ରାଜନୀତିରେ ସାମିଲ ହେଲେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିରେ ଧୁରୀଣ ପ୍ରଶାନ୍ତ କିଶୋର ରାଜନୀତିରେ ଯୋଗ ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଶାନ୍ତ କିଶୋର ଦଳରେ ଯୋଗ ଦେଇଛନ୍ତି। ୨୦୧୪ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ଏହି ବ୍ୟକ୍ତି ୨୦୧୯ରେ କେଉଁ ଦଳ ପାଇଁ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର କିଛି ଦିନ ପୂର୍ବେ ପ୍ରଶାନ୍ତ କିଶୋର ଆଗାମୀ ନିର୍ବାଚନରେ କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର ଦାୟିତ୍ୱ ନେବେ ନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେବା ସହ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ।

8 Online Services For University, BSE Students Launched

Henceforth, six public services of School and Mass Education Department and two public services of Higher Education Department would be available online through common application portal.The eight public services pertaining to University and Board of Secondary Education (BSE) were launched through online public service portal ‘lokseba.odisha.in’ by Chief Secretary Aditya Prasad Padhi in the State Secretariat today. In that service included duplicate copy of the HS mark sheet,  board certificate, issue of verification of certificates, mark sheet, migration certificate etc.

ଦାମ ରାଉତଙ୍କ ସଭାକୁ ବିଜେଡି ନେତାଙ୍କୁ ବାରଣ, ଯୋଗଦେଲେ ହେବ କାର୍ଯ୍ୟାନୁଷ୍ଠାନ

ବିଜେଡିରୁ ବହିସ୍କୃତ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଆଉ ଏକ ଝଟକା। ବର୍ତ୍ତମାନ ବିଜେଡିର ନେତା ଓ କର୍ମିଙ୍କୁ ଦାମଙ୍କ ସଭାସମିତିକୁ ବାରଣ କରାଗଲା। ଯଦି କୌଣସି ନେତା ବା କର୍ମି ତାଙ୍କ ସଭାରେ ଯୋଗଦେବେ ତେବେ ତାଙ୍କୁ ମଧ୍ୟ ଦାମଙ୍କ ପରି ଦଶା ଭୋଗୀବାକୁ ପଡିବ ବୋଲି ଆଜି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ରୋକଠକ୍ କହିଛନ୍ତି। ଦଳରୁ ବହିସ୍କୃତ ହେବା ପରେ ଦାମ ତାଙ୍କ ନିର୍ବାଚନ ମଣ୍ଡଳି ପାରାଦ୍ବୀପରେ ଏକ ବୈଠକ କରିଥିଲେ। ସେହି ବୈଠକରେ କେତେକ ବିଜେଡି କର୍ମି ଯୋଗଦେଇଥିଲେ ବୋଲି ଜଣାପଡିଛି। ଫଳରେ ଦଳ ତରଫରୁ ଏହି ତାଗିଦ କରାଯାଇଛି।

Odisha Celebrates New Harvest Festival Nuakhai

The day of homecoming, family reunions and new harvest is here, and people of Odisha have embraced the occasion with much fervor and gaiety. Western Odisha’s major festival Nuakhai, an equivalent Pongal, Onam and Baisakhi, is being celebrated today amidst feeling of brotherhood and family rejoice. While youths who have migrated to different places to eke out a living, are arriving at their native place to meet their families after a long wait, the new harvest .

BMC Constructs 3 Immersion Ponds For Zero Pollution Of Water Bodies

Starting from this Ganesh Chaturthi, the Bhubaneswar Municipal Corporation (BMC) has constructed three separate ponds for immersion of the idols of gods and goddesses this Puja season so that people would use them to ensure minimal pollution to the water bodies and rivers in and around the Capital City.The scientific immersion ponds have been constructed at Kuakhai Bridge near Pandra, near Tankapani Road and near Lingipur adjacent to Daya Bridge.

No Decision Taken To Relocate Satkosia Tigress ‘Sundari

Odisha Forest and Environment Minister Bijayshree Routray made it clear that no official decision has been taken to relocate tigress ‘Sundari’ from Satkosia to Bandhavgarh Tiger Reserve in Madhya Pradesh from where she was brought.In his media reactions, Odisha Forest and Environment Minister Bijayshree Routray said, “While the villagers claim that the local woman has been killed by the tigress, Forest officials there claim that had it been a fact, the prey would have been taken away by the predator.

ସାତାକୋଶିଆକୁ ପୁଣି ଚାରୋଟି ବାଘ ଆସିବା ପାଇଁ ନିଷ୍ପତି କରାଯାଇଛି

ବର୍ତ୍ତମାନ ମଧ୍ୟ ପ୍ରଦେଶରୁ ଆସିଥିବା ସୁନ୍ଦରୀ ବାଘୁଣୀକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଥିବା ବେଳେ ସେଠାକୁ ପୁଣି ଚାରୋଟି ବାଘ ଆସିବ ବୋଲି ଜଙ୍ଗଲ ବିଭାଗ ନିଷ୍ପତି କରିଛି। ନିକଟରେ ସୁନ୍ଦରୀ ବାଘ ଜଣେ ବୃଦ୍ଧାଙ୍କୁ ମାରିଦେଇଛି ବୋଲି ଅଭିଯୋଗ ହୋଇଛି। ତାହାକୁ ନେଇ ସ୍ଥାନୀୟ ଲୋକେ ଜଙ୍ଗଲ ବିଭାଗ ଅଫିସରେ ପଶି ଭଙ୍ଗାଋଜା ମଧ୍ୟ କରିଛନ୍ତି। ସୁନ୍ଦରୀକୁ ତୁରନ୍ତ ସାତକୋଶିଆ ଜଙ୍ଗଲରୁ ସ୍ଥାନାନ୍ତରିତ କରାଯାଉ ବୋଲି ଦାବୀ କରାଯାଉଛି। ହେଲେ ଜଙ୍ଗଲ ବିଭାଗ ପୁଣି ଚାରୋଟି ବାଘ ଆଣିବାକୁ ନେଇ ସେଠାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି।

ଗୁରୁପ୍ରିୟା ସେତୁର ସୁରକ୍ଷା ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ନିଷ୍ପତି କରାଯାଇଛି।

ମାଲକାନାଗିରିର ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ବର୍ତ୍ତମାନ ପୋଲିସ ପ୍ରଶାସନ ଚିନ୍ତାରେ ଅଛି। କାରଣ ଗୁରୁପ୍ରିୟା ସେତୁ ଅଞ୍ଚଳଟି ପୁରା ମାଓ ପ୍ରଭାବିତ । କେତେବେଳେ ମାଓବାଦୀମାନେ ଏହି ସେତୁକୁ ଉଡାଇ ଦେବେ ତାହା କହିବା ମୁସ୍କିଲ। ବର୍ତ୍ତମାନ ବିଏସଏଫ ଜବାନମାନେ ଏହି ସେତୁକୁ ଜଗି ରହିଥିଲେ ମଧ୍ୟ ବିପଦ ସଂପୂର୍ଣ୍ଣ ଟଳିପାରୁ ନାହିଁ। ସେଥିପାଇଁ ସେତୁର ସୁରକ୍ଷା ଯାଞ୍ଚ ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି ଡିଜି କହିଛନ୍ତି। ଗତମାସରେ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ବଳୟମଧ୍ୟରେ ଉଦଘାଟନ କରିଛନ୍ତି।

କଂଗ୍ରେସର ଶାନ୍ତି ପୂର୍ଣ୍ଣ ବନ୍ଦ ଶେଷ, ରାଜ୍ୟରେ ପଡିଲା ପ୍ରଭାବ

ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସର ବନ୍ଦ ଡାକରା ସଫଳ ହୋଇଛି। ସକାଳୁ ସକାଳୁ କର୍ମିମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ଏପରିକି ଭୁବନେଶ୍ବର ରେଳ ଷ୍ଟେସନରେ କର୍ମିମାନେ ଟ୍ରେନ ଅଟକାଇଥିଲେ। ସେହିପରି ବିଧାନସଭାକୁ ଯିବା ପାଇଁ ବିଧାୟକମାନେ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗ କରିଥିଲେ। କେତେକ ବିଧାୟକ ମଟର ସାଇକେଲ ଯିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ମଧ୍ୟରେ ବିଧାନସଭାକୁ ଯାଇଥିଲେ। ପୁରୀରେ କର୍ମିମାନେ ଏକ ପେଟ୍ରୋଲ ଟାଙ୍କିରେ ଭଙ୍ଗାଋଜା କରିବା ସହିତ ମୋଦିଙ୍କ ଫଟୋକୁ ଚିରି ଦେଇଥିଲେ। କାଁ ଭାଁ ଗଣ୍ଡଗୋଳ ଛାଡିଦେଲେ ସାରା ରାଜ୍ୟରେ ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ସଫଳ ହୋଇପାରିଛି।

ପୁଣିଥରେ ଅଡୁଆରେ ଅଭିନେତ୍ରୀ କଙ୍ଗୱୃନା ରାଣାୱାତ

ହ୍ରିତିକଙ୍କ ସହ ତୁ ତୁ ମେଁ ମେଁ ଶେଷ ନ ହେଉଣୁ ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ନାୟିକା,କଙ୍ଗନା ରାଣାୱାତ।ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈଙ୍କ ଜୀବନକୁ ନେଇ ନିର୍ମିତ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ମଣିକର୍ନିକା : ଦ କୁଇନ୍‌ ଅଫ ଝାନ୍‌ସୀ’।ଉକ୍ତ ଫିଲ୍ମର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା।ଫିଲ୍ମଟିକୁ ନେଇ ସେ ବହୁତ ଆଶା ବାନ୍ଧି ବସିଛନ୍ତି। ହେଲେ ଏହାର ପୋଷ୍ଟ ପ୍ରଡକ୍ସନ ବେଳେ କେଁ ସୃଷ୍ଟି ହୋଇଛି ବୋଲି ଚିତ୍ରନାଟ୍ୟ ରଚୟିତା ଅପୂର୍ବ ଆସରାନୀ ପରୋକ୍ଷରେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ କେତେକ ସିନ୍‌ର ଚିତ୍ରନାଟ୍ୟରେ ପରିବର୍ତ୍ତନ ଆଣିବାକୁ କଙ୍ଗନା ଜିଦ୍‌ ଧରିଛନ୍ତି, ଯାହାକୁ ନେଇ ପୋଷ୍ଟ ପ୍ରଡକ୍ସନରେ ବାଧା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।

ଗଣମାଧ୍ୟମ ଉପରେ ଚଳଚିତ୍ର, କୋଟିଏର ଗୋଟିଏ ମନ

ମିଡିଆ ହାଉସ୍‌ ଉପରେ ପର୍ଯ୍ୟବସିତ ଏକ ମୌଳିକ ତଥା ସତ୍ୟ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘କୋଟିଏରେ ଗୋଟିଏ ମନ’। ଏହାର ନିର୍ଦ୍ଦେଶକ ନରୋତ୍ତମ ପରିଡା କହନ୍ତି, ଏ ସମାଜର ପ୍ରତ୍ୟେକ ମଣିଷର ମନର ଭାବାବେଗକୁ ବିଭିନ୍ନ ଚରିତ୍ର ମାଧ୍ୟମରେ ଉକ୍ତ ଚଳଚ୍ଚିତ୍ରରେ ଦୃଶ୍ୟାୟିତ କରାଯାଇଛି।’ ମିଲନ୍‌ ମୁଭିଜ, ଭୁବନେଶ୍ୱର ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ଧୀରସାମନ୍ତ।ମିହିର ଦାସ, କୁନା ତ୍ରିପାଠୀ, ରିତୁ ଷଡ଼ଙ୍ଗୀ, ରୋହିତ ରାଜ, ଅମରଜିତ ମିଶ୍ର, ମଧୁସ୍ମିତା ପ୍ରଧାନ, ଅଙ୍କିତା ରାଉତ, କୁନ୍‌ମୁନ୍‌ ମିତା ଚକ୍ରବର୍ତ୍ତୀ, ନିବେଦିତା ସାମଲଏବଂ ପ୍ରାପ୍ତି ନାୟକ (ବର୍ଷା) ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି।

ତେଲେଙ୍ଗାନା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ତେଲେଙ୍ଗାନା ବିଧାନ ସଭା ଭାଙ୍ଗିବା ପରେ ଏବେ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ଟୋବର ୮ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି। କିଛି ଅଭିଯୋଗ ଥିଲେ ସେପ୍ଟେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଆବେଦନ କରାଯାଇ ପାରିବ। ଅକ୍ଟୋବାର ୪ ସୁଦ୍ଧା ସମସ୍ତ ଡାଟା ଅପ୍‌ଡଟ୍‌ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ଆଗୁଆ ନିର୍ବାଚନ କରିବା ଉଦ୍ଦେଶ୍ୟ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସରକାର ଭାଙ୍ଗି ଦେଇଥିଲା। ଏହାପରେ ସେ ରାଜ୍ୟପାଳଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ। ଫଳରେ ସେଠାରେ ଆଗୁଆ ନିର୍ବାଚନ ଅର୍ଥାତ ଡିସେମ୍ବର ମାସରେ ହେବାକୁ ଥିବା 4 ରାଜ୍ୟ ସହ ଏହି ରାଜ୍ୟର ମଧ୍ୟ ନିର୍ବାଚନ ହେବ।

୫ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ସୁରକ୍ଷା ରିପୋର୍ଟ ଦେଲା ରେଲଓ୍ବେ

ସେପ୍ଟେମ୍ବର ୨୦୧୭ରୁ ଅଗଷ୍ଟ ୨୦୧୮ ମଧ୍ୟରେ ୭୫ଟି ରେଳ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ଭାରତୀୟ ରେଳ ବିଭାଗ। ତେବେ ୧ବର୍ଷ ମଧ୍ୟରେ ଖୁବ୍‌ କମ୍‌ ସଂଖ୍ୟକ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ରେଳ ରିପୋର୍ଟରେ ପ୍ରକାଶ ପାଇଛି। ବିଗତ ୫ବର୍ଷର ଦୁର୍ଘଟଣାକୁ ଲକ୍ଷ୍ୟ କଲେ ଏହା ସବୁଠାରୁ କମ୍‌ ହୋଇଥିବାରୁ ରେଲଓ୍ବେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଛି ବୋଲି ବିଭାଗ କହିଛି। ସେପ୍ଟେମ୍ବର ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୮୦ଟି ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ପ୍ରାୟ ୨୪୯ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ୨୦୧୬ରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍‌ କାନପୁରଠାରେ ଲାଇନଚ୍ୟୁତ ହେବା ଫଳରେ ଏକାଥରେ ୧୫୦ଜଣଙ୍କ ମୃତ୍ୟୁ ହୋଇଥିଲା।

ଚିଲିକାରେ ହେବ ମିଳିତ ପାଟ୍ରୋଲିଂ

ଚିଲିକାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା। ମା’ କାଳିଯାଈ ପୀଠ ସମେତ ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଡଲ୍‌ଫିନ୍‌ ପାଇଁ ପ୍ରସିଦ୍ଧ ସାତପଡ଼ା ଆଦି ସମସ୍ତ ଅଞ୍ଚଳରେ ଆରମ୍ଭ ହେବ ପାଟ୍ରୋଲିଂ ବ୍ୟବସ୍ଥା। ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ପାଟ୍ରୋଲିଂ କରାଯିବ। ପୂର୍ବରୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପର୍ଯ୍ୟଟନ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଗତ ୨୯ ତାରିଖରେ ଚିଠି ଲେଖାଯାଇଛି। ଏହି ଚିଠି ପାଇବା ପରେ ପୁରୀ ଜିଲାପାଳ ଆସନ୍ତା ୧୧ ତାରିଖରେ ଏକ ବୈଠକ ଡାକିଥିବା ଜଣାପଡିଛି।

ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ କଂଗ୍ରେସର ଆହ୍ବାନ

ସୋମବାର ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ଓଡ଼ିଶା ସମେତ ପୁରା ଦେଶରେ ସକାଳ ୬ ଟାରୁ ଅପରାହ୍ନ ୩ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସଫଳ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ତେବେ ଏହାଦ୍ୱାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି। ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜନସାଧାରଣ ଏଥିରେ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ବନ୍ଦ ସମୟରେ ଓଡ଼ିଶାର ସ୍କୁଲ ଓ କଲେଜ ଛାତ୍ରୀଛାତ୍ର, ରୋଗୀ ଓ ପରୀକ୍ଷାର୍ଥୀ ଯେପରି ହଇରାଣ ନ ହୁଅନ୍ତି, ସେଥିପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।

ସୋମବାର କଂଗ୍ରେସର ଭାରତ ବନ୍ଦ: ସବୁ ଜିଲାରେ ସୁରକ୍ଷା କଡ଼ାକଡ଼ି

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସମେତ ବାମଦଳଗୁଡ଼ିକ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସ ଏହି ବନ୍ଦ ପାଳନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପିସିସି ସଭାପତି କହିଥିଲେ ମଧ୍ୟ ସେମାନଙ୍କ ଉପରେ ପୋଲିସର ଭରସା ନାହିଁ। ଅତୀତରେ ବନ୍ଦ ବେଳେ ଯେଭଳି ହିଂସା ସୃଷ୍ଟି ହୋଇଛି, ଏଥର ସେଭଳି କିଛି ଘଟିପାରେ ବୋଲି ପୋଲିସ ଆଶଙ୍କା କରିଛି। ଏହାକୁ ଦୁଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି କଟକ, ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୫୦ ପ୍ଲାଟୁନ ଏବଂ କଟକରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ପେଟ୍ରୋଲ ଦର ଆକାଶ ଛୁଆଁ, ଭୁବନେଶ୍ବରରେ 77, ଦିଲ୍ଲୀରେ 80 ଟଙ୍କା

ସାରା ଦେଶରେ ବର୍ତ୍ତମାନ ପେଟ୍ରୋଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତି ସପ୍ତାହରେ ଏହି ଦର ବଢିବାରେ ଲାଗିଛି। ବର୍ତ୍ତମାନ ଏହି ସ୍ଥିତି ଆହୁରି ଗମ୍ଭିର ହୋଇପଡିଛି। ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲଦର 80 ଟଙ୍କାରେ ପହଁଚିଲାଣି। ସେହିପରି ଭୁବନେଶ୍ବରରେ ଏହାର ଦର ଲିଟର ପିଛା 77 ଟଙ୍କାରେ ପହଁଚିଛି। ପୂର୍ବରୁ ପେଟ୍ରୋଲ ଦର ନିୟନ୍ତ୍ରଣରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ବାହ୍ୟସ୍ପଟ ମାରୁଥିଲେ। ହେଲେ ଏହାର ହୁହୁ ହୋଇ ବଢୁଥିବାରୁ ବର୍ତ୍ତମାନ ସବୁ ବିରୋଧୀ ଦଳ ବିଜେପିକୁ ଘେରିଯାଇଛନ୍ତି।

ସ୍ଥାୟୀ ନିଯୁକ୍ତି ଦାବୀରେ ରାଜରାସ୍ତାରେ ଧାରଣା ଦେଲେ ଓଡିଶାର କଳା ଶିକ୍ଷକ

ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦାବୀ କରି ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି ଓଡିଶାର ଶତାଧିକ କଳା ଶିକ୍ଷକ ଓ ଶିକ୍ଷୟତ୍ରୀ। ଦୀର୍ଘ 7 ବର୍ଷ ଧରି ଏହି ଶିକ୍ଷକମାନେ ପାର୍ଟ ଟାଇମ ଭାବେ ବିଭିନ୍ନ ସ୍କୁଲରେ ରହି କଳା ଶିକ୍ଷା ପ୍ରଦାନ କରିଆସୁଛନ୍ତି। ସେମାନଙ୍କୁ ରାଜ୍ୟ ସରକାର ପାରିଶ୍ରମିକ ଭାବେ ସ୍ବଳ୍ପ ପଇସା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଯୁଗରେ ଏହି ପାରିଶ୍ରମିକରେ ଚଳିବା ଅସମ୍ଭବ। ସରକାର ତୁରନ୍ତ ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ସହିତ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଦାବୀ କରିଛନ୍ତି। ପୂର୍ବରୁ ଏହି କଳା ଶିକ୍ଷକ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଓଡିଶାରେ ଆଗୁଆ ନିର୍ବାଚନ ପାଇଁ ବିଜେଡିର ସମ୍ମତି, ନିର୍ବାଚନ କମିଶନରଙ୍କୁ ଲିଖିତ ଭାବେ ଜଣାଇଲା ଦଳ

କେନ୍ଦ୍ର ସରକାର ଯଦି ଆଗୁଆ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଦେବେ ତେବେ ତାହାକୁ ବିଜୁ ଜନତା ଦଳ ସମର୍ଥନ କରିବ। ଏ ନେଇ ଲିଖିତ ଭାବେ ବିଜୁ ଜନତା ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଭାରତ ନିର୍ବାଚନ କମିଶନରଙ୍କୁ ଜଣାଇଛନ୍ତି।। ଦଳ ତରଫରୁ ଉଲ୍ଲେଖ କରାଯାଇଛି ଯେ, ଅଳ୍ପ ସମୟ ବ୍ୟବଧାନରେ ଦୁଇଥର ନିର୍ବାଚନ ହେବା ରାଜକୋଶରୁ ଅଧିକ ଖର୍ଚ୍ଚ ହୋଇଥାଏ। ପୁଣି ଆଚରଣ ବିଧି ବାରମ୍ବାର ଲାଗୁ ହେଲେ ଉନ୍ନୟନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ସେଥିପାଇଁ ଆଗୁଆ ନିର୍ବାଚନ ହେଲେ ଦେଶର ଅର୍ଥନୀତି ପ୍ରତି ବାଧା ସୃଷ୍ଟି ହେବ ନାହିଁ ବୋଲି ବିଜେଡି କହିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ନବୀନ ଆଗୁଆ ସରକାର ଭାଙ୍ଗି ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବେ।

12 ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ବିଧାନସଭାରେ ଉପସ୍ଥାପିତ ହୋଇଛି ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ମୋଟ ୧୨ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ଏଥିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ୯ହଜାର ୬ଶହ୧୧କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଏକ ହଜାର ୩ ଶହ ୬୪କୋଟି ଟଙ୍କା ଏବଂ ପ୍ରଶାସନିକ ବ୍ୟୟ ପାଇଁ ୧୮୦୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଗରିବଲୋକଙ୍କୁ  ଶସ୍ତାରେ ଏଲ୍ଇଡ଼ି ବଲ୍ବ ଯୋଗାଇବାକୁ ୧୦୦କୋଟି, ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପାଇଁ ୭୫୦କୋଟିଏବଂ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦କୋଟି ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କା ଘର, ସ୍ୱଚ୍ଛ ଭାରତ ମିଶନକୁ ଚଳିତ ଅତିରିକ୍ତ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

Odisha Assembly Monsoon Session Begins, House Adjourned After Condolence Motion

Monsoon Session of the Odisha Legislative Assembly began today with obituary references on the passing away of Ex-Prime Minister Atal Bihari Vajpayee and seven other personalities. Soon after the condolence motion was moved and participated by the members, Speaker Pradip Kumar Amat adjourned the House for the day while it will re-assemble tomorrow at 10.30 am.

Odisha: Free LEDs To Poor By October, Chief Secretary Reviews ‘Ame Ghare LED’ Scehme

Chief Secretary Aditya Prasad Padhi has directed senior officials of the Energy Department to start the process for implementation on ‘Ama Ghare LED’ scheme.The project which entails distribution of free LED bulbs to poor households will be started in October. In a review meeting held at the Secretariat today, Padhi asked the department official to chalk out the framework and complete all processes pertaining to implementation of scheme by September end.

Supplementary Budget, 6 Bills To Be Tabled In Monsoon Session Of Odisha Assembly

The current financial year’s first supplementary budget along with six significant bills will be tabled in the Monsoon Session of Odisha Assembly commencing from September 4.The Council of Ministers headed by Chief Minister Naveen Patnaik had on August 23 approved a supplementary budget of Rs 12,768 crore to be presented on the first day of the Monsoon Session.

ରାଜ୍ୟ ସରକାରଙ୍କୁ ବାସିଲା ଆଗୁଆ ନିର୍ବାଚନ। ମୌସୁମୀ ଅଧିବେସନରେ ଆଣିଲେ ଆଗୁଆ ଅତିରିକ୍ତ ବଜେଟ

ଓଡିଶାର ଅତିରିକ୍ତ ବଜେଟ ସାଧାରଣତଃ ଶୀତ ଅଧିବେସନରେ ଆସିଥାଏ, ହେଲେ ଚଳିତ ବର୍ଷ ରାଜ୍ୟ ସରକାର ଏହି ଅତିରିକ୍ତ ବଜେଟ ମୌସୁମୀ ଅଧିବେସନରେ ଆଣିଛନ୍ତି। ଏହାର କାରଣ କଣ କୁହାଯାଇ ନଥିଲେ ମଧ୍ୟ ଆଗୁଆ ନିର୍ବାଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡିଛି। କାରଣ ଯଦି ଡିସେମ୍ବରରେ ନିର୍ବାଚନ ହୁଏ ତେବେ ତା ପୂର୍ବରୁ ଅର୍ଥାତ ନଭେମ୍ବରରୁ କୋର୍ଡ ଅଫ କଣ୍ଡକ୍ଟ ଲାଗୁ ହୋଇଯିବ। ଫଳରେ ଆଉ ଅତିରିକ୍ତ ବଜେଟ ରାଜ୍ୟ ସରକାର ଉପସ୍ଥାପିତ କରିପାରିବ ନାହିଁ। ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବାର ଜଣାପଡିଛି। ଚଳିତ ମୌସୁମୀ ଅଧିବେସ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

GST collections drop to Rs 93,960 crore in August

GST collections dropped to Rs 93,960 crore in August from Rs 96,483 crore in July and Rs 95,610 crore in June , the finance ministry said on Saturday.The total number of GSTR (goods and services tax returns) 3B filed for the month of July up to 31 August stood at around 67 lakh, slightly higher than 66 lakh returns for the month of June filed up to 31 July, the ministry said in the statement.

India Post Payments Bank launched

Prime Minster Narendra Modi launched India Post Payments Bank ( IPPB)at Talkatora Stadium in New Delhi on Saturday. India Post Payments Bank will focus on providing banking and financial services to people in rural areas, by leveraging the reach of 1.55 lakh post office branches. “On the day of the launch, IPPB will have 650 branches and 3,250 access points spread across the country,” the government said in a statement. The government aims to link all the 1.55 lakh post offices to the India Post Payments Bank system by 31 December, 2018.

ନ୍ୟାସନାଲ ହାର୍ଲର୍ଡ ବିରୋଧରେ 5 ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ଅନୀଲ ଆମ୍ବାନୀ

କଂଗ୍ରେସ ଦ୍ବାରା ପରିଚାଳିତ ଖବରକାଗଜ ନ୍ୟାସନାଲ ହାର୍ଲଡ ବିରୋଧରେ ମାନହାନୀ ମକଦ୍ଦମା ଋଜୁ କଲେ ଶିଳ୍ପପତି ଅନୀଲ ଆମ୍ବାନୀ। ଏହି ଖବରକାଗଜରେ ଅନୀଲଙ୍କ ବିରୋଧରେ ରାଫେଲ ଡିଲ ସଂପର୍କରେ ଖବର ପ୍ରକାଶ ପାଇଥିଲା, ଯାହା ପଛରେ କୌଣସି ପ୍ରମାଣ ନାହିଁ ବୋଲି ଅନୀଲ କହିଛନ୍ତି। ଏପରି ଭିତ୍ତିହୀନ ଖବର ପ୍ରକାଶ ପାଇଥିବାରୁ ଅନୀଲ ଖବରକାଗଜ ସଂସ୍ଥା ବିରୋଧରେ 5 ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି।

Odisha CM Felicitates Fire Personnel Back From Rescue Work In Kerala

Chief Minister Naveen Patnaik on Saturday felicitated fire service personnel, who were engaged in rescue and relief operations in flood-ravaged Kerala.During a special function at the State Secretariat here, Naveen also announced an annual grant Rs 25 lakh to the Fire Services Welfare Fund in recognition of exceptional public service rendered by fire personnel.

ପଞ୍ଚାୟତକୁ ଦିଆଯିବ ସ୍ବଚ୍ଛତା ପୁରସ୍କାର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଯେଉଁ ଗ୍ରାମଗୁଡିକ ସ୍ବଚ୍ଛ ରହିବ ସେହି ଗାଁକୁ ରାଜ୍ୟ ସରକାର ପୁରସ୍କାର ପ୍ରଦାନ କରିବେ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଥିସପାଇଁ ମୁଖ୍ୟମନ୍ତ୍ରୀ ‘ସ୍ବଚ୍ଛ ଗାଁ ସୁସ୍ଥ ଜୀବନ ‘ଡାକରା ଦେଇଛନ୍ତି। ଜିଲ୍ଲା ସ୍ତରରେ ଏକ କମିଟ ଗଠନ କରାଯାଇ ବିଭିନ୍ନ ଗାଁ ସର୍ଭେ କରାଯିବ। ସେଥିମଧ୍ୟରୁ କେତେକ ଗାଁ କୁ ଏହି ପୁରସ୍କାର ପାଇଁ ବଛା ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶରେ 10 ଟି ଜିଲ୍ଲାର ଲୋକଙ୍କ ସହିତ ଭିଡିଓ କନଫ୍ରନେସିଂ ମାଧ୍ୟମରେ କଥା ହୋଇଥିଲେ।

ସୁରଟକୁ ସିଧା ବିମାନ ସେବା ପାଇଁ ବିମାନଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁଜୁରାଟର ସୁରଟ ସହର ସହିତ ଭୁବନେଶ୍ବରକୁ ସିଧା ବିମାନ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସୁରାଟରେ କାମ ପାଇଁ ଲକ୍ଷାଧିକ ଓଡିଆ ଅଛନ୍ତି। ସେମାନଙ୍କ ଯାତାୟତ ପାଇଁ ଏକମାତ୍ର ମାଧ୍ୟମ ହେଉଛି ଟ୍ରେନ। ସେହି ଅସୁବିଧା ଦୂର ପାଇଁ ଏକ ବିମାନ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।