48 ହଜାର ପରିବହନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କଲେ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସନ୍ଧ୍ୟାରେ 48 ହଜାର ପରିବହନ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କର୍ମଚାରୀ ମାନେ ଦୁଇ ଦିନିଆ ଆନ୍ଦୋଳନ ଡାକରା ଦେବା କାରଣରୁ ରାଜ୍ୟରେ ପରିବହନ ସେବା ଠପ୍‌ ହୋଇଥିଲା । ଏହା ଅକ୍ଷମଣୀୟ ଅପରାଧ ବୋଲି ଅଭିହିତ କରି କେସିଆର ଏହି କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କେସିଆର କହିଛନ୍ତି ପରିବହନ ବ୍ୟବସ୍ଥା ବନ୍ଦ ହେବା କାରଣରୁ ଜନ ସାଧାରଣଙ୍କୁ ନାହିଁ ନଥିବା ଅସୁବିଧା ହେଉଥିବା ବେଳେ ତେଲେଙ୍ଗାନା ପରିବହନ ବିଭାଗ ଦୈନିକ 1200 କୋଟିର କ୍ଷତି ସହୁଛି ଏବଂ ଋଣଭାର 5000 କୋଟି ଅତିକ୍ରମ କରି ସାରିଲାଣି ।

Leave a Reply

Your email address will not be published. Required fields are marked *