ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ଆରଟିଆଇ ପରିସରଭୁକ୍ତ ହେବେ ସର୍ବୋଚ୍ଚ କୋର୍ଟ

ବୁଧବାର ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆଇନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍‌ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ଖଣ୍ଡପୀଠ ଏହି ଐତିହାସିକ ନିଷ୍ପତ୍ତି ନେବା ସହିତ 2010 ମସିହାରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ସାଧାରଣ ସମ୍ପାଦକ ଏବଂ ସିପିଆଇଓ ପକ୍ଷରୁ ଦାୟର କରାଯାଇଥିବା 3ଟି ଯାଚିକାକୁ ମଧ୍ୟ ମୁଖ୍ୟ ବିଚାରପତି ଖାରଜ କରି ଦେଇଛନ୍ତି । ଏହି ବ୍ୟବସ୍ଥା ଦ୍ବାରା ନ୍ୟାୟିକ ବ୍ୟବସ୍ଥା ସ୍ବଚ୍ଛ ହୋଇପାରିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

Leave a Reply