ହରିୟାଣା କଂଗ୍ରେସର ବିଧାୟକ ଦଳର ନେତା ହେଲେ ଭୂପିନ୍ଦର ସିଂହ ହୁଡ୍ଡା

ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ହରିୟାଣା ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଲୋକ ସଭା ନିର୍ବାଚନଠାରୁ ଭଲ ପ୍ରଦର୍ଶନ କରିଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ଆସନରେ ବିଜେପି ୪୦ଟି ଆସନ ଜିତିଥିବାବେଳେ ଜେଜେପି ୧୦ଟି କଂଗ୍ରେସ ୩୧ଟି, ଆଇଏନ୍‌ଏଲ୍‌ଡି ଗୋଟିଏ, ହରିୟାଣା ଲୋଖିତ ପାର୍ଟି ଗୋଟିଏ ଓ ସ୍ବାଧୀନ ୭ଟି ଆସନ ହାତେଇଥିଲା।

Leave a Reply