52 ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଝାରଖଣ୍ଡ ବିଜେପି

ଝାରଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ 52 ବିଧାନସଭା ବସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା ହୋଇଥିବା ବେଳେ ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା 52 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । 52 ଜଣିଆ ପ୍ରାର୍ଥୀ ତାଲିକାରେ 12 ଜଣ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି । ଝାରଖଣ୍ଡରେ 5 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନଭେମ୍ବର30ରୁ ଆରମ୍ଭ ହୋଇ ଏହା ଡିସେମ୍ବର 20 ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର 23ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ।

Leave a Reply