10ଟି ଖଣିର ନିଲାମୀ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟର 10ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣିର ବ୍ଲକ୍ ଗୁଡ଼ିକ ନିଲାମ ହେବ । ଏନେଇ ଶନିବାର ଦିନ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ 31 ସୁଦ୍ଧା ଲିଜ୍ ଅବଧି ସରୁଥିବାରୁ ଏହି ଖଣି ଗୁଡ଼ିକର ନିଲାମ ହେବ । ଏହି ଖଣିଗୁଡ଼ିକ ହେଉଛି- ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଯୋଡ଼-କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି, ଜରିବାହାଲ, ରୋଇଡା, ନାରାୟଣପୋଶି, ମହୁଲଶୁଖା ଏବଂ ଗାନୁଆଲୁହାପଥର ଖଣି । ବିଡ୍‌ ଦାଖଲର ଶେଷ ତାରିଖ ନଭେମ୍ବର 18 ରହିଛି ।

Leave a Reply

Your email address will not be published. Required fields are marked *