ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡା ବିମାନ ବନ୍ଦର, କେନ୍ଦ୍ର କ୍ୟାବିନେଟ ମାରିଲେ ମୋହର

ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ମୋହର ଲାଗିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ନେଇ ଶିଘ୍ର ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଥିଥିଲେ। ଏହି ବିମାନ ବନ୍ଦର ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନାମକରଣ ବୀର ସୁରେନ୍ଦ୍ର ସାଏଙ୍କ ନାମରେ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଉଦଘାଟନ ଦିନ ପ୍ରଧାନମନ୍ତ୍ରୀ ଏହି ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ହେବ ବୋଲି ଘୋଷଣା ମଧ୍ୟ କରିଥିଲେ।

Leave a Reply