PCI takes Suo-Motu cognizance of JKPA’s statement about threat to media

Press Council of India (PCI) has taken suo-motu cognizance of the statement issued by the Jammu Kashmir Press Association(JKPA) regarding alleged threat by former MLA Chowdhary Lal Singh to media persons working in Jammu and Kashmir. Singh resigned from the PDP-BJP coalition government as a minister after he allegedly supported the Kathua rape and murder of a 8-year-old girl in January last year.

 

ଓଡ଼ିଶାର ୩ ସାହିତ୍ୟିକଙ୍କୁ ‌କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ

ଓଡ଼ିଶାର ୩ ଜଣ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, ହଳଧର ନାଗ ଓ ପ୍ରଫୁଲ ତ୍ରିପାଠୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ମର୍ଯ୍ୟାଦାଜନକ ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଡ. ଚନ୍ଦ୍ରଶେଖର କମ୍ବାର ଓଡ଼ିଶାର ୩ ଜଣ ସାହିତ୍ୟିକଙ୍କ ସମେତ ମୋଟ୍‌ ୮ ଜଣଙ୍କୁ ଭାଷା ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ପ୍ରଶସ୍ତିପତ୍ର ଉପ‌ଢୌକନ ସହ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

 

ନକ୍ସଲଙ୍କ ତାଣ୍ଡବ: ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ ଜାଳିଦେଲେ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମୁଣ୍ଡାଗୁଡ଼ାରେ ନକ୍ସଲମାନେ ଏକ ଯାତ୍ରୀବାହୀ ବସ୍‌କୁ ଜାଳି ଦେଇଛନ୍ତି । ଗତକାଲି ରାତିରେ ୨୦ରୁ ୩୦ ଜଣ ସଶସ୍ତ୍ର ମାଓବାଦୀ ମହୁପଦରରୁ ମୋଟୁ ଯାଉଥିବା ଏହି ଯାତ୍ରୀବାହୀ ବସ୍‌କୁ ମୁଣ୍ଡାଗୁଡ଼ା ନିକଟରେ ଅଟକାଇଥିଲେ । ସେମାନେ ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ । ନକ୍ସଲମାନେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିର୍ଧୂମ ପିଟିଥିଲେ । ନକ୍ସଲଙ୍କର ପ୍ରତିବାଦ ସପ୍ତାହ ଚାଲିଥିବା ବେଳେ କାହିଁକି ବସ୍‌ ଆଣିଲ ବୋଲି କହି ସେମାନେ ବସ୍‌ କର୍ମଚାରୀଙ୍କୁ ପିଟିଥିଲେ । ଏହାସହ ସେମାନେ ବସ୍‌କର୍ମଚାରୀଙ୍କ ମୋବାଇଲ ନେଇଯାଇଥିଲେ ।

ଆସାମ ସିରିଜ୍‌ ବିସ୍ଫୋରଣ ମାମଲା : ୧୫ ଦୋଷୀ ସାବ୍ୟସ୍ତ

୨୦୦୮ ଆସାମ ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ଆଜି ଏନ୍‌ଡିଏଫ୍‌ବି (ନ୍ୟାସନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡ଼ୋଲାଣ୍ଡ୍‌) ମୁଖ୍ୟ ରଞ୍ଜନ ଡାଏମରିଙ୍କ ସମେତ ୧୪ ଜଣ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୨୦୦୮ ମସିହାର ଏହି ସିରିଜ୍‌ ବୋମା ବିସ୍ଫୋରଣରେ ୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ ବିଚ‌ାରପତି ଅପରେଶ ଚକ୍ରବର୍ତ୍ତୀ ଏନ୍‌ଡିଏଫ୍‌ବି ମୁଖ୍ୟଙ୍କ ସମେତ ୧୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଏନ୍‌ଡିଏଫ୍‌ବି ମୁଖ୍ୟ ରଞ୍ଜନଙ୍କ ବାଦ୍‌ ଅନ୍ୟ ଦୋଷୀମାନେ ହେଉଛନ୍ତି ଜର୍ଜ‌୍ ବୋଡ଼ୋ, ବି ଥରାଇ, ରାଜୁ ସରକାର, ନିଲିମ ଡାଏମରି, ଅଞ୍ଚାଇ ବୋଡ଼, ଇନ୍ଦ୍ରା ବ୍ରହ୍ମା, ଲୋକ ବାସୁମତାରି, ଖ‌ଗେଶ୍ବର ବାସୁମତରି, ପ୍ରଭାତ ବୋଡ଼ୋ, ଜୟନ୍ତ ବୋଡ଼ୋ, ଅଜୟ ବାସୁମତରି, ମ୍ରିଦୁଳ ଗୋରେ, ମଥୁରାମ୍‌ ବ୍ରହ୍ମା ଏବଂ ରାଜେନ୍‌ ଗୋୟରି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ୍‌ଙ୍କ ପରଲୋକ

ବର୍ଷୀୟାନ ରାଜନେତା, ଅଟଳବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବରିଷ୍ଠ ରାଜନେତା ଜର୍ଜ ଫର୍ଣ୍ଣାଡିଜଙ୍କର ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେବ ଜରାଜନିତ ରୋଗରେ ଶ୍ରୀ ଫଣ୍ଣାଡିଜ୍‌ ପୀଡ଼ିତ ଥିଲେ। ସମାତା ପାର୍ଟିର ଅଧ୍ୟକ୍ଷ ତଥା ଏନଡିଏ ସରକାରର ଆବାହକ ଭାବେ ଦାୟିତ୍ୱ ତୁଲାଇଥିବା ଶ୍ରୀ ଫର୍ଣ୍ଣାଡିଜ୍‌ ୧୯୩୦ ମସିହା ଜୁନ୍‌ ୩ ତାରିଖରେ ମାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ବିରୋଧ କରି ପର୍ଣ୍ଣାଡିଜ୍‌ ଜେଲ୍‌ ଯାଇ ଥିଲେ ।

ଲଞ୍ଚ ହେଲା ସାମସଙ୍ଗ Galaxy M10 ଓ M20

ମୋବାଇଲ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ସାଉଥ କୋରିଆ କମ୍ପାନୀ ସାମସଙ୍ଗ ଏମ୍‌ ସିରିଜ ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। କୁହାଯାଉଛି ଭାରତୀୟ ବଜାରରେ ସାଓମି ମୋବାଇଲ୍‌ ଫୋନକୁ ଟକ୍କର ଦେବାକୁ ସାମସଙ୍ଗ ନୂଆ ପ୍ରଡକ୍ଟ M10 ଓ M20 ଲଞ୍ଚ କରିଛି। M10ର ଦାମ୍‌ ୭୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି M20ର ଦାମ୍‌ ୧୦, ୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ସାମସଙ୍ଗ ଏମ୍‌ ସିରିଜ ମୋବାଇଲ୍‌ ଫୋନ୍‌ କେବଳ ଅନଲାଇନରେ ଉପଲବ୍ଧ ହେବ। ଫେବ୍ରୁଆରୀ ୫ ତାରିଖ ପରେ ଆମାଜନ୍‌ ଆପ୍‌ ଓ ସାମସଙ୍ଗ ଇଣ୍ଡିଆ ଷ୍ଟୋରରୁ ବି କିଣି ପାରିବେ। ଜିଓ ଉପଭୋକ୍ତାଙ୍କୁ ୧୯୮ ଓ ୨୯୯ ଟଙ୍କାର ପ୍ଲାନରେ ଡବଲ ବେନିଫିଟ୍‌ ମିଳିବ।

 

ସିଙ୍ଗଲ୍‌ ଅଛନ୍ତି ସାରା ଅଲ୍ଲୀ ଖାନ୍‌

ସୈଫ ଅଲ୍ଲୀ ଖାନ୍‌ ତନୟା ସାରା ଅଲ୍ଲୀ ଖାନ ଆଜିକାଲି ହେଡଲାଇନ୍ସରେ ରହୁଛନ୍ତି। ନିଜ ପର୍ସନାଲ୍‌ ଲାଇଫକୁ ଫ୍ୟାନଙ୍କ ସହ ସେୟାର କରୁଛନ୍ତି ସାରା। ଏବେ ନିଜ ବୟଫ୍ରେଣ୍ଡଙ୍କ ଉପରେ କହିଛନ୍ତି। ସାରା ଏକ ସୋରେ କହିଛନ୍ତି, ଏବେ ସେ ସିଙ୍ଗଲ ଅଛନ୍ତି। ତାଙ୍କ ଦିଲ୍‌ କେବେ ଭାଙ୍ଗିନି। ଏକଥା ବି କହିଛନ୍ତି, କେବଳ ଥରେ ସେ ରିଲେସନସିପରେ ଥିଲେ। ଯାହା ସହିତ ସେ ରିଲେସନସିପରେ ଥିଲେ, ସେ ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ନାତି। ପୂର୍ବରୁ ଚର୍ଚା ହେଉଥିଲା, ସାରା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଧେଙ୍କ ନାତି ପୀର ପାହଡିଆଙ୍କୁ ଡେଟ୍‌ କରୁଥିଲେ। ୨୦୧୬ରେ ଦୁହେଁ ଡେଟ୍‌ କରୁଥିଲେ। ବର୍ଷେ ପରେ ବ୍ରେକଅପ୍‌ ହୋଇଥିଲା।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିରାଟ କୋହଲିଙ୍କ ପ୍ରଶଂସା

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ହାଟ୍ରିକ ବିଜୟ। ତୃତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ । ନିଲମ୍ବନ ହଟିବା ପରେ ଏହି ମ୍ୟାଚରେ ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ଦୁଇଟି  ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ତାରିଫ କରିବା ସହ କୋହଲି କହିଛନ୍ତି, ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଭାରତୀୟ ଦଳ ସନ୍ତୁଳିତ ହୋଇଛି। ତାଙ୍କ ପ୍ରଦର୍ଶନରୁ ବୁଝାପଡୁଛି, ମ୍ୟାଚ୍‌ ଭିତରେ ଯେମିତି ଖେଳିବା କଥା ତା ଉପରେ ଧ୍ୟାନ ଦେଉଛନ୍ତି ପାଣ୍ଡ୍ୟା । ପାଣ୍ଡ୍ୟା ଖେଳିବା ଦ୍ୱାରା ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଅଧିକ ମଜଭୁତ ହୋଇଛି ବୋଲି କୋହଲି କହିଛନ୍ତି।

ଆଜି ଧ୍ୱଜାବତରଣ, ସଜେଇ ହୋଇଛି ଦିଲ୍ଲୀ ବିଜୟଚୌକ

ଚାରି ଦିନ ପରେ ଜାତୀୟ ପତାକାର ହେବ ଅବତରଣ। ଆଜି ଧ୍ୱଜାବରଣ। ପରିବେଷିତ ହେବ ଦେଶାତ୍ମବୋଧକ ସଙ୍ଗୀତର ଧୂନ। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ଦିଲ୍ଲୀ ବିଜୟଚୌକରେ ସମସ୍ତ ପ୍ରସ୍ତୁତି ସରିଛି । ଚଳିତବର୍ଷ ମଧ୍ୟ ଭାରତୀୟ ସଙ୍ଗୀତକାରଙ୍କ ଦବଦବା ରହିବ । ୨୭ଟି ଧୂନରୁ ୧୯ଟି ଧୂନ ଭାରତୀୟ ସଙ୍ଗୀତକାର ପ୍ରସ୍ତୁତ କରିଛନ୍ତି । ଅନ୍ୟ ୮ଟି ଧୂନ ପ୍ରସ୍ତୁତ କରିଛନ୍ତି ବିଦେଶ ସଙ୍ଗୀତଜ୍ଞ  ତିନି ସେନାର ବ୍ୟାଣ୍ଡ ପାର୍ଟି ବି ଧ୍ୱଜାବରଣରେ ସାମିଲ ହେବେ। ୧୯୫୦ ମସହାଠାରୁ ଏହି ଉତ୍ସବ ଆୟୋଜିତ ହୋଇଆସୁଛି । …

ଆସୁଛନ୍ତି ଅମିତ ଶାହ, ସାଲେପୁରରେ କାର୍ଯ୍ୟକ୍ରମ

କଟକ ଜିଲ୍ଲା ସାଲେପୁରରେ ରହିଛି ବିଜେପିର କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଥିପାଇଁ କୁଳିଆସ୍ଥିତ ଆରଏମ୍‌ସି ପଡ଼ିଆରେ ପ୍ରସ୍ତୁତି ସରଛି। ଏଠାରେ କଟକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ବୁଥ୍‌ସ୍ତରୀୟ କର୍ମକର୍ତ୍ତା ଓ ମଣ୍ଡଳ ସଭାପତିଙ୍କ ସହ ଆଲୋଚନା କରିବେ ଅମିତ ଶାହ। ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ କିଭଳି ବିଜେପି ଭଲ ପ୍ରଦର୍ଶନ କରିବ ସେନେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାକୁ ଫୋକସ କରିଛି ବିଜେପି। ପୂର୍ବରୁ ତିନି ଥର ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ଆସୁଛନ୍ତି ଅମିତ ଶାହ।

ନିର୍ବାଚନ ପ୍ରସ୍ତୁତି: ୨୮ ଫେବୃଆରୀ ପରେ ଟ୍ରାନ୍ସଫର ବନ୍ଦ

ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ କସରତ୍‌। ଫେବୃଆରୀ  ୨୮ ତାରିଖ ଭିତରେ ସମସ୍ତ ପ୍ରକାର ପ୍ରଶାସିକ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଏହି ସମୟ ଭିତରେ ସବୁ ପ୍ରଶାସନିକ ଓ ସମସ୍ତ ଟ୍ରାନ୍ସଫର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ରହିଛି। ଶେଷ ସମୟରେ ଅଦଳବଦଳ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ ହେବ। ଆସନ୍ତା ଏପ୍ରିଲ-ମେ ମାସରେ ନିର୍ବାଚନ ସମ୍ଭାବନା ରହିଛି। କାରଣ ଜୁନ୍‌ ୩ ତାରିଖ ପୂର୍ବରୁ ନୂଆ ଲୋକସଭା ଗଠନ ହେବା ଜରୁରୀ। ୧୫ ଫେବୃଆରୀ ଭିତରେ ୧୦ଟି ପ୍ରସଙ୍ଗରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ।

କେନ୍ଦ୍ରରେ କ୍ଷମତାକୁ ଆସିଲେ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦେବ କଂଗ୍ରେସ : ରାହୁଲ୍‌ ଗାନ୍ଧି

ଲୋକସଭା ନିର୍ବାଚନ ପାଖେଇ ଆସୁଥୁବାବେଳେ ରାଜନୈତିକ ଦଳ ଲୋକଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଆକୃଷ୍ଟ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ନବ ଭାରତର ବିକାଶ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଦେଶରେ କେହି ଗରିବ ରହିବେ ନାହିଁ, ବୋଲି ରାହୁଲ୍‌ କହିଛନ୍ତି । ରାହୁଲ ଗାନ୍ଧି ଛତିଶଗଡ଼ ରାଜଧାନୀ ରାୟପୁରର ଅଟଳ ନଗରରେ ‘କିଶାନ ଆଭାର ସମ୍ମେଳନ’ରେ ଏହା କହିଛନ୍ତି ।

Singapore : Private data of 14,200 HIV patients leaked

The Health ministry of Singapore on Monday said that confidential information of 14,200 people with HIV has been stolen and leaked online. The ministry  named American fraudster as  culprit.
“The records that have been leaked include those of 5,400 Singaporeans diagnosed with HIV up to January 2013, and 8,800 foreigners diagnosed up to December 2011.
This included each person’s name, identification number, phone number and address.

NiYO launches first-ever global travel card with zero forex mark-up

NiYO, the new-age digital banking solutions provider for salaried employees, has launched NiYO Global Travel Card, which is the first-ever forex card with ‘zero forex mark-up’.
Travellers, using this  ill not pay any currency exchange premium and international transaction fees – unlike a regular forex card.With the NiYO Global Travel Card  with,  no need for the usual multi-currency forex cards or travellers’ cheques.

କାର୍ତ୍ତିଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି । ଏୟାରସେଲ ମ୍ୟାକ୍ସିସ୍‌ର ତଦନ୍ତ ଚାଲୁଥିବା ସମୟରେ କାର୍ତ୍ତି ବିଦେଶ ଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ଏହି ଆବେଦନର ଶୁଣାଣି ବେଳେ ଆଜି ଇଡି ଏହାକୁ ବିରୋଧ କରିଥିଲା । ଇଡ଼ିର ପକ୍ଷ ଶୁଣି କୋର୍ଟ ଏହି ଦୁର୍ନୀତି ଘଟଣାରେ କାର୍ତ୍ତିଙ୍କର ଜେରା କରିବାକୁ ଇଡିକୁ ତାରିଖ କହିବାକୁ କହିଛନ୍ତି । କୋର୍ଟ ଆସନ୍ତା ବୁଧବାର ଦିନ ପୁଣିଥରେ ଏହି ମାମଲାର ଶୁଣାଣି କରିବେ।

UNSC must step up efforts aimed at resolving Yemeni crisis: Action Against Hunger

Isabelle Moussard Carlsen, the director of operations for Action Against Hunger humanitarian organization, on Monday called on the members of the UN Security Council (UNSC) to step up its efforts aimed at reaching a political solution to the conflict in Yemen, rather than shift all the responsibility onto humanitarian agencies.
“Humanitarian aid in Yemen is not going to be the only solution.

Former CJ of HP & Rajasthan Jagdish Bhalla passes away

Former Chief Justice of Himachal Pradesh and Rajasthan High Courts Justice Jagdish Bhalla, who died of cardiac arrest, was cremated at Lodhi Road crematorium in New Delhi on Monday.Justice Bhalla, who passed away on Sunday evening at AIIMS, took charge as the Chief Justice of Himachal Pradesh High Court in February 2008, and that of Rajasthan in August 2009.

କଏଦୀ ହେବେ ଯୋଗ ପ୍ରଶିକ୍ଷକ

ଜେଲ୍‌ ଦଣ୍ଡ ଭୋଗ କରୁଥିବା କଏଦୀମାନେ ହେବେ ଯୋଗ ପ୍ରଶିକ୍ଷକ । ଏପରି ଏକ ନୂଆ ଯୋଜନାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି । ଏହା ଦ୍ୱାରା କଏଦୀମାନଙ୍କୁ ରୋଜଗାରର ମାଧ୍ୟମ ମିଳିବା ସହିତ ମାନସିକସ୍ତରରେ ଶାନ୍ତି ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହାର ପ୍ରୟୋଗ ତିହାର୍‌ ଜେଲ୍‌ରେ କରାଯାଇଛି । ମୋରାରଜୀ ଦେଶାଇ ଯୋଗ ସଂସ୍ଥା ପକ୍ଷରୁ ସଂଜୀବନି ଯୋଜନା ମାଧ୍ୟମରେ ଏହି ଶିକ୍ଷା ଦିଆଯାଉଛି ।

J&K to host ‘Tong-IL-Moo-Do national’ in April, orientation for referees held

In the run-up to hold Tong IL Moo Do Federation Cup in Kashmir valley in the month of April, a two-day orientation camp for referees was held in the summer capital, Srinagar by a nationally acclaimed master.
Around 40 referees, who will be officiating in the upcoming state and Federation Cup   participated in the orientation cum training camp of Tong IL Moo Do.

Voluntary services like NSS, NCC should be mandatory for children: V-P

Vice President M Venkaiah Naidu on Monday suggested that a stint with voluntary services like NSS, NCC should be made mandatory for children from school days. ‘Such training would help students to develop the feeling of oneness, develop empathy and compassion and become sensitive to the needs of the less fortunate,’ he said interacting with volunteers of National Service Scheme (NSS).

ପୁଣିଥରେ କଂଗ୍ରେସକୁ ଟାର୍ଗେଟ୍‌ କଲେ ଶାହା

ପ୍ରିୟଙ୍କା ଗାନ୍ଧିଙ୍କ ସକ୍ରିୟ ରାଜନୀତିକୁ ଆସିବା ପରଠାରୁ ରାଜନୀତି ଚର୍ଚ୍ଚା ବେଶ୍‌ ଜୋର୍‌ ଧରିଛି । ଉଭୟ କଂଗ୍ରେସ ଓ ବିଜେପି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ । ବିଜେପି ନେତାଙ୍କ ଟିପ୍ପଣୀର ଚର୍ଚ୍ଚା ନ ଥମୁଣୁ ଭାଜପା ଅଧ୍ୟକ୍ଷ ଅମିତ ଶାହ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ହିମାଚଳ ପ୍ରଦେଶର ଉନା ଗସ୍ତ ସମୟର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଶାହା କହିଛନ୍ତି – ‘ଭାଜପା ଯେତେବେଳେ ଯବାନଙ୍କୁ ୱାନ ର଼୍ୟାଙ୍କ ୱାନ୍‌ ପେନଶନ୍‌ (ଓଆର୍‌ଓପି) ଦେଲା ସେତେବେଳେ କଂଗ୍ରେସ ଓନ୍‌ଲି ରାହୁଲ ଓନ୍‌ଲି ପ୍ରିୟଙ୍କା (ଓଆର୍‌ଓପି) ଦେଲା ।’ ଆଗାମୀ ଲୋକସଭାକୁ ଟାର୍ଗେଟ କରି ଅମିତ୍‌ ଶାହା ଏପରି କହିଛନ୍ତି ।

Beijing urges US to stop exerting inappropriate pressure on Chinese company Huawei

China believes that the United States exerts undue pressure on Chinese enterprises, including telecommunications company Huawei, and calls on Washington to stop this treatment, a spokesman for the Chinese Foreign Ministry said Monday. Huawei has been facing allegations that it spied on behalf of Beijing, something that the company has vehemently denied.  

ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ୬୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ବାକି ପଡ଼ିଛି: ନବୀନ ପଟ୍ଟନାୟକ

ଓଡ଼ିଶାରେ କେନ୍ଦ୍ର ସରକାରଙ୍କର ଅଧା ପଡ଼ି ରହିଥିବା କେତେକ ପ୍ରକଳ୍ପ ସମ୍ବନ୍ଧରେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା  କରିଛନ୍ତି । ମୁଖ୍ୟ  ଆବାସିକ କମିସନର ସୁନୀଲ ଭାର୍ଗବ ଓ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କ ସହ କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସବିଶେଷ ଆଲୋଚନା କରିଥିଲେ । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ୬୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ବାକି ପଡ଼ିଥିବା କଥା ଗଣମାଧ୍ୟମକୁ ଜଣାଇଥିଲେ । ବକେୟା ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟଗୁଡ଼ିକ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧାରୁ ଅଧିକ କମ୍ପ୍ୟୁଟର ଆଉଟ୍‌-ଅଫ୍‌ ଡେଟ୍‌ ସଫ୍ଟୱେରରେ କାମ କରୁଛି

ପୃଥିବୀରେ ଅଧାରୁ ଅଧିକ କମ୍ପ୍ୟୁଟର ଆଉଟ୍‌-ଅଫ୍‌ ଡେଟ୍‌ ସଫ୍ଟୱେରରେ କାମ କରୁଛି । ଏନେଇ ଆଭସ୍ତା କମ୍ପାନୀ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ୫୫ ପ୍ରତିଶତରୁ ଅଧିକ କମ୍ପ୍ୟୁଟର ସଫ୍ଟୱେର ଅପଡେଟ୍‌ ବିନା କାମ କରୁଛି ।  ନିଜର ସ୍ମାର୍ଟଫୋନ୍‌ ଅପଡେଟ୍‌କୁ ଗୁରୁତ୍ୱ ଦେଉଥିବାବେଳେ କମ୍ପ୍ୟୁଟର ଅପଡେଟ୍‌ କରିବାକୁ ଭୁଲି ଯାଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ୬୦ ପ୍ରତିଶତ ଲୋକ ସିସି କ୍ଲିନର କରୁ ନ ଥିବାବେଳେ ଆଣ୍ଟି ଭାଇରସ ସୁରକ୍ଷା ଉତ୍ପାଦର ଅପଡେଟ୍‌ କରିବାକୁ ଭୁଲି ଯାଇଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଛୁଟି ସରିଲା ଏବେ କର୍ମସ୍ଥଳୀକୁ ବାହାରିବେ ପ୍ରିୟଙ୍କା

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ୍‌ ଜୋନସ୍‌ ବିବାହ ପରେ ଏବେ ଛୁଟି କାଟୁଛନ୍ତି । ହେଲେ ପ୍ରିୟଙ୍କା ଖୁବ୍‌ଶୀଘ୍ର ତାଙ୍କ କର୍ମସ୍ଥଳୀକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ନିକଟରେ ପ୍ରିୟଙ୍କାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍’ର ଶୁଟିଂ ଆରମ୍ଭ ପାଇଁ ସେ ଆଣ୍ଡାମାନ ଯାତ୍ରା କରିବେ । ହେଲେ ଏଥର ନିକ୍‌ ତାଙ୍କ ସହ ଯାଇ ନପାରନ୍ତି । କାରଣ ଗତବର୍ଷ ଆଣ୍ଡାମାନ ନିକୋବରରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରାଯିବା ପରେ ସେଠାକୁ ବିଦେଶୀ ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କରାଯାଇଛି ।

CSC launches Cash and Carry store in Moradabad

The Common Services Centre (CSC) on Monday launched its first Cash and Carry store in Kanth tehsil of Moradabad district in Uttar Pradesh.Efforts are also on to set up one Cash and Carry store in every block. The store currently houses products of Godrej, Patanjali, JIVA, Crompton, i-Ball,   The store also offers free membership benefits to other CSC VLEs and government employees.

NSDC signs MoU with Renault-Nissan Alliance in India to upskill workforce for future techs

In line with the strategy for India, Renault-Nissan Alliance India has signed a memorandum of understanding with National Skill Development Corporation (NSDC) to train its workforce in the Alliance plant in Chennai for future technologies. Through this partnership, NSDC will assist the Renault-Nissan workforce develop competency standards in emerging automotive manufacturing technologies, according to a statement here on Monday.

Tata Motors launches ‘Harrier’ in UP

Tata Motors on Monday launched its much-awaited SUV, the Harrier, in Uttar Pradesh. Harrier will be on sale across Tata Motors authorised sales outlets in India at a starting price of Rs 12.69 Lakhs, ex showroom, Lucknow.
The Harrier is truly a global SUV, offering a perfect combination of design and excellence. This thoroughbred SUV, engineered on Optimal Modular Efficient Global Advanced (OMEGA) Architecture .

ICC suspends Ambati Rayudu from bowling in international cricket

The International Cricket Council (ICC) on Monday suspended Ambati Rayudu from bowling in international cricket, after the player failed to test his suspect action within the stipulated period of 14 days.
”The player elected not to submit a test of his bowling action within the stipulated period of 14 days for a suspect action, and therefore, he has been suspended with immediate effect.

ମ୍ୟାଚ୍‌ ସହ ସିରିଜ୍‌ କବ୍‌ଜା କଲା ଭାରତ

ଅଷ୍ଟ୍ରେଲିଆ ପରେ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ କମାଲ କରିଛି ଟିମ୍‌ ଇଣ୍ଡିଆ । ଆଜି ମାଉଣ୍ଟ ମାଙ୍ଗାନୁଇ ଠାରେ ଅନୁଷ୍ଠିତ ତୃତୀୟ ଦିନିକିଆକୁ ଟିମ୍‌ ଇଣ୍ଡିଆ ୭ ୱିକେଟ୍‌ରେ ଜିତି ୫ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ୩-୦ରେ କବଜା କରିନେଇଛି । ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୩ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୨୪୫ ରନ୍‌ କରି ଏହି ମ୍ୟାଚ୍‌କୁ ଜିତିଛି । ୯ ଓଭରରେ ମାତ୍ର ୪୧ ରନ୍‌ ଦେଇ ୩ଟି ୱିକେଟ୍‌ ଦଖଲ କରିଥିବା ଟିମ୍‌ ଇଣ୍ଡିଆର ମହମ୍ମଦ ଶାମି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି ।

ବିରୋଧୀ ଦଳ ହେଉଛି ବିନା ବରରେ ବରଯାତ୍ରୀ : ଶିବରାଜ ସିଂହ ଚୌହାନ୍‌

ରାଜନୈତିକ ନେତାମାନଙ୍କର ବୟାନବାଜି ବେଶ୍‌ ଚର୍ଚ୍ଚାରେ ରହୁଛି । ନିର୍ବାଚନ ପୂବର୍ରୁ ଏଭଳି ବୟାନବାଜି ରାଜନୈତିକ ମାହୋଲ୍‌କୁ ସରଗରମ୍‌ କରି ରଖୁଛି । ଏଭଳି ଏକ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କହିଛନ୍ତି ଯେ ‘ବିରୋଧୀ ଦଳ ହେଉଛି ବିନା ବରରେ ବରଯାତ୍ରୀ’ । ସେ ଆହୁରି କହିଛନ୍ତି ଯେ ‘ବିରୋଧୀ ଦଳମାନଙ୍କର ଦଳପତି ନାହାନ୍ତି ଏବଂ ସେମାନେ ଏକାଠି ମିଶି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି’  । ଆଜି ନରେନ୍ଦ୍ର ମୋଦି କେବଳ ମୋର ନେତା ନୁହଁନ୍ତି ବରଂ ସାରା ଦେଶର ନେତା ବୋଲି ସେ କହିଛନ୍ତି ।

ଏଚ୍‌ଡି କୁମାରସ୍ୱାମୀଙ୍କ ଚେତାବନୀ

କର୍ଣାଟକରେ ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେଠାରେ ରାଜନୈତୀକ ଉତ୍ଥାନ ପତନ ଲାଗି ରହିଛି । ଏଚ୍‌ଡି କୁମାରସ୍ୱାମୀ ଏପରି ଏକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ରାଜ୍ୟରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଛି । ରାଜନୈତିକ ମତଭେଦକୁ ନେଇ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଏକ ପ୍ରକାର ଧମକ ଦେଇଛନ୍ତି । ଆହୁରି ମଧ୍ୟ କୁମାରସ୍ୱାମୀ, କଂଗ୍ରେସ ନେତା ସେମାନଙ୍କ ବିଧାୟକମାନଙ୍କୁ ସମ୍ଭାଳିକରି ରଖନ୍ତୁ କାରଣ ସେମାନେ ସୀମାପାର କରି ସାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବିବାଦରେ ଫସିଲେ ସୋନୁ

ଅଭିନେତା ସୋନୁ ସୁଦ୍ ବିବାଦରେ ଫଶିଯାଇଛନ୍ତି । ମିଳିଥିବା ସୂଚନାନୁସାରେ ସୋନୁ, ଜୁହୁଠାରେ ଥିବା ନିଜ ଘରେ ବେଆଇନ୍‌ ଭାବେ ହୋଟେଲ୍‌ ଚଳାଉଥିଲେ । ବିନା ଅନୁମତିରେ ଏପରି କାର୍ଯ୍ୟ କରୁଥିବାରୁ ମୁମ୍ବାଇ ମହାନଗର ପାଳିକା ସୋନୁଙ୍କୁ ନୋଟିସ୍‌ ପଠାଇଛନ୍ତି । ଏହି ଘଟଣାରେ ସୋନୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯେଉଁ ସ୍ଥାନରେ ହୋଟେଲ୍‌ ଚାଲିଛି, ତା’ର ପେପର୍‌ ପ୍ରସ୍ତୁତ ହେବାରେ ବିଳମ୍ବ ଘଟୁଛି, ସେ କୌଣସି ବେଆଇନ୍‌ କାମ କରୁନାହାନ୍ତି ବୋଲି କହିଛନ୍ତି ।  ନିକଟରେ ତାଙ୍କ ଅଭିନୀତ ‘ଶିମ୍ବା’ ବକ୍ସ ଅଫିସ୍‌ରେ କମାଲ୍‌ କରିଛି ।

400 years old Swiss cookbook stimulates modern appetites

Want to whip up a storm in the kitchen just like the Swiss did 400 years ago?According to a Swissinfo report, the oldest surviving German-language cookbook in Switzerland has been republished, and what once fed the clergy of the diocese can now be served up in your own home.   “Ein schön Kochbuch” (“A beautiful cookbook”) dates from 1559 and contains 515 recipes.

ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ

ଉତ୍ତରପ୍ରଦେଶର କୁଶୀନଗରରେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣର କିଛି ସମୟ ପରେ ହିଁ ବିମାନ କ୍ରାସ ହୋଇ ଜଳିଯାଇଥିଲା । ତେବେ ପାଇଲଟ ଜଣକ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ବିମାନଟି ବିଲରେ ପଡିଥିଲା । ବିମାନଟି ଗୋରଖପୁର ଏୟାରବେସରୁ ଉଡାଣ ଭରିଥିଲା । ଘଟଣାର କୋର୍ଟ ଅଫ ଇନକ୍ୱାରୀ ପାଇଁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ସର୍ଚ୍ଚ୍ ଅପରେସନ୍ ଜାରି ରହିଛି ।

ପୂର୍ବତନ ମନ୍ତ୍ରୀ ଚୈତନ୍ୟ ମାଝୀଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଡକ୍ଟର ଚୈତନ୍ୟ ପ୍ରସାଦ ମାଝୀ ସୋମବାର ସକାଳ ୭ଟା ୧୦ ମିନିଟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ୧୯୨୯ ମସିହା ନଭେମ୍ବର ୧୯ରେ ଚୈତନ୍ୟ ମାଝୀ ଜନ୍ମଗ୍ରହଣ କରିଥିଲେ। ୧୯୭୨ରୁ ୧୯୭୮ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ । କେନ୍ଦ୍ର ପେଟ୍ରୋଲିୟମ ଉପମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ । ୨୦୦୪ରେ ସେ ବିଜୁ ଜନତା ଦଳରୁ ବାଙ୍ଗିରିପୋଷୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସରକାରରେ ସ୍ୱର୍ଗତ ମାଝୀ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ସାଉଥ୍‌ର ଦୁଇ ଦାମୀ ଅଭିନେତାଙ୍କ ସହ ରୋମାନ୍ସ କରିବେ ପରିଣୀତି

ବାହୁବଳୀ ଏବଂ ମଗଧୀରା ଭଳି ଫିଲ୍ମ ନିର୍ମାଣ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ସାଉଥ୍‌ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜେମୗଲିଙ୍କ ନୂଆ ପ୍ରୋଜେକ୍ଟରେ ନଜର ଆସିବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା । ୩୦୦ କୋଟି ବଜେଟ୍‌ର ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ସାଉଥ୍‌ ସୁପର୍‌ଷ୍ଟାର୍‌ ଜୁନିଅର ଏନ୍‌ଟିଆର୍‌ ଓ ରାମଚରଣ ତେଜା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ୨୦୧୯ର ଶେଷଆଡ଼କୁ ରିଲିଜ୍‌ ହେବ ବୋଲି ସୂଚନା ରହିଛି ।

ରୋହିତଙ୍କ ସହ ସଲମନ୍‌ କରିବେ ଫିଲ୍ମ

ବଲିଉଡ୍‌ ଦବଙ୍ଗ ଖାନ୍‌ ଲୋକପ୍ରିୟ ଆକ୍ସନ ଡିରେକ୍ଟର ରୋହିତ ସେଟ୍ଟିଙ୍କ ସହ ଫିଲ୍ମ କରିବେ ବୋଲି ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ସହ ’ସୂର୍ଯ୍ୟବଂଶୀ’ ପରେ ରୋହିତ୍‌ ସଲ୍ଲୁଙ୍କ ସହ ପୁଣି ଏକ ପୋଲିସ୍‌ ଅଫିସରର କାହାଣୀ ନେଇ ଫିଲ୍ମ ତିଆରି କରିବେ ବୋଲି ସୂଚନା ରହିଛି । ‘ଦବଙ୍ଗ’ ଓ ‘କିକ୍‌’ ପରି ଫିଲ୍ମରେ ସଲ୍‌ମନ୍‌ଙ୍କ ପୋଲିସ୍‌ ଅବତାର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ୨୦୧୮ ଡିସେମ୍ବରରେ ରିଲିଜ୍‌ ହୋଇଥିବା ରୋହିତଙ୍କ ନିର୍ଦ୍ଦେଶିତ ‘ଶିମ୍ବା’ ବକ୍ସ ଅଫିସ୍‌ରେ ବେଶ୍‌ ସଫଳତା ହାସଲ କରିଛି । ତେବେ ରୋହିତ୍‌ ଓ ସଲ୍ଲୁଙ୍କ ଫିଲ୍ମକୁ ଦେଖିବାକୁ ଦର୍ଶକେ ଉତ୍କଣ୍ଠିତ ରହିବେ ନିଶ୍ଚୟ ।

Solara Active Pharma Sciences Ltd completes yet another USFDA Inspection with zero 483s

Solara Active Pharma Science Limited (Solara), a leading Active Pharmaceutical Ingredient provider today announced the successful completion of US FDA inspection at its manufacturing facility in Ambernath, Maharashtra with zero 483s inspectional observations. Solara’s facility in Ambernath, Maharashtra is a multi-purpose API and intermediate facility.  The facility can manufacture a wide range of complex APIs and advanced intermediates.

‘Assam govt committed to uphold pride of the people’

Assam Governor Prof. Jagdish Mukhi today affirmed that the state government was determined to safeguard the pride and prestige of the people of the state, and has been undertaking several initiatives to ensure it. “My government is deeply committed to uphold the pride and prestige of the people of Assam and   free from corruption, illegal migrants, terrorism and pollution.

Suzuki Motorcycle India introduces V-Strom 650XT ABS

Suzuki Motorcycle, a subsidiary of two-wheeler manufacturer, Suzuki Motor Corporation, Japan today introduced the latest style upgrade for Suzuki V-Strom 650XT – the ultimate adventure tourer motorcycle.   Suzuki V-Strom 650XT is priced at Rs 7,46,000 (ex-showroom, New Delhi). The refreshed Suzuki V-Strom 650XT ABS now comes in new stirring graphic, as well as with additional features of hazard lights and side reflectors.

Veer Savarkar neglected even in ‘Modi era’: Sena

The Shiv Sena, an ally of the BJP at the Centre has criticised the central government saying it was ‘unfortunate’ that the icon of the country’s freedom struggle Veer Savarkar has been neglected even in the ‘Modi era’ for not honoured with the Bharat Ratna.  ‘Saamana’ edit today says   Hazarika was conferred with an eye on Lok Sabha polls.

Dozens of volunteers help deal with aftermath of dam collapse in southeastern Brazil

Dozens of volunteers are working in the area of the dam collapse that occurred in the southeast of Brazil and trying to provide psychological support to the relatives of those missing and help distribute aid to evacuated residents.
The   collapse on January 25, causing mudslides that hit the southeastern Brumadinho municipality.  As many as 58 people have been killed   and another 305   reported missing.

S Korea’s WWII sex slavery victim dies, surviving victims fall to 24

Another South Korean victim, who was forced into sex slavery for Japan’s military brothels during World War II, died at the age of 94 on Monday, reducing the number of surviving victims to 24. The victim, only identified with her surname Lee, passed away in the morning due to deteriorating health, according to the Korean Council for Justice and Remembrance .

Australian govt supports Juan Guaido as Venezuela’s head

The Australian government on Monday supported the president of the national assembly Juan Guaidó as interim president of Venezuela, a statement said.
”Australia recognises and supports the president of the national assembly, Juan Guaidó, in assuming the position of interim president, in accordance with the Venezuelan constitution and until elections are held”, Australian foreign affairs minister, Marise Payne said.

ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି

ଆସନ୍ତା ୨୯ ତାରିଖରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ନାହିଁ । ଜଷ୍ଟିସ୍‌ ଏସ.ଏ. ବୋବ୍‌ଡେଙ୍କ ଅନୁପସ୍ଥିତି ଯୋଗୁଁ ଜାନୁୟାରୀ ୨୯ରୁ ଆରମ୍ଭ ହେବାକୁ ଥିବା ଏହି ଶୁଣାଣିକୁ ବାତିଲ୍ କରିଦିଆଯାଇଛି । ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ସ୍ଥିର ହୋଇନାହିଁ । ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ ବୋବ୍‌ଡେଙ୍କ ସମେତ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ.ଏ. ନାଜିର୍ ଏବଂ ଜଷ୍ଟିସ ଏନ୍.ଭି. ରମାନା ରହିଛନ୍ତି। ପୂର୍ବ ଖଣ୍ଡପୀଠରୁ ଜଷ୍ଟିସ ୟୁ.ୟୁ. ଲଲିତ ଓହରିଯିବାରୁ ଜାନୁୟାରୀ ୧୦ରେ ହେବାକୁ ଥିବା ରାମ ଜନ୍ମଭୂମି-ବାବ୍‌ରୀ ମସ୍‌ଜିଦ ଜମି ବିବାଦର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା ।

ବିଜେପିରେ ସାମିଲ୍‌ ହେଲେ ଈଶା

ବଲିଉଡ୍‌ ଅଭିନେତ୍ରୀ ଈଶା କୋପ୍ପିକର ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ତାଙ୍କୁ ବିଜେପି ମହିଳା ପରିବହନ ୱିଙ୍ଗର କାର୍ଯ୍ୟକାରୀ ସଭାପତି କରାଯାଇଛି । ୨୦୦୨ରେ ରାମ ଗୋପାଲ ବର୍ମାଙ୍କ ’କମ୍ପାନୀ’ ଫିଲ୍ମ ଜରିଆରେ ଈଶା କୋପ୍ପିକର ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ସେ ତେଲୁଗୁ, ତାମିଲ, ମରାଠୀ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି । କିଛି ଦିନ ତଳେ ଅଭିନେତ୍ରୀ ମୌସୁମୀ ଚାଟ୍ଟାର୍ଜୀ ମଧ୍ୟ ବିଜେପିରେ ଯୋଗଦେଇଥିଲେ ।

Cipla receives final approval for its ANDA

Cipla Limited on Monday announced that it has received final approval for its Abbreviated New Drug Application (ANDA) for Medroxyprogesterone Injectable, 150mg/mL from the United States Food and Drug Administration (USFDA).
Medroxyprogesterone Injectable, 150mg/mL is AB-rated generic therapeutic equivalent version of Pfizer’s Depo-Provera, Pharma company said in a release.

ଈଶିତା ସାରେଗାମାପାର ଟାଇଟଲ୍‌ ବିଜୟିନୀ

ଜୀ ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପାରେ ଜବଲପୁରର ଈଶିତା ବିଶ୍ୱକର୍ମା ବାଜି ମାରିନେଇଛନ୍ତି । ଗ୍ରାଣ୍ଡ୍‌ ଫିନାଲେରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଈଶିତାଙ୍କୁ ୫ ଲକ୍ଷ ଟଙ୍କା ଓ ଏକ ହ୍ୟୁଣ୍ଡାଇ କାର ମିଳିଛି ।  ଶୋ’ରେ ସବୁଠୁ ଛୋଟ ପ୍ରତିଯୋଗୀ ହୋଇ ବି ଦର୍ଶକଙ୍କ ଖୁବ୍‌ ଭଲ ପାଇବା ପାଇଥିଲେ ଇଶିତା । ତନ୍ମୟ ଚତୁର୍ବେଦୀ ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି ସୋନୁ ଗିଲ୍ ।

ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ : ଭାରତ ସାମ୍ନାରେ ୨୪୪ ରନର ଟାର୍ଗେଟ

ମାଉଣ୍ଟ ମାଙ୍ଗାନୁଇରେ ଆରମ୍ଭ ହୋଇଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଛି । ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲ୍ୟାଣ୍ଡ । ସିରିଜରେ ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇ ଥିଲା । ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ମହମ୍ମଦ ସାମୀ ୩ଟି ଉଇକେଟ୍ ହାସଲ କରିଛନ୍ତି ।