଏକ ଟ୍ରକ୍‌ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କର ପ୍ରାଣହାନି ଘଟିବା ସହିତ ତିନି ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ନୂଆ ବଜାର କଟକର ସାରଦା ପ୍ରସାଦ ସ୍ବାଇଁ । ମୃତକ ଜଣକ ମଙ୍ଗଳବାର ରାତିରେ କଟକକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ କାର୍‌କୁ ଧକ୍କା ଦେଇଥିଲା । ଆହତ ମାନଙ୍କୁ କଟକର ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

ତପ୍ତପାଣିରେ ଓଲଟିଲା ବସ୍‌ : 7 ମୃତ,30 ଆହତ

ତପ୍ତପାଣି ଘାଟିରେ ଏକ ବସ୍‌ ଓଲଟି 7 ଜଣଙ୍କର ପ୍ରାଣହାନି ଘଟିଛି । ତପ୍ତପାଣିର ପାଳୁଖୋଲାରେ ବସ୍‌ଟି ଓଲଟଇ ପଡିବାରୁ 7ଜଣଙ୍କ ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଛନ୍ତି । ପାଟପୁର ପୋଲିସ୍‌ ଏବଂ ଚାରିଟି ଅଗ୍ନିଶମ ବିଭାଗ ଗାଡି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଡାକ୍ତରଖାନାରେ 2 ଜଣ ମହିଳାଙ୍କ ପ୍ରାଣହାନି ଘଟିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପରିତ୍ୟକ୍ତ କୂଅକୁ ଖସିଲା ବସ୍‌ : 7 ମୃତ

ମହାରାଷ୍ଟ୍ରରେ ଏକ ପରିତ୍ୟକ୍ତ କୂଅ ମଧ୍ୟକୁ ବସ୍‌ ଖସି ପଡିବାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ନାସିକ ସ୍ଥିତ ମାଲେଗାଓଁରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ଅଟୋ ସହିତ ଧକ୍କା ଫଳରେ ଭାରସାମ୍ୟ ହରାଇ ବସ୍‌ଟି କୂଅ ମଧ୍ୟକୁ ଖସି ପଡିଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି । ବସ୍‌ଟିକୁ କ୍ରେନ୍‌ ଯୋଗେ ବାହାର କରାଯାଇଛି ।

16 ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ

ସମୁଦାୟ 24 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟକ ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ 16 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡିଛି । ଇଜିପ୍ଟରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୁର୍ଘଟଣାକୁ ସ୍ବୀକାର କରାଯିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଇଜିପ୍ଟର ଏନ୍‌ ସୋଖ୍‌ନାରେ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ମିନିବସ୍‌ଟି ଓଲଟି ପଡିଥିଲା । ଆହତ ମାନଙ୍କୁ ସୁଏଜ୍‌ ଏବଂ କାଇରୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବସ୍‌ ବୋଲେରୋ ଧକ୍କା : 4 ମୃତ ,6 ଗୁରୁତର

ଏକ ବସ୍‌ ଓ ବୋଲୋରୋ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଜରପଡାର 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଛତିଶଗଙଡରୁ ପୁରୀ ଅଭିମୁଖେ ଆସୁଥିବା ଏକ ବୋଲେରୋ ଏବଂ ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିବା ଏକ ବସ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ବୋଲେରୋରେ ଦୁଇ ପରିବାରର 10 ଜଣ ସଦସ୍ୟ ରହିଥିବା ବେଳେ ବୋଲେରୋ ଡ୍ରାଇଭର ଏବଂ 3 ଜଣ ମହିଳା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା : 2 ମୃତ, 2 ଗୁରୁତର

ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ 2 ଜଣକର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ 215 ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସରେ ଥିବା ଅନ୍ୟ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି ।

ଆଗ୍ରାରେ ଟ୍ରେନ୍‌ ଚଢି 15 ଗାଇ ମୃତ

ଆଗ୍ରାରେ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟି 15ଟି ଗାଇ ପ୍ରାଣ ହରାଇଛନ୍ତି । ସିଆଲଦାହରୁ ନୂଆଦିଲ୍ଲୀ ଯାଉଥିବା ଏହି ଟ୍ରେନ୍‌ଟି ବର୍‌ହାନ୍‌ ଷ୍ଟେସନ୍‌ ନିକଟରେ 15ଟି ଗାଇଙ୍କ ଉପରେ ଚଢି ଯାଇଥିଲା । ରାଜଧାନୀ ଏକ୍ସପ୍ରେସ୍‌ର ଏହି ଦୁର୍ଘଟଣା ଫଳରେ ଉକ୍ତ ରୁଟ୍‌ ଦେଇ ଅନେକ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । 13ଟି ଯାତ୍ରିବାହୀ ଟ୍ରେନ୍‌ ସହିତ 2ଟି ମାଲବାହୀ ଟ୍ରେନ୍‌ର ଚଳାଚଳ କିଛି ସମୟ ବନ୍ଦ ରହିଥିଲା । ଏହା ସହିତ ବିଗତ 2 ମାସ ମଧ୍ୟରେ ଆଗ୍ରାରେ ଗାଇଙ୍କ ମୃତ୍ୟୁ ସଂଖ୍ୟା 72 ଛୁଇଁଛି ।

ଟ୍ରକ୍‌-ଟ୍ୟାଙ୍କର ଦୁର୍ଘଟଣା : ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 55 ନମ୍ବର ଜାତୀୟ ରାଜପଥର ଯୁଯୁମୁରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏକ ଲୁହାପଥର ବୋଝେଇ ଟ୍ରକ୍‌ ଏବଂ ଗ୍ୟାସ୍‌ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ : 15 ମୃତ, 20ରୁ ଅଧିକ ଆହତ

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୁନ୍ଦରଗଡରେ ଟ୍ରକ୍‌-ବାଇକ୍ ଦୁର୍ଘଟଣା : 3 ମୃତ

ସୁନ୍ଦରଗଡରେ ଏକ ଟ୍ରକ୍‌ ଏବଂ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣଙ୍କର ପ୍ରାଣହାନି ଘଟିଛି । ଏକ ଟ୍ରକ୍‌କୁ ପଛପଟୁ ପିଟିବାରୁ ତିନି ବାଇକ୍‌ ଆରୋହୀଙ୍କ ପ୍ରାଣହାନି ଘଟିଛି । ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜ ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଥିଲା । ନିକଟସ୍ଥ ଗାଁରୁ ଭୋଜି ଖାଇ ଫେରୁଥିବା 3 ଜଣ ବ୍ୟକ୍ତିଙ୍କ ବାଇକ୍‌ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା ।

ମଧ୍ୟପ୍ରଦେଶରେ ସଡକ ଦୁର୍ଘଟଣା : 12 ମୃତ, 30 ଆହତ

ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣାଟି ସୁପୋରା ବାଇପାସ୍‌ରେ ସକାଳ 7ଟାରେ ଘଟିଥିଲା ।

ମର୍ଣ୍ଣଂଓ୍ବାକ୍‌ ବେଳେ ପିଟିଲା ଅଜଣା ଗାଡି : ସ୍ବାମୀ,ସ୍ତ୍ରୀ ମୃତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକଦ୍ୱୟ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ । ସବୁଦିନ ଭଳି ଆଜି ସକାଳୁ ମର୍ଣ୍ଣିଂ ଓ୍ୱାକ୍ କରିବାକୁ ଚନ୍ଦ୍ରଧ୍ୱଜ ଓ କଳାବତୀ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ୍‌ ଆରୋହୀ

ଭଦ୍ରକର ଚାନ୍ଦବାଲିରେ ଏକ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ବୟ ହେଉଛନ୍ତି ନଳଗୋହିରା ଗ୍ରାମର ଅଶୋକ ଦାସ ଓ ବଳରାମ ନାୟକ । ଦୁଇ ଜଣଙ୍କ ବ୍ୟତିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତିନିଜଣ ଏକ ବାଇକ୍‌ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଅଟୋ କାର ଦୁର୍ଘଟଣା : 7 ଗୁରୁତର

କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି 7 ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ଅଟୋରେ ଡ୍ରାଇଭର ସମେତ 5 ଜଣ ଯାଉଥିଲେ ।ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେବା ଫଳରେ । କାର୍‌ରେ ଡ୍ରାଇଭରଙ୍କ ସମେତ 2 ଜଣ ବ୍ୟକ୍ତି ରହିଥିଲେ । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବସ୍‌-ଟ୍ରକ୍‌ ଧକ୍କାରେ 14 ଆହତ

ବାଲେଶ୍ୱର ଜିଲ୍ଲା ନୀଳଗିରିରର ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଆଜି ସକାଳେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାପରେ ବସ୍‌ଟି ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ 14ରୁ ଅଧିକ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବାଲେଶ୍ୱରରୁ ଉଦଳା ଯାଉଥିବା ବସ୍‌ ଏବଂ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଧକ୍କା ହୋଇଥିଲା ।

Coal mine accident traps 11 in east China

At least 11 people were trapped underground after a coal mine accident in the city of Jining, east China’s Shandong Province, local authorities said on Wednesday. The accident occurred at around 5:50 a.m. Wednesday at Liangbaosi coal mine in Jiaxiang County. The coal mine has an annual production capacity of 3 million tonnes. Rescue work is under way.

ତାପ୍ତି ଗଙ୍ଗା ଏକ୍ସପ୍ରେସର ୧୦ ବଗି ଲାଇନଚ୍ୟୁତ, ୪ ଗୁରୁତର

ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ରେଳ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

ଗୁଆଟେମାଲା ସଡକ ଦୁର୍ଘଟଣାରେ ୩୨ ମୃତ

ଗୁଆଟେମାଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟୁନ ୩୨ଜଣ ଲୋକଙ୍କ ପ୍ରାଣହାନି ଘଟିଛି। ପଶ୍ଚିମ ଗୁଆଟେମାଲାରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଲୋକଙ୍କ ଉପରେ ଚଢିଯିବାରୁ ଏହି ଘଟଣା ଘଟିଛି।  ଏହି ଘଟଣାରେ ୯ ଜଣ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ଗୁଆଟେମାଲା ସ୍ବାସ୍ଥ୍ୟ ମନ୍ତ୍ରୀ କାର୍ଲାେସ ସୋଟୋ ସୂଚନା ଦେଇଛନ୍ତି। ଗୁଆଟେମାଲା ରାଷ୍ଟ୍ରପତି ଜିମି ମୋରାଲେସ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମ୍ପୁର୍ଣ୍ଣ ସହାୟତା କରାଯିବ ବୋଲି ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି।

ହଁ, ପୁଲୱାମା ଆକ୍ରମଣକୁ ମୁଁ ଦୁର୍ଘଟଣା କହୁଛି, ସାହସ ଯଦି ଅଛି ତେବେ ଦେଶଦ୍ରୋହର ମାମଲା କର: ଦିବବିଜୟ ସିଂହ

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଆଜି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ତାଙ୍କର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ସେ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ ବା ଆଇନ୍‌ ବ୍ୟବସ୍ଥା କେନ୍ଦ୍ର ସରକାର ଅଧିନରେ ରହିଛି । ଯଦି ସରକାରଙ୍କର ସାହସ ଅଛି ତେବେ ତାଙ୍କ ଉପରେ ମାମଲା ରୁଜୁ କରନ୍ତୁ ।