2 ମାସର ଗୃହବନ୍ଦୀ ପରେ ଦଳୀୟ ନେତାଙ୍କୁ ଭେଟିଲେ ଫାରୁକ୍‌ ଓ ଓମାର ଅବଦୁଲ୍ଲା

ଦୀର୍ଘ ଦୁଇ ମାସ ଧରି ଗୃହବନ୍ଦୀ ରହିବା ପରେ ଆଜି ନିଜର ଦଳୀୟ କର୍ମଚାରୀଙ୍କୁ ଭେଟିଛନ୍ତି । ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା ରବିବାର ପ୍ରଥମ ଥର 15 ଜଣ ଦଳୀୟ ନେତାଙ୍କୁ ଭେଟିଛନ୍ତି । 15 ଜଣିଆ ପ୍ରତିନିଧି ଦଳ ଫାରୁକ ଅବଦୁଲ୍ଲାଙ୍କୁ ଭେଟିବା ନିମନ୍ତେ ଶ୍ରୀନଗରରେ ପହଞ୍ଚିଥିଲେ । ଶନିବାର ଜାମ୍ମୁ-କାଶ୍ମୀର ପ୍ରଶାସନ ଭେଟିବା ନେଇ ଅନୁମତି ଦେଇଥିଲେ । ଧାରା 370 ଉଚ୍ଛେଦ ପରଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଉମର ଅବଦୁଲ୍ଲା ନଜରବନ୍ଦୀ ରହିଛନ୍ତି ।

Leave a Reply