ଭାରତୀୟ ସଟ୍ଲର ସୌରଭ ବର୍ମା ହଂକଂ ଓପନ୍ ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହେବା ସହିତ ସୌରଭ ମୁଖ୍ୟ ଡ୍ରରେ ସାମିଲ ହୋଇଛନ୍ତି । ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି ସୌରଭ । ଥାଇଲାଣ୍ଡର ଟାନୋଙ୍ଗସାକ୍ ସାଏନ୍ସୋମ୍ବୁନ୍ସକଙ୍କୁ 21-15 ଏବଂ 21-19 ସେଟ୍ରେ ପରାସ୍ତ କରିଥିବା ବେଳେ ଫ୍ରାନ୍ସର ଲୁକାସ୍ କ୍ଲେୟାରବାଉଟ୍ଙ୍କୁ 21-19 ଏବଂ 21-19 ସେଟ୍ରେ ପରାସ୍ତ କରିଥିଲେ ସୌରଭ । ପ୍ରଥମ ମ୍ୟାଚ୍କୁ ସୌରଭ 45 ମିନିଟ୍ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହେବା ପାଇଁ 47 ମିନିଟ୍ ସମୟ ନେଇଥିଲେ ।